ଜାଣନ୍ତୁ : ଫେସବୁକର ଦୁଇଟି ନୂଆ ଫିଚରରେ ରହିଛି କଣ ସୁବିଧା

Sunday, July 1, 2018

ଫେସବୁକ ବ୍ୟବହାରକାରୀଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ଏହି ସୋସିଆଲ ମିଡିଆ କମ୍ପାନୀ ଦୁଇଟି ନୂଆ ଫିଚର ଉନ୍ମୋଚନ କରିଛି । ଗୋଟିଏ ଫିଚରରେ ଏହାର ବ୍ୟବହାରକାରୀମାନେ ଅନାବଶ୍ୟକ ପୋଷ୍ଟରୁ ନିସ୍ତାର ପାଇବା ବ୍ୟବସ୍ଥା ଥିଲା ବେଳେ ଅନ୍ୟଟିରେ ଫେସବୁକ ଷ୍ଟୋରିରେ ଗ୍ରୁପ ଚାଟ ବ୍ୟବସ୍ଥାକୁ ଯୋଡା ଯାଇଛି । ଆସନ୍ତୁ ଜାଣିବା ବିସ୍ତାରରେ ।

 

ବିରକ୍ତିକର ପୋଷ୍ଟ

ପ୍ରତିଦିନ ଫେସବୁକ ଖୋଲିବା ପରେ ଫେସବୁକର ନ୍ୟୁଜଫିଡରେ ବିଭିନ୍ନ ପ୍ରକାରର ପୋଷ୍ଟ ଦେଖିବାକୁ ମିଳିଥାଏ। ଏହି ପୋଷ୍ଟ ଗୁଡିକ କେତେକ ଲୋକଙ୍କୁ ଭଲ ଲାଗିଥାଏ ଓ କେତେକ ଲୋକ ଏହାକୁ ପସନ୍ଦ କରିନଥାନ୍ତି। ଏପରି ବିରକ୍ତିକର ପୋଷ୍ଟକୁ ଆପଣଙ୍କ ନ୍ୟୁଜଫିଡରୁ ଦୂରେଇ ରଖିବା ପାଇଁ ଫେସବୁକ ଏକ ନୂତନ ଫିଚର ଉପରେ ପରୀକ୍ଷା କରୁଛି। ଏହାର ନାମ ରହିଛି “କୀ ୱାର୍ଡ ସ୍ନୁଜ (keyword snooze)”।

ଫେସବୁକର ଏହି “କୀ ୱାର୍ଡ ସ୍ନୁଜ” ଫିଚରଟି ହ୍ଵାଟସଅପରେ ଅନାବଶ୍ୟକ ଗ୍ରୁପ ମେସେଜକୁ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ “ମ୍ୟୁଟ” ଫିଚର ପରି କାମ କରିବ। ଫେସବୁକ ଅନୁସାରେ, ଆପଣ ନିଜ ନ୍ୟୁଜଫିଡ଼ରେ ଡାହାଣ କୋଣକୁ ଯାଇ ସେଠାରେ ନିଜ ପସନ୍ଦ ମୁତାବକ ଶବ୍ଦ ଲେଖି ସେହି ସମ୍ବନ୍ଧୀୟ ନ୍ୟୁଜ ଫିଡ଼ ଆଉ ନ ଦେଖିବା ପାଇଁ ଫେସବୁକକୁ ଅନୁରୋଧ କରିପାରିବେ । ଏହାପରେ  ସେହି ଶବ୍ଦ ଥିବା ପୋଷ୍ଟ ଗୁଡିକ ଆପଣଙ୍କ ନ୍ୟୁଜ ଫିଡରେ 30 ଦିନ ଯାଏ ଦେଖାଯିବ ନାହିଁ।

 

ଆପଣଙ୍କ ଆକାଉଣ୍ଟରେ ଥିବା ସାଙ୍ଗ, କୌଣସି ପେଜ କିମ୍ବା କୌଣସି ଗ୍ରୁପର ପୋଷ୍ଟକୁ ଆପଣ 30 ଦିନ ପାଇଁ ସ୍ନୁଜ କରିପାରିବେ। ମାତ୍ର କୌଣସି ବିଜ୍ଞାପନକୁ ଆପଣ ସ୍ନୁଜ କରିପାରିବେ ନାହିଁ।

 

ଷ୍ଟୋରିରେ ଚାଟ

ପୂର୍ବରୁ  ଫେସବୁକ ଷ୍ଟୋରି ଫିଚରରେ କମେଣ୍ଟ ଦେଲେ କେବଳ ପଠାଇଥିବା ବ୍ୟକ୍ତି ଓ ମେସେଜ ପାଇଥିବା ବ୍ୟକ୍ତିଗତ ଭାବେ ସେହି ମେସେଜ ପଢିପାରୁଥିଲେ । ହେଲେ ଏବେ ଫେସବୁକ ସେଥିରେ ପରିବର୍ତ୍ତନ କରି ଏପରି ଏକ ବ୍ୟବସ୍ଥା ଆଣିଛି, ଯାହା ଫଳରେ ଷ୍ଟୋରିରେ କମେଣ୍ଟ ଦେଲେ ଏହା ଗ୍ରୁପ ଚାଟ ଭଳି, ଉକ୍ତ ଷ୍ଟୋରିରେ ଟାଗ ହେଇଥିବା ସମସ୍ତ ଫେସବୁକ ବନ୍ଧୁମାନେ ଦେଖିପାରିବେ ।   

 

ଉକ୍ତ ଷ୍ଟୋରି ସମ୍ବନ୍ଧରେ ରିପ୍ଲାଏ କରିବାବେଳେ ଆପଣ ଇମୋଜୀ ଓ ଷ୍ଟିକରର ମଧ୍ୟକରିପାରିବେ। ଏଥିସହ ଫେସବୁକ ଚାଟିଙ୍ଗ ଅପସନରେ ଥିବା “ରିଆକ୍ସନ”ର ମଧ୍ୟ ବ୍ୟବହାରକରି ନିଜ ମନର ଭାବନାକୁ ପରିପ୍ରକାଶ କରିପାରିବେ।

 

ଫେସବୁକ ଗତ ମାସରେ ଭାରତ ପାଇଁ  ଷ୍ଟୋରି ଫିଚର ନିମନ୍ତେ ୩ଟି ନୂତନ ପରିବର୍ତ୍ତନ ଆଣିଥିଲା,  ଯେଉଁଥିରେ ଷ୍ଟୋରିରେ ଦିଆ ଯାଇଥିବା ଫୋଟ ଓ ଭିଡିଓକୁ ସେଭ କରି ରଖିବା ବ୍ୟବସ୍ଥା ଥିଲା ।  ଏହାଛଡା ଷ୍ଟୋରିରେ  ଭଏସ ପୋଷ୍ଟ ଏବଂ ଆରଚିଭ ଷ୍ଟୋରି ଅପ୍ଲୋଡ କରିବା ବ୍ୟବସ୍ଥାକୁ ଲାଗୁ କରାଯାଇଥିଲା ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon