ଜାଣନ୍ତୁ : ନିଜ ଚେହେରା ହିସାବରେ କିପରି ରଖିବେ ଦାଢି

Wednesday, June 13, 2018

ଦାଢି ଏବଂ ନିଶ ପୁରୁଷଙ୍କର ବ୍ୟକ୍ତିତ୍ଵକୁ  ସମ୍ପୂର୍ଣ ଭାବରେ ପରିପୂର୍ଣ  କରିଥାଏ । ପୁରୁଷମାନେ ଫିଲ୍ମ ଷ୍ଟାର ମାନଙ୍କର ଦାଢି ଷ୍ଟାଇଲ ଏବଂ ସାଙ୍ଗମାନଙ୍କର  ଦାଢି ରଖିବାର ଶୈଳୀ ଦେଖି ନିଜର ଦାଢିକୁ ସେହିଭଳି କରିବାକୁ ଜମାରୁ ବି ପଛାନ୍ତି ନାହିଁ। ଆଉ କେତେ ପୁରୁଷମାନେ ନିଜକୁ ପ୍ରଭାବଶାଳୀ ଓ ଆକର୍ଷକ ଦେଖାଯିବା ପାଇଁ ଦାଢି ଏବଂ ନିଶ ରଖିଥାନ୍ତି ।  ଆସନ୍ତୁ ଜାଣିବା କେଉଁ ପ୍ରକାର ଚେହେରା ବା ଫେସ ପାଇଁ କିପରି ରଖିବେ ଦାଢି  

 

ବଡ ଚେହେରା  
ଯେଉଁ ଲୋକମାନଙ୍କର ଶରୀର ଅପେକ୍ଷା ଚେହେରା ଆକାର ବଡ, ସେମାନେ ଧ୍ୟାନ ଦେବା ଉଚିତ ଯେ

ତାଙ୍କର ଲୁକର ସନ୍ତୁଳନ ବିଗିଡି ନ ଯାଉ । ସେଥିପାଇଁ ତାଙ୍କୁ ଫେସ ସାରା ଛୋଟ ଛୋଟ ଦାଢି ରଖିବା ସହ ନିଶ କୁ ମୋଟା ରଖନ୍ତୁ ଯାହାଦ୍ଵାରା ଆପଣଙ୍କ ଫେସ ବେଶୀ ବଡ ଲାଗିବନି । 
 

ଛୋଟ ଚେହେରା      
କେତେଜଣ କୁହନ୍ତି ଛୋଟ ଫେସ ଥିବା ପୁରୁଷଙ୍କୁ ବହୁତ ଅଧିକ ଲମ୍ବା ଦାଢି ରଖିଲେ ଭଲ ଲାଗିବ କିନ୍ତୁ ଏହା ସମ୍ପୂର୍ଣ ଭୁଲ । ଛୋଟ ଚେହେରାରେ  ବଡ ଏବଂ ଲମ୍ବା ଦାଢି  ରଖିଲେ ଏହା ଫେସକୁ   ବିଲକୁଲ ବିଗାଡି ଦେବ । ଏହି ଲୋକମାନେ  ନିଜ 
ମୁହଁ ସାରା ଛୋଟ ଛୋଟ (ଟ୍ରିମ ହେଇଥିବା) ଦାଢି ରଖିଲେ ଭଲ ଲାଗିବ ।

 

ଅଣ୍ଡାକାର ଚେହେରା
ଯେଉଁ ପୁରୁଷଙ୍କ ଫେସ ଅଣ୍ଡାକାର  ଆକୃତିର ହୋଇଥିବ ସେମାନେ ଦାଢି  ରଖିବା ମାମଲାରେ ଟିକିଏ ଭାଗ୍ୟଶାଳୀ ରହିଥାନ୍ତି । ଏମାନଙ୍କୁ ସବୁ ଷ୍ଟାଇଲର ଦାଢି ମାନିବ ।        
         

ଗୋଲକାର  ଚେହେରା
ଗୋଲ ଫେସ ଥିବା ପୁରୁଷଙ୍କୁ ଦାଢି ବନାଇବା ବେଳେ ଧ୍ୟାନ ଦେବା ଦରକାର ଯେ ଥୋଡି ଉପରେ ଦାଢିର ଲମ୍ବ ଅଧିକ ରଖନ୍ତୁ । ଏ ପ୍ରକାର ଚେହେରା ନିମନ୍ତେ ମୁହଁ ସାରା ଦାଢି ରଖିବା ଅପେକ୍ଷା ଫ୍ରେଞ୍ଚ ସେପ ଦାଢି  ସବୁଠୁ ଭଲ ହେବ ।   

 

ଲମ୍ବା ଚେହେରା

ଲମ୍ବା ଚେହେରା  ଥିବା ପୁରୁଷଙ୍କୁ ଦାଢି ବନାଇବା ସମୟରେ ଧ୍ୟାନ ଦେବାକୁ ପଡିବ ତାଙ୍କ ଦାଢି ପାଇଁ ତାଙ୍କର ମୁହଁ ବେଶି  ଲମ୍ବା ନ ଲାଗୁ । ଏ ଏ ପ୍ରକାର ମୁହଁ ନିମନ୍ତେ ଚେହେରା ସାରା ଦାଢି  ରଖିଲେ ଭଲ ଲାଗେ କିନ୍ତୁ ଥୋଡିରେ କମ ଲମ୍ବର ଦାଢି ରହିବା ଦରକାର ଯାହାଦ୍ଵାରା  ଆପଣଙ୍କ ଲୁକ ଅଧିକ ସୁନ୍ଦର ଲାଗିବ ।     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon