ଜୁଲାଇରୁ ରେଳ ଯାତ୍ରୀଙ୍କ ପାଇଁ ନୂଆ  ନିୟମାବଳୀ

Tuesday, June 12, 2018

ରେଳଯାତ୍ରାକୁ ନେଇ ଯାତ୍ରୀ ମନରେ ଅନେକ ଦ୍ଵନ୍ଦ ରହିଥିବାବେଳେ ଭାରତୀୟ ରେଳ ବିଭାଗ ଆଗାମୀ ଜୁଲାଇ ପହିଲାରୁ କିଛି ନୂଆ ନିୟମ ଏବଂ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏହି ୧୦ଟି ନୂଆ ନିୟମାବଳୀ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଛି ସୁବିଧା ଦେଉଥିବାବେଳେ କିଛି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।
କ'ଣ ଓ  କିପରି ବଦଳିଛି  ନିୟମ  

୧. ଆଗଭଳି ୱେଟିଙ୍ଗ ଲିଷ୍ଟ  ରହିବନି ଏବଂ ଟ୍ରେନରେ ହିଁ ଯାତ୍ରୀମାନଙ୍କୁ କନଫର୍ମ ଟିକେଟ ଦିଆଯିବ । 


୨.ଯାତ୍ରୀମାନେ ଜୁଲାଇ ପରଠାରୁ ଟିକେଟ କ୍ୟାନସଲ କଲେ ଟିକେଟର ୫୦ % ଟଙ୍କା  ଫେରସ୍ତ ମିଳିବ। 

 

୩.ଜୁଲାଇ ପହିଲାରୁ ଇନଷ୍ଟାନ୍ଟ ଟିକେଟ ନିୟମ ବଦଳିବ । ଯଦି ଏସି  କୋଚର ଟିକେଟ ବୁକିଂ କରିବା ପାଇଁ ଯାତ୍ରୀମାନଙ୍କୁ ଚାହାନ୍ତି ତାହାଲେ ସକାଳ ୧୦ ଟା ରୁ ୧୧ ସମୟ ମଧ୍ୟରେ ବୁକିଂ କରିବାକୁ ହେବ ଏବଂ ସ୍ଲୀପର କୋଚର ଟିକେଟ ପାଇଁ ଯାତ୍ରୀମାନଙ୍କୁ ୧୧ ଟା ରୁ ୧୨ ମଧ୍ୟରେ ବୁକିଂ କରିବାକୁ ପଡିବ । 
 

୪.ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପେପରଲେସ ଟିକେଟ ଦିଆଯିବ ଓ ଟିକେଟ ମୋବାଇଲ ଫୋନକୁ ପଠାଯିବ । 
 

୫.ରେଳ ବିଭାଗ ଖୁବ ଶୀଘ୍ର ଆରମ୍ଭ  କରିବାକୁ ଯାଉଛି ରେଲୱେ ଆଞ୍ଚଳିକ ଭାଷା। ଏବେ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଟିକେଟ ଇଂଗ୍ଲିଶ ଓ ହିନ୍ଦୀ ଭାଷା ଲେଖାଥିବା ଟିକେଟ ମିଳୁଥିଲା କିନ୍ତୁ ଏବେ ଏହା ବିଭିନ୍ନ ଭାଷା ରେ ମିଳିବ । 
 

୬. ଯେଉଁ ସବୁ ଟ୍ରେନ ଗୁଡିକରେ ଯାତ୍ରା କରିବା ପାଇଁ ଅଧିକ ଭିଡ଼ ଜମୁଥିଲା ତାହାକୁ ଦୂର କରିବା ପାଇଁ ରାଜଧାନୀ ଏବଂ ଶତାବ୍ଦୀ  ଟ୍ରେନରେ  କୋଚକୁ ବଢାଇଦିଯାଇଛି । 
 

୭.ଭିଡ ଏବଂ ଗହଳି ସମୟରେ ଯାତ୍ରୀଙ୍କୁ ଭଲ ସୁବିଧା  ଯୋଗାଇବା ପାଇଁ ରେଳବାଇ ତରଫରୁ ନୂଆ ଟ୍ରେନ ଏବଂ ଲୋକପ୍ରିୟ  ରୁଟରେ  ଟ୍ରେନ ଗୁଡିକରେ ଡୁପ୍ଲିକେଟ ଟ୍ରେନର ବ୍ୟବସ୍ଥା ରହିଛି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon