ବିନା ଇଣ୍ଟରନେଟରେ ଚାଲିବ ଗୁଗୁଲ କ୍ରୋମ

Saturday, June 23, 2018

ଗତ ଗୁରୁବାର ଦିନ ଗୁଗୁଲ ଆନୁଷ୍ଠାନିକ ଭାବେ ତାହାର ଆଣ୍ଡ୍ରୋଇଡ ଡିଭାଇସର  ନୂଆ ଫିଚର ଆରମ୍ଭ କରିଛି । ଏହି ନୂଆ ଫିଚରରେ ଏପରି ବ୍ୟବସ୍ଥା ରହିଛି ଯାହା ଫଳରେ ଭାରତ ସମେତ ଅନ୍ୟ ୧୦୦ରୁ ଅଧିକ ଦେଶମାନଙ୍କରେ ବିନା ଇଣ୍ଟରନେଟ କନେକ୍ସନ ଦ୍ଵାରା ଗୁଗୁଲ ସର୍ଚ କରିହେବ । 

 

ଏହି ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ସୂଚନା ଦେଇ ଗୁଗୁଲର ଅଫଲାଇନ ପ୍ରଡ଼କ୍ଟ ମ୍ୟାନେଜର ଆମଣ୍ଡା ବସ କହିଛନ୍ତି, ଯଦି ପାଖରେ କୌଣସି ଇଣ୍ଟରନେଟ କିମ୍ବା ୱାଇଫାଇ ସେବା ଉପଲବ୍ଧ ନ ଥିବ ସେତେବେଳେ କ୍ରୋମବ୍ରାଉଜର ଆପଣଙ୍କ ଲୋକେସନରେ ଥିବା ସବୁଠୁ ଲୋକପ୍ରିୟ ପ୍ରାସଙ୍ଗିକ ଖବରଗୁଡିକୁ ଦେଖାଇବ

 

ତେବେ ଏଥିପାଇଁ କ୍ରୋମ ପୂର୍ବରୁ (ଇଣ୍ଟରନେଟ ଥିବା ସମୟରେ) ଏହି ସବୁ ଖବରକୁ ଡାଉନଲୋଡ କରିଥିବ। ଆପଣଙ୍କ ଫୋନରେ ଆପଣ କେଉଁ ସବୁ ବିଷୟ ପଢିବାକୁ ବା ଦେଖିବାକୁ ପସନ୍ଦ କରୁଛନ୍ତି ତାହା ଅନୁଧ୍ୟାନ 

କରି କ୍ରୋମ ଆପଣଙ୍କ ମନ ମୁତାବକ ପ୍ରସଙ୍ଗ ପୂର୍ବରୁ ଡାଉନଲୋଡ କରି ରଖିଥିବ, ଯାହାକୁ ବିନ ଇଣ୍ଟରନେଟ ସାହାଯ୍ୟରେ ମଧ୍ୟ ପଢିହେବ ।  

 

ଏହି ନୂଆ ସଂସ୍କରଣ (ଭର୍ସନ) କ୍ରୋମ ଆଣ୍ଡ୍ରୋଇଡ ଭାରତ, ନାଇଜେରିଆ, ଇଣ୍ଡୋନେସିଆ ସମେତ ଦୁନିଆର ଅନ୍ୟ ୧୦୦ଟି ଦେଶରେ  ମଧ୍ୟ ଏହା ଉପଲବ୍ଧ ହେବ । ଯେଉଁ ୟୁଜରମାନେ ଗୁଗୁଲ ଷ୍ଟୋରରେ  ଥିବା ଗୁଗୁଲ କ୍ରୋମର  ନୂଆ ଭର୍ଜନକୁ ଅପଡେଟ କରିଛନ୍ତି ସେହି ୟୁଜରମାନଙ୍କ ପାଖରେ ଏହି ଫିଚର ଉପଲବ୍ଧ  ହେବ ।

 

କିପରି ହେବ ଅଟୋମାଟିକ ଡାଉନଲୋଡ 

 

ଗୁଗୁଲ ୟୁଜର କ୍ରୋମକୁ  ସାଇନ ଇନ କଲାପରେ ତାହାର ବିଷୟବସ୍ତୁ ଲୋକପ୍ରିୟତା , ୟୁଜର ଲୋକେସନ ଏବଂ ବ୍ରାଉଜିଙ୍ଗ ହିଷ୍ଟ୍ରିର ଆଧାରରେ ଆଉଟୋମେଟିକ ଭାବେ ଡାଉନଲୋଡ ହେବା ସହ ଏହାକୁ ଯେକୌଣସି ସମୟ ଓ ଜାଗାରେ  ପଢିପାରିବେ । ଡାଉନଲୋଡ ବିଷୟବସ୍ତୁ  କ୍ରୋମ ଆପର ଡାଉନଲୋଡ ସେକ୍ସନରେ ହିଁ ଉପଲବ୍ଧ ହେବ ।     

 

ଏହି ନୂଆ ଫିଚରରେ ବିଶେଷ କିଛି କରିବାକୁ ପଡିବନି । ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନରେ ଗୁଗୁଲ କ୍ରୋମର ଆପ ଥିବା ଦରକାର ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon