ନିୟମିତ କଫି ପିଇଲେ ମିଳେ ଏହି ଉପକାର

Tuesday, June 26, 2018

ପ୍ରତିଦିନ ଚା ଏବଂ କଫି ପିଇବାକୁ ବଦଭ୍ୟାସ ବୋଲି କୁହାଯାଇଥାଏ। କିନ୍ତୁ ସିମୀତ ମାତ୍ରାରେ କଫିର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଦିନକୁ 3ରୁ4 କପ କଫି ପିଇବା ଦ୍ୱାରା ଆମ ଶରୀର ଉପରେ ଭଲ ପ୍ରଭାବ ପଡିଥାଏ। କଫି ପିଇବା ଦ୍ୱାରା କଫିରେ ଥିବା କୌଫିନର ପ୍ରଭାବ ଆମ ସମ୍ପୂର୍ଣ୍ଣ ଶରୀର ଉପରେ ପଡିଥାଏ। 


ଜାଣି ରଖନ୍ତୁ କଫି ପିଇବା ଦ୍ୱାରା ଆମକୁ କଣ ଫାଇଦା ମିଳିଥାଏ।

1.ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ: କଫି ପିଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କଫି ପିଇବାର 24 ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ମସ୍ତିଷ୍କ ଉପରେ ରହିଥାଏ।

2. ଚିନ୍ତା ଦୂର କରିଥାଏ: ମାନସିକ ଚିନ୍ତା ଦୂର କରିବା ପାଇଁ କଫି ବହୁତ ସାହାଯ୍ୟ କରିଥାଏ। କଫିରେ ଥିବା ଏଣ୍ଡ୍ରନାଲିନ ତତ୍ତ୍ୱ ସଠିକ ଭାବରେ ରକ୍ତ ଚଳାଚଳ କରିବାରେ ସାହାଯ୍ୟ କରିଥାଏ ଏହା ଦ୍ୱାରା ଅବସାଦ ଦୂର ହୋଇ ମସ୍ତିଷ୍କ ଅଧିକ ସକ୍ରିୟ ହୋଇଥାଏ।

3.ଆଳସ୍ୟ ଦୂର କରିଥାଏ: ଦିନଯାକର ଆଳସ୍ୟ ଦୂର କରିବା ପାଇଁ ମାତ୍ର ଏକ କପ କଫି ଆବଶ୍ୟକ ହୋଇଥାଏ। ଏହାଦ୍ୱାରା ମାଂସପେଶୀ ସହିତ ଆମ ଶରୀରରେ ହୃତପିଣ୍ଡକୁ ଠିକ ଭାବରେ ରକ୍ତ ଚଳାଚଳ ହୋଇଥାଏ। ଏହା ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।

4. ସୁନ୍ଦର ତ୍ଵଚ୍ଚା ପାଇବାରେ ସାହାଯ୍ୟ କରେ: ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁ ମହିଳାମାନେ ଦିନକୁ 3 ରୁ 4 କପ କଫି ପିଇଥାନ୍ତି ସେମାନଙ୍କର ତ୍ଵଚ୍ଚା ଜନିତ ସମସ୍ୟା ଦୂର ହୋଇଯାଇଥାଏ ଓ ଉଜ୍ଜ୍ୱଳ ତ୍ଵଚ୍ଚା ପାଇଥାନ୍ତି।

5. ମଧୁମେହରୁ ରକ୍ଷା କରିଥାଏ: କଫି ପିଇବା ଦ୍ୱାରା ମଧୁମେହ ପରି ବଡ ରୋଗ ମଧ୍ୟ ଦୂର ହୋଇଥାଏ। ଦିନକୁ 4ରୁ 5 କପ କଫି ପିଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା 33 ପ୍ରତିଶତ କମ ହୋଇଥାଏ।

6. ମୋଟାପଣ ଦୂର ହୋଇଥାଏ: କଫିରେ ଥିବା କୌଫିନ ତତ୍ତ୍ୱ ଆମ ଶରୀରର ଅତିରିକ୍ତ ଫ୍ୟାଟକୁ କମ କରିଥାଏ ଓ ବଢିବା ପାଇଁ ଦେଇନଥାଏ। ଯେଉଁମାନେ ନିଜର ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ନିୟମିତ ଭାବରେ କଫିର ସେବନ କରନ୍ତୁ।

7. ହୃଦରୋଗ ରୁ ରକ୍ଷା କରିଥାଏ: ପ୍ରତିଦିନ ନିୟମିତ ଭାବରେ କଫି ପିଉଥିବା ଲୋକମାନଙ୍କୁ ହୃଦରୋଗ ହେବାର ଆଶଙ୍କା 21ପ୍ରତିଶତ କମ ରହିଥାଏ ଓ ଏହା ହୃତପିଣ୍ଡ ଉପରେ ଭଲ ପ୍ରଭାବ ପକାଇଥାଏ।

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon