ଜାଣିବା କଥା : ପ୍ରଥମଥର ପାଇଁ ଚୁଟି କଲର କରୁଥିଲେ

Thursday, June 28, 2018

 

ନିଜର ସୁନ୍ଦରତାକୁ ଦ୍ଵିଗୁଣିତ କରିବାପାଇଁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ନିଜ କେଶକୁ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି। କାରଣ ଏହା ଆପଣଙ୍କ ଲୁକକୁ ସମ୍ପୂର୍ଣ ବଦଳେଇଦିଏ। କିନ୍ତୁ କେଶ ରଙ୍ଗ କରିବା ପୂର୍ବରୁ ସର୍ବଦା କିଛି ପ୍ରଶ୍ନ ମନକୁ ଆସେ, ଯେପରି କେଉଁ ରଙ୍ଗ ମାନିବ, କେଉଁ ପ୍ରକାର ରଙ୍ଗ ଚୟନ କରିବେ, ରଙ୍ଗ 

କରିବା ପ୍ରଣାଳୀ ଇତ୍ୟାଦି। ଆସନ୍ତୁ ଜାଣିବା ସେସବୁ ପ୍ରଶ୍ନର ସହଜ ଓ ସରଳ ଉପାୟ।

 

କ) ପ୍ରଥମଥର ପାଇଁ କେଶ କଲର କରିବାକୁ ଯାଉଥିଲେ ମନେ ରଖନ୍ତୁ ସମସ୍ତ କଲର ସବୁ ରଙ୍ଗର ଝିଅଙ୍କ କେଶ ସହିତ  ଅବା ମୁହଁ ସହିତ ଖାପ ଖୁଆଇ ନ ଥାଏ ।  

  

ଖ) ସଠିକ ରଙ୍ଗ ଚୟନ କରିବା ନିମନ୍ତେ ଆପଣ କୌଣସି ହେୟାର ଏକ୍ସପର୍ଟ୍ସଙ୍କ ପରାମର୍ଶ ନେଇପାରିବେ। କାରଣ ସେମାନେ ଅପଣଙ୍କୁ ଅପଣଙ୍କ ଶରୀରର ରଙ୍ଗ ଓ ମୁହଁର ଗଠନ ହିସାବରେ କିପରି ସଠିକ କଲର ଓ ହାଇଲାଇଟର ବ୍ୟବହାର କରିବେ ତାହା ଉପଦେଶ ଦେଇପାରିବେ। ତା' ସହ ଆପଣ ପୂର୍ବରୁ କଲର କରିଥିବା ଝିଅଙ୍କ ଫୋଟୋ ଦେଖି ମଧ୍ୟ ନିଜପାଇଁ ସମ୍ୟକ ଧାରଣା ସାଉଁଟି ପାରିବେ।

 

ଗ) କେଶକୁ କଲର କରିବା ସମୟରେ ଧ୍ୟାନଦେବେ ଯେପରି ଅଧିକ ମାତ୍ରାର ରଙ୍ଗ ଆପଣ ବ୍ୟବହାର ନ କରନ୍ତୁ। ନତୁବା ଏହା ଆପଣଙ୍କ କେଶକୁ ଡ୍ରାଏ କରିବାସହ କେଶର ପ୍ରାକୃତିକ ରଙ୍ଗ ଖରାପ କରିଦେଇଥାଏ। କଲର କଲାବେଳେ ଯଦି ଆପଣ ଭୁଲ ପ୍ରଣାଳୀ କିମ୍ବା ଅଧିକ ପରିମାଣର କଲର ଅଧିକ ସମୟ ଯାଏ କେଶରେ ଲଗାଇ ରଖିବେ ତାହେଲେ ଆପଣଙ୍କ କେଶ ରୁକ୍ଷ ହେବା ସହ ଖରାପ ହୋଇଯାଇଥାଏ।

 

ଘ) ହେୟାର କଲର କିଣିବାବେଳେ ସର୍ବଦା ନୂତନ ମ୍ୟାନୁଫ୍ୟାକ୍ଚର ହୋଇଥିବା କଲର କିଣନ୍ତୁ ଅର୍ଥାତ ପ୍ରସ୍ତୁତି ତାରିଖ ଦେଖି କିଣନ୍ତୁ । କାରଣ ଦୋକାନରେ ପୁରୁଣା ମହଜୁଦ କଲର ଆପଣଙ୍କ କେଶକୁ ହାନୀ ପହଞ୍ଚାଇଥାଏ। ସର୍ବଦା ନିଜ କେଶର ପ୍ରାକୃତିକ ରଙ୍ଗ ସହ ମିଶିବା ପରି ରଙ୍ଗ ଚୟନ କରନ୍ତୁ। ଏହା ଆପଣଙ୍କୁ ବେଶ ମନିବ । ଗାଢ ରଙ୍ଗର କଲର ଆପଣଙ୍କ ଲୁକକୁ ବିଗାଡିଦେଇପାରେ।

 

ଙ) ଅମୋନିଆ ରହିତ କଲର ଅପେକ୍ଷା ଅମୋନିଆ ଯୁକ୍ତ କଲର ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ  କିଛି ଲୋକଙ୍କପାଖେ  ଅମୋନିଆ ଯୁକ୍ତ କଲରସହ ଆଲର୍ଜି ଥାଏ। ତେଣୁ ଯଥା ସମ୍ଭବ ଆପଣ ନିଜ ଆବଶ୍ୟକତା ଅନୁସାରେ କଲର ଚୟନ କରିପାରିବେ।

 

ଚ) କେଶ କଲର କରିବା ପୂର୍ବରୁ ଆପଣ ଯଥା ସମ୍ଭବ କେଶରେ ଡ୍ରାୟର ମାରିବା ଅବା ଷ୍ଟ୍ରେଟନିଙ୍ଗ କରିବା ଠାରୁ ଦୂରେଇ ରୁହନ୍ତୁ। ନତୁବା ଏହା ଆପଣଙ୍କ କେଶ ଓ କେଶ କଲର ଖରାପ କରିପାରେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon