ମିଥୁନ ରାଶିରେ ବୁଧ, ସୂର୍ଯ୍ୟ ପ୍ରବେଶ: କେଉଁ ରାଶିକୁ କଣ

Saturday, June 16, 2018

ବେତାର ବ୍ୟୁରୋ

June 16, ଶନିବାର

ମିଥୁନ ରାଶିରେ ବୁଧଗ୍ରହ ଅବସ୍ଥାନ କରିଥିବା ବେଳେ ଏହି ରଜ ସଂକ୍ରାନ୍ତିରେ ସୂର୍ଯ୍ୟଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟଦେଵ ଓ ବୁଧଗ୍ରହଙ୍କୁ ଭଲ ବନ୍ଧୁ ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ ବ୍ୟକ୍ତିତ୍ବର ଅଭିବୃଦ୍ଧି କରିଥାନ୍ତି ଓ ବୁଧଗ୍ରହଙ୍କର ଉପସ୍ଥିତି ଆପଣଙ୍କ ଭିତରେ ବୁଦ୍ଧି ଓ ବିବେକର ଉନ୍ମୋଚନ କରିଥାନ୍ତି। ତେଣୁ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଚଳନ ଆପଣଙ୍କୁ ସଫଳତା ଆଣିଦେବ।ସୂର୍ଯ୍ୟଙ୍କର ଏହି ଚଳନ ସମସ୍ତ 12 ରାଶି ଉପରେ ପ୍ରଭାବ ପକାଇବ।

ମେଷ: ପୁରୁଣା ସମ୍ପର୍କୀୟଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ବାଣିଜ୍ୟ ଉଦ୍ଦେଶ୍ୟରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସୁସମ୍ବାଦ ପ୍ରାପ୍ତି ହେବ।ଭାଇଭଉଣୀଙ୍କ ସହ ଉତ୍ତମ ବୁଝାମଣା ରହିବ।

ବୃଷ:ପରିବାର ମଧ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିବ। ଆୟ କମିବାର ସମ୍ଭାବନା ଥିବାବେଳେ ବ୍ୟୟ ଅଧିକ ହୋଇପାରେ।ଦାନ୍ତରେ ଗଭୀର କଷ୍ଟ ଅନୁଭବ କରିବେ।ଅର୍ଥ ସଂକ୍ରାନ୍ତୀୟ ବିବାଦ କୁ ବୁଝି ବିଚାରି ସମାଧାନ କରନ୍ତୁ।ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ମିଥୁନ: ପରିବାର ମଧ୍ୟରେ କଳହ ଦେଖାଦେବ।ଅଧିକ ଉତ୍ତ୍ୟକ୍ତ ନହୋଇ ଧୈର୍ଯ୍ୟର ସହ ସମାଧାନ କରନ୍ତୁ।ଜୀବନସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରନ୍ତୁ।ଅର୍ଥ ବିବାଦକୁ ବୁଦ୍ଧିମତାର ସହ ବୁଝନ୍ତୁ।ଅଯଥାରେ ଖର୍ଚ୍ଚ ବଢିବ।ଆଣ୍ଠୁଗଣ୍ଠି ବ୍ୟଥା ବଢିବ।

କର୍କଟ:ସମାଜ ଆଗରେ ଦେଖେଇ ହୋଇ ଅଧିକ ଖର୍ଚ୍ଚ କରିବେ ଏପରି ନକରି ଭବିଷ୍ୟତ ପାଇଁ ଅର୍ଥ ରଖନ୍ତୁ।ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ସିଂହ: ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଯିବ।ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।ଅତି ଆପଣାର ଲୋକ ସହିତ ବୁଝାମଣା ଠିକ ରହିବ ନାହିଁ।ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ଏଥିଲାଗି ସଚେତନ ରୁହନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ।ଅଫିସ କାମରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ରହିଛି।ସ୍ୱାସ୍ଥ୍ୟସମସ୍ୟା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ତୁଳା: ନୂତନ ସମ୍ପର୍କରେ ବାନ୍ଧି ହେବେ।ଚାକିରୀ କ୍ଷେତ୍ରରେ ନିଜ ସ୍ଥାନକୁ ମଜଭୁତ କରିବା ପାଇଁ  ଭଲଭାବରେ କାର୍ଯ୍ୟ କରିବାକୁ ପଡିବ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ।ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ।

ବିଛା: ପାଣିପାଗରେ ପରିବର୍ତ୍ତନ ହେବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ।ଏଥିପାଇଁ ସଚେତନ ରହିବାକୁ ପଡିବ।ପରିବାର ଲୋକଙ୍କ ପାଇଁ ଅଧିକ ମାତ୍ରାରେ ଖର୍ଚ୍ଚ କରିବେ।ବହୁଦିନରୁ ଆଶା କରିଥିବା କାର୍ଯ୍ୟ ପୁରାଣ ହେବ।

ଧନୁ: ଜୀବନସାଥି ଙ୍କ ସହ ଝଗଡା ହୋଇପାରେ।ଧୈର୍ଯ୍ୟ ଓ କୌଶଳ ସହ ଏହି ସମସ୍ୟାର ସମାଧାନ କରନ୍ତୁ।ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।ଯାହାଦ୍ୱାରା ଅଧିକ କ୍ଲାନ୍ତ ଅନୁଭବ କରିବେ।ଆର୍ଥିକ ସ୍ଥିତି ଭଲ ରହିବ।

ମକର: ସୁର୍ଯ୍ୟଙ୍କର ଏହି ଚଳନ ଆପଣଙ୍କ ପାଇଁ ଏତେଟା ଶୁଭଫଳ ଦେବ ନାହିଁ।କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ।ଅନେକ ନୂତନ ପ୍ରତିଦ୍ୱନ୍ଦୀ ଆଗକୁ ଆସିବେ।ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ।

କୁମ୍ଭ: ଆନ୍ତରିକ ଲୋକଙ୍କ ସହିତ ଝଗଡା ହେବ।କ୍ରୋଧକୁ ଆୟତରେ ରଖି ସମସ୍ୟାର ସମାଧାନ କରନ୍ତୁ।ଅର୍ଥକ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।ପାରିବାରିକ କଳହ କର୍ମକ୍ଷେତ୍ରରେ ପ୍ରଭାବ ପକାଇବ।

ମୀନ: ପରିବାର ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।ଅପ୍ରୀତିକର ପରିସ୍ଥିତି ଉପୁଜିବାକୁ ଦିଅନ୍ତୁ ନାହିଁ।ଗୃହରେ ମରାମତି କାମ ହୋଇପାରେ।ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon