ଅଜଣା ନମ୍ବରକୁ କିପରି କରିବେ ହ୍ଵାଟସଅପରେ ମେସେଜ

Monday, June 11, 2018

 ଆପଣ ସମସ୍ତେ ହ୍ଵାଟସଅପ ବ୍ୟବହାର ସମସ୍ତେ କରୁଥିବେ । ଏହାଦ୍ଵାରା ଆପଣ ଆପଣଙ୍କ ସ୍ମାର୍ଟ ଫୋନରେ ସେଭ ଥିବା ଯେକୌଣସି ହ୍ଵାଟସଅପ ବ୍ୟବହାରକାରୀ ବା ୟୁଜରଙ୍କୁ ମେସେଜ କରିପାରିବେ । ହେଲେ ହ୍ଵାଟସଅପ ଏବେ ଏକ ଫିଚର ଆଣିଛି ଯାହାର ନାମ  'କ୍ଲିକ ଟୁ ଚାଟ୍' ।  ଯେଉଁଥିରେ ଆପଣ ବିନା କୌଣସି ନମ୍ବର ସେଭ ନ କରି ମଧ୍ୟ ହ୍ଵାଟସଅପରେ ମେସେଜ ପଠାଇପାରିବେ ।

 

ଆପଣ ଯେଉଁ ବ୍ୟକ୍ତିଙ୍କ  ସହ ନିହାତି ଚାଟ୍  କରିବା କୁ ଚାହାନ୍ତି  ତାଙ୍କର ନମ୍ବରଟି ଆପଣ ଙ୍କୁ ଜାଣିବାକୁ ହେବ ।  

କିପରି କରିବେ
ବିନା ନମ୍ବର ସେଭ ନ କରି  ମେସେଜ ପଠାଇବାକୁ  ହେଲେ ପ୍ରଥମେ ଆପଣଙ୍କୁ ଏକ ଲିଙ୍କ ତିଆରି କରିବାକୁ ହେବ। ଆପଣଙ୍କୁ ଲିଙ୍କ ତିଆରି କରିବା ପାଇଁ  ନିଜ ମୋବାଇଲରେ https://api.whatsapp.com/send?phone= ବ୍ୟବହାର କରିବାକୁ ପଡିବ । ଏହା ପରେ ଆପଣ ଯାହା ସହ କଥା ହେବାକୁ ଚାହାନ୍ତି ତାଙ୍କର ହ୍ଵାଟସଅପ ନମ୍ବର ସହ କନଟ୍ରି କୋଡ ନମ୍ବର ମଧ୍ୟକୁ ଏହି ଲିଙ୍କ ପାଖରେ ଟାଇପ କରନ୍ତୁ (ବିନା ବ୍ରାକେଟ ଓ ଅନ୍ୟ କୌଣସି ଚିହ୍ନ ବ୍ୟବହାରକରି ) । 


ଉଦାହରଣ ଆପଣ ଭାରତରେ କାହା ସହିତ ଚାଟ କରିବାକୁ ଚାହୁଁ ଥିଲେ ଏହାର କଣ୍ଟ୍ରି କୋଡ 91 ବ୍ୟବହାର କରି ଅଓନଙ୍କ କ୍ରୋମ ବା ଯେ କୌଣସି ବ୍ରାଉଜରରେ ଲେଖନ୍ତୁhttps://api.whatsapp.com/send?phone=911234567890 ।ଏହାପରେ ଏକ ଚାଟ୍ ବକ୍ସ ଖୋଲିବ । ଚାଟ୍ ବକ୍ସ ଖୋଲିଲା  ପରେ ଆରାମରେ ଚାଟ୍ କରିପାରିବେ ।

 

ଏହି ଫିଚର ଉଭୟ ମୋବାଇଲ ଏବଂ ଡେସ୍କଟପ ପାଇଁ ଉପଲବ୍ଧ । ଏହା ମଧ୍ୟ ଜାଣିବା ଜରୁରୀ କଥା ଯେ ଏହାର ବ୍ୟବହାର ସମୟରେ କେବଳ ଗୋଟିଏ ୟୁଜରଙ୍କୁ ହିଁ ଚାଟ୍ କରିପାରିବେ  । ଏଥିରେ ଆପଣ ଗ୍ରୁପ ଚାଟ୍ କରିପାରିବେନି ।

 

ଏହା ପୂର୍ବରୁ  ହ୍ଵାଟସଅପ ନିଜର ନୂଆ ଗ୍ରୁପ ଚାଟକୁ ଅପଡେଟ କରି ପାଞ୍ଚଟି ବଡ ଅଦଳବଦଳ କରିଥିଲା । ଏହା ମଧ୍ୟରୁ ଗ୍ରୁପରୁ ସଦାବେଳେ ପାଇଁ  ଲେଫ୍ଟ  ହେବା, ରେଷ୍ଟରିକ୍ଟ ଗ୍ରୁପ ନାମର ଫିଚର ଆସିଥିଲା । ଏହି ଫିଚର ଦ୍ଵାରା ଯେକୌଣସି ଗ୍ରୁପର  ଆଡମିନକୁ ବିଶେଷ ଅଧିକାର ମିଳିପାରିଲା । ଏହି କାରଣରୁ ଗ୍ରୁପର ଆଡମିନ ହିଁ  ମେସେଜ କରିପାରିବ ଏବଂ ଅନ୍ୟ ସମସ୍ତେ କେବଳ ଏହି ମେସେଜ ପଢିପାରିବେ ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon