ମଙ୍ଗଳ ଗ୍ରହର ବେଗ ପରିବର୍ତ୍ତନ : କେଉଁ ରାଶି ବ୍ୟକ୍ତି ହେବେ ରାଗୀ, ଖର୍ଚ୍ଚାନ୍ତ

Wednesday, June 27, 2018

ମଙ୍ଗଳ ଗ୍ରହ ଗତ କିଛି ସମୟ ତଳେ କୁମ୍ଭ ରାଶିରେ ଏହାର ବେଗ ପରିବର୍ତ୍ତନ କରିଛି ଯାହାକୁ ବକ୍ରୀ ବୋଲି କୁହାଯାଏ । ଏହି ବେଗ ପରିବର୍ତ୍ତନର ପ୍ରଭାବ ଆସନ୍ତା ଅଗଷ୍ଟ 27 ଯାଏଁ ରହିବ ।

 

ମଙ୍ଗଳ ଏକ ଶକ୍ତିଶାଳୀ ତଥା ଉତ୍ସାହ ପ୍ରଦାନକାରୀ ଗ୍ରହ । ଏହା ଯେବେ ସ୍ଵାଭାବିକ ବେଗରେ ଥାଏ ସେତେବେଳେ ଏହା ମନୁଷ୍ୟକୁ ଅତ୍ୟନ୍ତ ଉତ୍ସାହର ସହିତ କାମ କରିବାକୁ ପ୍ରେରଣା ଯୋଗାଇଥାଏ । ହେଲେ ବେଗ ପରିବର୍ତ୍ତନ ହେବା କ୍ଷଣି ଏହା ମନୁଷ୍ୟକୁ  କର୍ମ କରିବା ପାଇଁ ରୋକିଥାଏ ଓ ଯେ କୌଣସି କରୁଥିବା କାମର ପୁନଃ ବିଚାର କରିବାକୁ ପ୍ରବର୍ତ୍ତାଇଥାଏ । ଏହା ସହିତ କିଛି ରାଶି ପାଇଁ ମନରେ କ୍ରୋଧ ମଧ୍ୟ ଜନ୍ମାଇ ଥାଏ ।

 

ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହି ବେଗ ପରିବର୍ତ୍ତନ କି ପ୍ରଭାବ ଆଣିପାରେ ।

 

ମେଷ : ଆପଣଙ୍କ ଜୀବନରେ ଘଟୁଥିବା ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ। କର୍ମ କ୍ଷେତ୍ରରେ ଅବା ବ୍ୟକ୍ତିଗତ ଜୀବନରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ସେ ବିଷୟରେ ଆହୁରି ଭଲ ଭାବେ ଭାବନ୍ତୁ। କୌଣସି ପରିସ୍ଥିତିରେ ଅତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ବ୍ୟବହାର ଓ ଆଚାର ବ୍ୟବହାରରେ ସକରାତ୍ମକ ପରିବର୍ତ୍ତନ  ଆବଶ୍ୟକ।

 

ବୃଷ: ଅଧିକ ସଚେତନ ହୋଇ ରହିବାକୁ ପଡିବ। ଆପଣଙ୍କର ଏକଜିଦିଆ ସ୍ଵଭାବ ଯୋଗୁ ଅସୁବିଧାର ସମ୍ମୁଖୀନ ହେବେ। ଆପଣଙ୍କ ସହ ଘଟୁଥିବା ପରିବର୍ତ୍ତନକୁ ଆପଣେଇବାକୁ ଚେଷ୍ଟା କରନ୍ତୁ। ଅଯଥା କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ କିମ୍ବା କାହା ଉପରେ ନିଜର ପ୍ରାଧାନ୍ୟ ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ।

 

ମିଥୁନ: ନିଜର ଦାନ କରିବା ସ୍ଵଭାବ ଯୋଗୁଁ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଲୋକମାନେ ଆପଣଙ୍କୁ ଠକି ଦେବେ। ତେଣୁ ନିଜ ଆୟକୁ ଦେଖି ବ୍ୟୟ କରନ୍ତୁ। ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସାହସ ରଖନ୍ତୁ।

 

କର୍କଟ: ଅଧିକ ଖର୍ଚ୍ଚ ଯୋଗୁଁ କ୍ରୋଧ ବଢିପାରେ। ଅନ୍ୟମାନଙ୍କ ସହିତ ସଂଯମତାର ସହିତ କଥାବାର୍ତ୍ତା କରନ୍ତୁ। ନିଜକୁ ଏବଂ ଅନ୍ୟ ମାନଙ୍କୁ କ୍ଷମା କରିବା ଶିଖନ୍ତୁ। ଆପଣଙ୍କ ନିକଟତମ ବ୍ୟକ୍ତିଙ୍କ ସହ ଥିବା ସମ୍ପର୍କର ମର୍ଯ୍ୟାଦା ରକ୍ଷା କରନ୍ତୁ 

 

ସିଂହ: ମଙ୍ଗଳ ଗ୍ରହ ବକ୍ରି ହେବାରୁ ଆପଣଙ୍କ ରାଶି ଉପରେ ଯାହାବି ପ୍ରଭାବ ପଡିବ ସେସବୁକୁ ସାମ୍ନା କରିବା ପାଇଁ ସାହସ ଓ ଧୈର୍ଯ୍ୟ ରଖନ୍ତୁ। ନିଜର କ୍ରୋଧ ଓ କଥାକୁ ଆୟତ୍ତରେ ରଖନ୍ତୁ। ସବୁବେଳେ ସମସ୍ତଙ୍କ ସହ ରହିବା ସମ୍ଭବ ହୋଇନଥାଏ ତେଣୁ ପ୍ରଥମେ ଆପଣ ନିଜର ଯତ୍ନ ନିଅନ୍ତୁ।

 

କନ୍ୟା: ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ଚାହାନ୍ତି ଯେ ଦୁନିଆରେ ସବୁ କାମ ନିଖୁଣ ଭାବରେ ହେଉ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କୁ ଖୁଣ ଥିବା ଜିନିଷ ମଧ୍ୟରେ ଭଲଗୁଣ ଖୋଜିବାକୁ ପଡିବ। ଅନ୍ୟମାନଙ୍କୁ ଦୋଷ ନଦେଇ ପ୍ରତ୍ୟକ ସମସ୍ୟାର ଏକ ସର୍ଜନାତ୍ମକ ସମାଧାନ ଖୋଜନ୍ତୁ।

 

ତୁଳା: କଷ୍ଟକର ପରିସ୍ଥିତିକୁ ସାମ୍ନା କରିବେ। ଦାୟିତ୍ଵର ସହ ଏହାକୁ  ସାମ୍ନା କରନ୍ତୁ ଓ ଏହି ପରିସ୍ଥିତିରୁ ଆଗକୁ ବଢିବା ଶିଖନ୍ତୁ। କଠିନ ପରିସ୍ଥିତିରେ ରହି ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।

 

ବିଛା: ମଙ୍ଗଳ ଗ୍ରହଙ୍କର ଏହି ବକ୍ରି ହେବା ଆପଣଙ୍କୁ ଜୀବନରେ ବହୁତ କିଛି ଶିକ୍ଷାଦେବ। ନିଜ ଗୋଡରେ nije ଠିଆ ହେବା ଶିଖିବେ ଓ ନିଜ ପାଇଁ ସ୍ଵର ଉତ୍ତୋଳନ କରିବା ମଧ୍ୟ ଶିଖିଯିବେ। ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତୁ ନାହିଁ।  

 

ଧନୁ: ଅନ୍ୟ ଉପରେ ଅଧିକ ଭରସା ନକରି ନିଜ କଥା ନିଜେ ବୁଝନ୍ତୁ,କାରଣ ସମସ୍ତେ ନିଜ ନିଜର ସମସ୍ୟା ନିଜେ ସମାଧାନ କରନ୍ତି। କାହାର ସ୍ଵଭାବ ଓ ଚରିତ୍ରକୁ ଅଧିକ ତର୍ଜମା କରନ୍ତୁ ନାହିଁ। ପ୍ରତ୍ୟକ ସମସ୍ୟାର ବ୍ୟବହାରିକ ସମାଧାନ ବାଛନ୍ତୁ।

 

ମକର: ଆପଣଙ୍କ ଜୀବନରେ ବହୁ ମାତ୍ରାରେ ପରିବର୍ତ୍ତନ ଘଟିବ। ନିଜକୁ ନେଇ ବହୁ ଅପ୍ରିୟ ସତ୍ୟ ଶୁଣିବେ।ଏସବୁ ଶୁଣିବାକୁ ଯଥେଷ୍ଟ ସାହସ ରଖନ୍ତୁ। ଏହି ପରିସ୍ଥିତି ସହ ଯୁଝିବା  ପରେ ଶାନ୍ତିର ସହ ଜୀବନ ଅତିବାହିତ ହେବ।

 

କୁମ୍ଭ: ଏହି ରାଶିର ବ୍ୟକ୍ତି ମାନେ ଅଧିକ ପ୍ରଭାବିତ ହେବେ। ନକରାତ୍ମକ ଚିନ୍ତାଧାରା, ଦୁଷ୍ଟ ବ୍ୟକ୍ତି ଓ ଅସହଜ ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ। ଦୁଃଖୀ ହୋଇ କୌଣସି ଖରାପ ଅଭ୍ୟାସ ରଖନ୍ତୁ ନାହିଁ।  

 

ମୀନ: ଏହି ସମୟରେ ଶାନ୍ତ ଓ ନମ୍ର ରୁହନ୍ତୁ। ଏପରି ପରିସ୍ଥିତି ଦୂର ହୋଇଯିବ ବିଶ୍ଵାସ ରଖନ୍ତୁ। ନିଜ ସମ୍ପର୍କ ଠାରୁ କ୍ରୋଧକୁ ଦୂରେଇ ରଖନ୍ତୁ। ଧ୍ୟାନ କରିବା ଦ୍ଵାରା ଆପଣ ଏହି ସମସ୍ୟାକୁ ସାମ୍ନା କରିପାରିବେ।   

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon