ଏଣିକି ଗ୍ରୁପ ଆଡମିନ ନିର୍ଣ୍ଣୟ ନେବ କିଏ ପଠାଇବ ମେସେଜ

Friday, June 29, 2018

ହ୍ଵାଟସଅପ ଏବେ ତାହାର ଏକ ନୂଆ ଫିଚର ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ଆଡମିନକୁ ଅଧିକ ଅଧିକାର ମିଳିବ। webetainfo ନାମକ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଏଣିକି ହ୍ଵାଟସଅପ ଗ୍ରୁପର ଆଡମିନ ଚାହିଁଲେ ଅନ୍ୟ ସଦସ୍ୟମାନେ ପଠାଉଥିବା ମେସେଜକୁ ବନ୍ଦ କରିପାରିବେ।

 

ଏବେର ବ୍ୟବସ୍ଥା ଅନୁସାରେ ହ୍ଵାଟସଅପର ଗ୍ରୁପ ଆଡମିନ କୌଣସି ଗ୍ରୁପ ସଦସ୍ୟକୁ ଚାହିଁଲେ ବହିଷ୍କାର କରିପାରିବେ, କିନ୍ତୁ ଗ୍ରୁପରେ ଥିବା ସଦସ୍ୟମାନଙ୍କ ମେସେଜ ପଠାଇବା ଉପରେ କୌଣସି ଅଧିକାର ନ ଥିଲା । ଏହି ନୂଆ ଫିଚର ଲାଗୁହେଲେ ଆଡମିନମାନେ ଏଣିକି ସବୁ ସଦସ୍ୟମାନଙ୍କ ମେସେଜ/ଫୋଟୋ/ଭିଡିଓ ଆଦି ପଠାଇବା ଉପରେ ପ୍ରତିବନ୍ଧକ ଲଗାଇପାରିବେ।   

 

କିପରି ହେବ

ମିଳିଥିବା ତଥ୍ୟ ଅନୁସାରେ ହ୍ଵାଟସଅପକୁ ଗୁଗୁଲ ପ୍ଲେ ଷ୍ଟୋର ଯାଇ ଅପଡେଟ କଲାପରେ ଏଡିଟ ଗ୍ରୁପ ଇନଫୋରେ  ଏକ ନୂଆ ସେଣ୍ଡ ମେସେଜ ବିକଳ୍ପ ଆସିବ। ଏହି ବିକଳ୍ପରେ ଦୁଇଟି ବ୍ୟବସ୍ଥା ରହିବ : ଗୋଟିଏ ପାର୍ଟିସପେଣ୍ଟ  ଏବଂ ଅନ୍ୟଟି ଓନଲି ଆଡମିନ।

 

ଅର୍ଥାତ ଆଡମିନ ଚାହିଁଲେ କେବଳ ନିଜେ ମେସେଜ ପଠାଇ ପାରିବ କିମ୍ବା ଅନ୍ୟ ସମସ୍ତଙ୍କୁ ମେସେଜ ପଠାଇବା ଅଧିକାର ଦେଇପାରିବ। ତେବେ ଆଡମିନ ଯଦି ଚାହିଁବ କୌଣସି ଗୋଟିଏ ସଦସ୍ୟକୁ ମେସେଜ ପଠାଇବା ଅଧିକାରରୁ ବଞ୍ଚିତ କରେଇବାକୁ ତାହା ସମ୍ଭବ ହେବନି ।

 

ଏହି ଫିଚର କେବଳ ସେତେବେଳେ ଲାଗୁ ହେବ ଯେତେବେଳେ ଗ୍ରୁପରେ ଗୋଟିଏ ଆଡମିନ ରହିବ । ଏହି ବାବଦରେ ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କୁ ବୋର୍ଡକାଷ୍ଟ ମେସେଜ ଦ୍ଵାରା  ଅବଗତ କରାଯିବ ।

 

ଏହି ଫିଚରକୁ ଏବେ କେବଳ ହ୍ଵାଟସଅପର ଅଣ୍ଡ୍ରୋଇଡ ଏବଂ ଆଇଫୋନ ପାଇଁ ରିଲିଜ କରାଯାଇଛି । ଖୁବ ଶୀଘ୍ର  ୱିନଡୋଜ ଫୋନ ପାଇଁ ମଧ୍ୟ ଏହି ବିକଳ୍ପ ରିଲିଜ କରାଯିବ ।  

 

ହ୍ଵାଟସଅପ ତରଫରୁ କୁହାଯାଇଛି ଯେ ଏହାର ବିଜନେସ ଆକାଉଣ୍ଟରେ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବାରୁ ଏହି ଫିଚରକୁ ଯୋଡା ଯାଇଛି , ଯେଉଁଥିରେ ଆଡମିନ କେବଳ ଜରୁରୀ ତଥ୍ୟ ଗ୍ରୁପର ସଦସ୍ୟମାନଙ୍କୁ ପଠାଇ ପାରିବ ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon