ପୁରୁଷମାନେ କିପରି ଦୂର କରିବେ ଆଖି ତଳ କଳା ଦାଗ

Friday, June 29, 2018

 ଆଜିକାଲି ଝିଅମାନେ ନିଜର ସୁନ୍ଦରତାକୁ ବଜାୟ ରଖିବାକୁ ଅନେକ ପ୍ରକାକର ପ୍ରଡକ୍ଟ ବ୍ୟବହାର କରୁଥିବାବେଳେ ,  ସେହିଭଳି ଏହି ତୁଳନାରେ ପୁରୁଷମାନେ କିଛି କମ ନୁହନ୍ତି । ଆଖିତଳ ହୋଇଥିବା କଳା ଦାଗ ପୁରୁଷମାନଙ୍କ ସୁନ୍ଦରତା ଏବଂ ସ୍ମାର୍ଟନେସକୁ କମାଇ ଦେଇଥାଏ ।   

 

ଅସ୍ଵାସ୍ଥ୍ୟକର ଜୀବନଶୈଳୀଦ୍ଵାରା ଏହି କଳା ଦାଗ  ହୋଇଥାଏ ।  ଏହା ଅଧିକ କାମ କରିବା , ଅଧିକ ଚିନ୍ତା କରିବା ,ଅନିଦ୍ରା ରହିବା ଏବଂ ଅନନ୍ୟା କାରଣ ପାଇଁ ଆଖିତଳେ କଳା ଦାଗ ଦେଖାଯାଇଥାଏ । 

 

କଳା ଦାଗ କମ ବୟସ ଲୋକଙ୍କ ଠାରୁ ଅଧିକ ବୟସ  ଥିବା ଲୋକମାନଙ୍କ  ମଧ୍ୟରେ ଏହାର ପରିମାଣ  ବେଶୀ ଦେଖାଯାଇଥାଏ । 

 

ଆଖିତଳେ ହୋଇଥିବା କଳା ଦାଗ ରୋକିବାର ସବୁଠୁ ଭଲ ଉପାୟ ପୋଷଣଯୁକ୍ତ ଖାଦ୍ୟ ଖାଇବା ଯେଉଁଥିରେ ରହିଛି ,ତାଜା ଫଳ, ଘରୋଇ ପନିର ,ସ୍କିମିଣ୍ଡ ମିଲ୍କ ,  ଡାଲି ଏବଂ ବିନ ଇତ୍ୟାଦି । ଏହି କଳା ଦାଗ ଘରୋଇ ଉପଚାର ଦ୍ଵାରା   ସହଜରେ ମଧ୍ୟ ଦୂର ହୋଇପାରିବ ।  

 

 ଆଖିତଳେ ଥିବା କଳା ଦାଗ ଦୂର କରିବା  ପାଇଁ ଉପାୟ

 

 ଅଣ୍ଡର ଆଇ କ୍ରିମ (ଆଖିତଳେ ଲାଗୁଥିବା କ୍ରିମ)

ଏହା ଆପଣଙ୍କ ଫେସକୁ ପୋଷଣ ଦେବାସହ ରଙ୍ଗ ମଧ୍ୟ ସୁଧାରିଥାଏ । ଆଖିର ଆଖପାଖରେ  ଫେସ ମାସ୍କ ଲଗାନ୍ତୁ ନାହିଁ  ।   

 

ଧୁମ୍ରପାନ କରିବା ଛାଡିଦିଅନ୍ତୁ

ଯଦି ଆପଣ ପାନ ବିଡି ଏବଂ ଅନ୍ୟ କିଛି  ନିଶାଦ୍ରବ୍ୟ ସେବନ କରୁଛନ୍ତି, ଏହାକୁ ଯଦି ଆପଣ କରିବା  ଛାଡିଦିଅନ୍ତି  ତାହାଲେ ଆପଣଙ୍କ ଆଖିତଳେ ଥିବା  କଳା ଦାଗ ନିଚିନ୍ତ ଦୂରେଇ ଯିବ ।

 

କଞ୍ଚା ଆଳୁ ଲଗାନ୍ତୁ

କଞ୍ଚା ଆଳୁ ଲଗାଇଲେ ଚର୍ମରେ ଥିବା ରଙ୍ଗ କୁ ହାଲ୍କା କରିବା ସହ ଆଖିତଳେ ଥିବା କଳା ଦାଗକୁ  ମଧ୍ୟ କମ କରିବାରେ ଏହା ସାହାଯ୍ୟ କରେ  । ଏକ ଥଣ୍ଡା ଆଳୁର ରସକୁ କିଛି ଦିନ ନିୟମିତ ଭାବେଆଖିତଳେ ଥିବା ଭାଗରେ ଲଗାଇଲେ  ଆପଣଙ୍କୁ ଏହାର ଫାଇଦା  ନିଶ୍ଚିନ୍ତ  ଦେଖିବାକୁ ମିଳିବ ।

 

ଦିନକୁ ୧୦ଗ୍ଲାସ ପାଣି

ଆପଣ ଦିନକୁ ୧୦ ଗ୍ଲାସ ପାଣିପିଉଛନ୍ତି ଯଦି ନ ପିଉଛନ୍ତି ତାହାହେଲେ ପିଇବା ଏବେଠୁ ଆରମ୍ଭ କରିଦିଅନ୍ତୁ । ପାଣି ପିଇବା ଦ୍ଵାରା  ହିଁ ଆପଣଙ୍କ ତ୍ଵଚ୍ଚାକୁ ପୋଷଣ ମିଳିଥାଏ ଏବଂ  ଆଖିତଳେ ଥିବା କଳା ଦାଗ ମଧ୍ୟ ହୋଇନଥାଏ  ।

 

ବାଦାମ ତେଲ

ଶୋଇବା ପୂର୍ବରୁ ବାଦାମ  ତେଲ ଏବଂ କ୍ଷୀରକୁ ମିଶାଇ ଆଖିରେ ଥିବା କଳା  ଦାଗରେ ଲଗାଇ, ସକାଳୁ ଉଠି ଥଣ୍ଡା ପାଣିରେ  ଧୋଇଦିଅନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଚମକ ଫେରିଆସିବ ।                        

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon