ବର୍ଷାଦିନେ କିପରି ନେବେ କେଶର ଯତ୍ନ

Sunday, June 24, 2018

ବର୍ଷାଦିନରେ କେଶ ବାରମ୍ବାର ଓଦା ହେବାର ସମ୍ଭାବନା ରହିଥାଏ। ବର୍ଷାରେ କେଶକୁ ଓଦା କରିବାଦ୍ଵାରା ବର୍ଷାପାଣିରେ ଥିବା ପ୍ରଦୂଷିତ ତତ୍ତ୍ଵ ଆପଣଙ୍କର କେଶକୁ କମଜୋର କରିଦେଇଥାଏ। ସେଥିପାଇଁ ଆପଣଙ୍କୁ କେଶର ଖାସ ଯତ୍ନ ନେବାକୁ ପଡିବ। ଏଥିପାଇଁ ବର୍ଷାଦିନେ ବାହାରକୁ ଯିବା ସମୟରେ ମୁଣ୍ଡକୁ ସ୍କାର୍ପ କିମ୍ବା ଓଢଣୀରେ ଘୋଡାଇ ବାହାରକୁ ଯାଆନ୍ତୁ, ସାଙ୍ଗରେ ଛତା ମଧ୍ୟ ନେଇ ଯାଆନ୍ତୁ। କାରଣ ଯେ କୌଣସି ୠତୁ ହେଉ ନା କାହିଁକି କେଶର ଯତ୍ନ ନେବା ନିହାତି ଜରୁରୀ।

 

କେଶକୁ ନରମ ଓ କୋମଳ ରଖିବା ପାଇଁ ଆପଣ କେଶରେ ନଡିଆ ତେଲ ଲଗାଇପାରିବେ। ଯେହେତୁ ନାରୀର କେଶ ହିଁ ତାର ସୌନ୍ଦର୍ଯ୍ୟକୁ ଦୁଇଗୁଣ କରିଥାଏ, ତେଣୁ ବର୍ଷାଦିନେ କିପରି କେଶର ଯତ୍ନ ନେବେ ଜାଣି ରଖନ୍ତୁ।

 

୧. କେଶକୁ ଶୁଖିଲା ରଖନ୍ତୁ: ଝିପିଝିପି ବର୍ଷାରେ ଭିଜିବାକୁ ସମସ୍ତେ ପସନ୍ଦ କରିଥାନ୍ତି କିନ୍ତୁ ଏହା କେଶ ପାଇଁ ଆଦୌ ଭଲ ହୋଇନଥାଏ। କାରଣ ବର୍ଷାପାଣି ବହୁତ ଅପରିଷ୍କାର ହୋଇଥାଏ ଓ ଏଥିରେ ଥିବା ଅମ୍ଳ କେଶକୁ ଦୁର୍ବଳ କରିଥାନ୍ତି। ଏହାଦ୍ୱାରା ଆପଣଙ୍କ କେଶରେ ମଧ୍ୟ ବ୍ୟାକ୍ଟେରିଆ ହୋଇଯାଇଥାଏ ଯାହାଦ୍ଵାରା ଆପଣଙ୍କ ମୁଣ୍ଡରେ ଇମଫେକସନ ହୋଇଯାଇଥାଏ।

 

୨.ସପ୍ତାହକୁ ଦୁଇଥର ସାମ୍ପୋ କରନ୍ତୁ: ବର୍ଷାଦିନରେ ନିଜର କେଶକୁ ସପ୍ତାହକୁ ଦୁଇଥର ସାମ୍ପୋ କରନ୍ତୁ, କାରଣ ବର୍ଷାଦିନରେ ଆପଣଙ୍କ କେଶମୂଳ ବହୁତ କୁଣ୍ଡାଇ ହୋଇଥାଏ ଓ ଇମଫେକସନ ହୋଇଯାଇଥାଏ। ସାମ୍ପୋ କରିବା ଦ୍ଵାରା କେଶମୂଳ ସଫା ରହିଥାଏ ଓ କେଶ ସୁସ୍ଥ ରହିଥାଏ। ଦୁଇଥରରୁ ଅଧିକ ସାମ୍ପୋ କରନ୍ତୁ ନାହିଁ କିମ୍ବା ଭିନ୍ନ ଭିନ୍ନ ସାମ୍ପୋ ବ୍ୟବହାର କରନ୍ତୁ ନାହିଁ।

 

୩.କେଶମୂଳରେ ତେଲ ମାଲିସ କରନ୍ତୁ: ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ନିଜ ପସନ୍ଦର ତେଲକୁ କେଶରେ ମାଲିସ କରନ୍ତୁ।ମାଲିସ କରିବା ଆଗରୁ ତେଲକୁ ସାମାନ୍ୟ ଗରମ କରିଦିଅନ୍ତୁ। ଶୋଇବା ଆଗରୁ ଏପରି ମାଲିସ କରିବା ଦ୍ଵାରା କେଶକୁ ପୋଷଣ ମିଳିଥାଏ।

 

୪.ହେୟାର ଷ୍ଟାଇଲ କରନ୍ତୁ ନାହିଁ: ଏହି ୠତୁରେ କେଶକୁ ମଜଭୁତ କରି ବାନ୍ଧି ଷ୍ଟାଇଲ କରିବାଦ୍ଵାରା କେଶକୁ ହାନୀ ପହଞ୍ଚିଥାଏ। ତେଣୁ ଏହିଦିନରେ କେଶକୁ ହାଲକା ଭାବରେ ଷ୍ଟାଇଲକରି ବାନ୍ଧନ୍ତୁ।

 

୫.ସ୍ଵାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ: ବର୍ଷାୠତୁରେ କେଶର କେବଳ ବାହ୍ୟ ଯତ୍ନନେଲେ ହେବ ନାହିଁ, କେଶକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡିବ। କେଶପାଇଁ ଅଧିକ ମାତ୍ରାରେ ପ୍ରୋଟିନ,ଭିଟାମିନ ଓ ଖଣିଜ ପଦାର୍ଥ ଆବଶ୍ୟକ ହୋଇଥାଏ, ଯାହାଦ୍ୱାରା କେଶ ମଜଭୁତ ହୋଇଥାଏ। ଏଥିପାଇଁ ଆପଣ ଓମେଗା୩ ଫ୍ୟାଟି ଏସିଡ, ସାଲମନ, ପାଲକ ଓ ଦହି ଇତ୍ୟାଦି ଖାଇପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon