ମିଥୁନ ରାଶିରେ ବୁଧ ପ୍ରବେଶ:କେଉଁ ରାଶିର କ'ଣ ପ୍ରତିକାର

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ,ବାଣିଜ୍ୟ ଓ ଚେତନାର କାରକ ବୋଲି କୁହାଯାଏ। ବୁଧଙ୍କର ଶୁଭ ପ୍ରଭାବରେ ବ୍ୟକ୍ତି ବୁଦ୍ଧିମାନ ଓ କଥା କହିବାରେ ବହୁତ ନିପୁଣ ହୋଇଥାନ୍ତି। ବୁଧଗ୍ରହ  ଜୁନ10 (ରବିବାର)ସକାଳ 7.39ରୁ ମିଥୁନ ରାଶିରେ ପ୍ରବେଶ କରିଛନ୍ତି ଓ ଆସନ୍ତା ଜୁନ 25 (ସୋମବାର) ପର୍ଯ୍ୟନ୍ତ ଅବସ୍ଥାନ କରିବେ।ଜାଣି ରଖନ୍ତୁ ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପଡିବ।

 

ମେଷ: ଏହି ସମୟ ମଧ୍ୟରେ ଆପଣ ନିଜର ଲକ୍ଷ ହାସଲ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବେ। କଥାବାର୍ତ୍ତା ଶୈଳୀରେ ପରିବର୍ତ୍ତନ ଆସିବ। ଶୁଭ ଫଳ ପାଇଁ ବୁଧବାର ଦିନ ସତେଜ ଫଳ ଦାନ କରନ୍ତୁ।

 

ବୃଷ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସୁସ୍ଵାଦୁ ଖାଦ୍ୟ ଖାଇବେ। ପ୍ରେମ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ। କଥା କହିବାବେଳେ ଭାବିଚିନ୍ତି କୁହନ୍ତୁ। ବୁଧବାର ଦିନ କନିଷ୍ଠ ଅଙ୍ଗୁଳିରେ ପାନା ରତ୍ନ ଧାରଣ କରନ୍ତୁ।

 

ମିଥୁନ: ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ ଓ ସମାଜରେ ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହ ଅନ୍ତରଙ୍ଗ  ମୂହୁର୍ତ୍ତ ବିତାଇବେ। “ଓଁ ବୁଂ ବୁଧାୟ ନମଃ” ମନ୍ତ୍ର ଜପ କରନ୍ତୁ।

 

କର୍କଟ: ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ଅଧିକ ଖର୍ଚ୍ଚାନ୍ତ ହେବେ। ବିବାଦରେ ଫସି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପ୍ରସଂଶିତ ହେବେ। ଶୁଭଫଳ ପାଇଁ ବିଷ୍ଣୁ ମନ୍ଦିରରେ ଶୁଦ୍ଧ ଘିଅରେ ଦୀପ ଜଳାନ୍ତୁ।

 

ସିଂହ: ଆପଣଙ୍କର ଆୟରେ ବୃଦ୍ଧି ଘଟିବ। ନୂତନ ଚାକିରୀ ସୁଯୋଗ ପାଇପାରନ୍ତି। ପୂର୍ବରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତୁ ଓ ଜଳ ଦାନ କରନ୍ତୁ।

 

କନ୍ୟା: ସଂପୂର୍ଣ୍ଣ ଧ୍ୟାନ ନିଜ କାମରେ ଲଗାଇବେ। ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଯାଇପାରେ।କଥାବାର୍ତ୍ତାରେ ଶାଳୀନତା ଆଣନ୍ତୁ। ଶୁଭଫଳ ପାଇଁ ବୁଧବାର ଦିନ କନିଷ୍ଠ ଅଙ୍ଗୁଳିରେ ପାନା ରତ୍ନ ପିନ୍ଧନ୍ତୁ।

 

ତୁଳା: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭବାନ ରହିବ। ଶୁଭଫଳ ପାଇଁ ବୁଧଙ୍କର ପୂଜା କରନ୍ତୁ।

 

ବିଛା: ଆପଣଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ବ୍ୟବସାୟରେ ଲାଭ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇବେ। ଶୁଭଫଳ ପାଇଁ ଗୋମାତାଙ୍କୁ ମୁଗ ଦାନ କରନ୍ତୁ।

 

ଧନୁ: ଜୀବନସାଥୀଙ୍କ ସହ ବୁଝାମଣାର ଅଭାବ ରହିବ। ଚାକିରି କ୍ଷେତ୍ରରେ  ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହୋଇପାରେ। ଶୁଭଫଳ ପାଇଁ ଗାଈକୁ ଗୁଡ ଖୁଆନ୍ତୁ।

 

ମକର: କୋର୍ଟକଚେରୀ ମାମଲାରେ ଆପଣଙ୍କୁ ଜୟଯୁକ୍ତ କରାଇବ। କଠିନ ପରିଶ୍ରମ କରିବେ ଓ ଆପଣଙ୍କୁ ସଫଳତା ମଧ୍ୟ ମିଳିବ। ଅଧିକ ଖର୍ଚ୍ଚ କରିପାରନ୍ତି। ଶୁଦ୍ଧ ଘିଅରେ ଦୀପ ଜଳାଇ ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ।

 

କୁମ୍ଭ: ଛାତ୍ରଛାତ୍ରୀମାନଙ୍କୁ ଶୁଭଫଳ ପ୍ରଦାନ କରିବ। ଆୟରେ ବୃଦ୍ଧି ଘଟିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଶୁଭଫଳ ପାଇଁ ଗାଈର ସେବା କରନ୍ତୁ ଓ ସବୁଜ ପରିବା ଖାଇବାକୁ ଦିଅନ୍ତୁ।

 

ମୀନ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ନୂତନ ଘର କିମ୍ବା ଯାନବାହାନ କିଣିପାରନ୍ତି। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭଫଳ ପାଇଁ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତୀରେ ଦୁବ ଘାସ ଚଢାନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon