ଜାଣନ୍ତୁ : ବଜ୍ରପାତ ସମୟରେ କିପରି କରିବେ ନିଜ ସୁରକ୍ଷା

Wednesday, June 27, 2018

ଏବେ ମୌସୁମୀ ଓଡିଶାରେ ସକ୍ରିୟ ରହିଛି । ଏହି ସମୟରେ ବିଜୁଳି ଘଡଘଡି ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ଏହି ବଜ୍ରପାତ ଅନେକ ସମୟରେ ଜୀବନ ନେବା ସହିତ ଘରର ଜରୁରୀ ଇଲେକ୍ଟ୍ରୋନିକ ଉପକରଣ ଖରାପ କରିଦିଏ । ତେବେ ଆସନ୍ତୁ ଜାଣିବା ବଜ୍ରପାତ ସମୟରେ ବିପଦରୁ ବଞ୍ଚିବା କ'ଣ କ'ଣ କରିବା ଉଚିତ । 

 

ଘର ବାହାରେ ଥିଲେ 

ଲୁହାଖମ୍ବ, ଲୁହାଛଡ଼ ଏବଂ ଲୁହା କବାଟ  ଠାରୁ ଦୂରରେ ରୁହନ୍ତୁ ।

 

ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି  ତେବେ ତୁରନ୍ତ ସେଠାରୁ ବାହାରି ଆସନ୍ତୁ। କୌଣସି ବଡ ଗଛ ତଳେ, ଖୋଲା ଜାଗାରେ ଛିଡା ହୁଅନ୍ତୁ ନାହି। ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ ।
 

ନିରାପଦ ଆଶ୍ରୟସ୍ଥଳୀଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି  ଆଶ୍ରୟ ନିଅନ୍ତୁ  । ଦୁଇ କାନକୁ ହାତ ଦେଇ ବନ୍ଦ କରନ୍ତୁ, ନଚେତ ପ୍ରଚଣ୍ଡ ଶବ୍ଦରେ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରି ଦିଅନ୍ତୁ । କାର ଭିତରେ ଥିଲେ ସେଠାରେ ରୁହନ୍ତୁ, କାରଣ କାରରେ ଟାୟାର ଥିବାରୁ କରେଣ୍ଟ କାରକୁ ଛୁଇଁ ନ ଥାଏ ।

 

ଯଦି ବାହାରେ ଅଛନ୍ତି ତା’ହେଲେ ବୈଦ୍ୟୁତିକ ଉପକରଣଠୁ ଦୂରରେ ରୁହନ୍ତୁ । ଲୁହାଖମ୍ବ, ଲୁହାଛଡ଼ ଏବଂ ଘରର ଲୁହା କବାଟ   ଠାରୁ ଦୂରରେ ରୁହନ୍ତୁ । ଟେଲିଫୋନ୍‍, ମୋବାଇଲ, ଟିଭି ଏବଂ ବିଦ୍ୟୁତ୍  ଉପକରଣ ଗୁଡିକର ସୁଇଚ୍ ଅଫ୍‌ କରି ଦିଅନ୍ତୁ ।

 

ଘରେ ଥିଲେ

ଘରେ ଥିଲେ କୌଣସି ଲୁହା, ଧାତୁ କିମ୍ବା ବୈଦ୍ୟୁତିକ ଉପକରଣକୁ ଛୁଅନ୍ତୁ ନାହିଁ । ଘର ଭିତରେ ଥିବା ସମୟରେ ଝରକା, କବାଟ ଏବଂ କାନ୍ଥ ଠାରୁ ଦୂରତା ବଜାୟ ରୁଖନ୍ତୁ। ଏକାଠି ଥିଲେ ପରସ୍ପର ଠାରୁ ଦୂରତା ବଜାୟ ରଖନ୍ତୁ । ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ। 

 

ବଜ୍ରପାତ ହେବା ସମୟରେ ବିଜୁଳି  ସଂଚାରିତ ଉପକରଣରୁ  ଦୂରେଇ ରହିବା ସହ  ଟେଲିଫୋନ ଏବଂ ମୋବାଇଲର  ବ୍ୟବହାର ଆଦୌ କରନ୍ତୁ ନାହି ।  ବଜ୍ରପାତ ସମୟରେ ଘରର  କବାଟ, ଝରକା ବନ୍ଦ ରଖିବା ସହ ଛାତ ଉପରକୁ ଯାଆନ୍ତୁ ନାହି ।

 

ଟେଲିଫୋନ୍‍, ମୋବାଇଲ, ଟିଭି ଏବଂ ବିଦ୍ୟୁତ୍  ଉପକରଣ ଗୁଡିକର ସୁଇଚ୍ ଅଫ୍‌ କରି ଦିଅନ୍ତୁ । ବଜ୍ରାଘାତରୁ ଘରକୁ ରକ୍ଷା କରିବା ପାଇଁ ghare ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ ।

 

 


 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon