ଓଡିଶା ପୋଲିସରେ ବାହାରିଲା 1,722 ପଦବୀ : କେମିତି କରିବେ ଆବେଦନ

Monday, July 2, 2018

ରାଜ୍ୟ ଆରକ୍ଷୀ ବିଭାଗରେ ବିଭିନ୍ନ ଜିଲ୍ଲାରେ ଖାଲିଥିବା ମୋଟ 1,722ଟି ଚୁକ୍ତିଭିତ୍ତିକ କନେଷ୍ଟବଳ ପଦବୀ ପୂରଣ ନିମନ୍ତେ ନିଯୁକ୍ତି ପରୀକ୍ଷା ପାଇଁ ରାଜ୍ୟ ସିଲେକ୍ସନ ବୋର୍ଡ, ଓଡିଶା ପୋଲିସ ତରଫରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ 27ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ।

 

ଆବେଦନ ତାରିଖ:

ଇଚ୍ଛୁକ ପ୍ରାର୍ଥୀମାନେ  ଜୁଲାଇ2 ତାରିଖ ସକାଳ 10 ଘଟିକାରୁ ଜୁଲାଇ 27 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ପୋଷ୍ଟାଲ କରିପାରିବେ। ଦରଖାସ୍ତ ଗୁଡିକ ଉକ୍ତ ସମୟ ମଧ୍ୟରେ ସମ୍ପୃକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କିମ୍ବା ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ନିର୍ଦ୍ଧାରିତ ସମୟ ମଧ୍ୟରେ କିମ୍ବା ଅସମ୍ପୂର୍ଣ୍ଣ ଦରଖାସ୍ତକୁ ବିଚାରକୁ ନିଆଯିବ ନାହିଁ।

 

ମୋଟ ପଦବୀ ସଂଖ୍ୟା:

ରାଜ୍ୟରେ 35 ଗୋଟି ପୋଲିସ ଜିଲ୍ଲାରେ ଏହି ଚୁକ୍ତିଭିତ୍ତିକ କନଷ୍ଟେବଳ  ନିଯୁକ୍ତି ପାଇଁ ମୋଟ 1722ଟି ପଦବୀ ବାହାରିଥିବା ବେଳେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 872ଟି, ଓବିସିଙ୍କ ପାଇଁ 190 ଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ 660ଟି ପଦବୀ ରହିଛି।

 

ନିଯୁକ୍ତି ସମ୍ପର୍କୀୟ ସର୍ତ୍ତାବଳୀ:

ଏହି ନିଯୁକ୍ତି ଚାକିରୀ ପ୍ରାରମ୍ଭରୁ ଚୁକ୍ତିଭିତ୍ତିକ ଅଟେ ଯାହା ଓଡିଶା ସରକାରଙ୍କ ଗ୍ରୁପ-ସି ଏବଂ ଗ୍ରୁପ-ଡି ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଏବଂ ସାଧାରଣ `ପ୍ରଶାସନ ବିଜ୍ଞପ୍ତି ଅନୁସାରେ ପରିଚାଳିତ।

 

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ତା.1.1.2018 ସୁଦ୍ଧା ସର୍ବନିମ୍ନ 18 ବର୍ଷ ଓ ସର୍ବାଧିକ 23 ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଏବଂ ଜନଜାତି, ଓବିସି, ଗୃହରକ୍ଷୀ ଓ ସମସ୍ତ ବର୍ଗର ମହିଳାମାନଙ୍କ ପାଇଁ 5ବର୍ଷ କୋହଳ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ଅନ୍ୟ କୌଣସି ସ୍ଵୀକୃତୀ ପ୍ରାପ୍ତ ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ କରିଥିବା ଆବଶ୍ୟକ। ଓଡିଆ ଏକକ ବିଷୟ ରୂପେ ନେଇ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା ଓଡିଆ ଭାଷାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଏମ.ଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

 

କିପରି ଆବେଦନ କରିବେ:

ଇଚ୍ଛୁକ ଓ ଯୋଗ୍ୟପ୍ରାର୍ଥୀ ମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ ନିଜ ରାଜ୍ୟର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ପ୍ରାର୍ଥୀ ଦରଖାସ୍ତ ଫର୍ମ ମୂଲ୍ୟ ବାବଦରେ ଟ.50ର ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ପୋଷ୍ଟାଲ ଅର୍ଡର ପଇଠ କରି ଦରଖାସ୍ତ ଫର୍ମ କିଣିବେ କିମ୍ବା ଓଡ଼ିଆ ପୋଲିସର ଅଫିସିଆଲ ୱେବସାଇଟରୁ ଦରଖାସ୍ତ ଡାଉନଲୋଡ କରିପାରିବେ। ୱେବସାଇଟରୁ ଫର୍ମ ଡାଉନଲୋଡ କରି ପକାଇଥିବା ପ୍ରାର୍ଥୀ, ଫର୍ମ ସହିତ ଟ.50ର ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ପୋଷ୍ଟାଲ ଅର୍ଡର ସଲଗ୍ନ କରିବେ।

 

ଆବଶ୍ୟକୀୟ ପ୍ରମାଣପତ୍ର:

ଆବେଦନଫର୍ମ ସହିତ ପ୍ରାର୍ଥୀ ନିଜର ବୟସ ସମ୍ବନ୍ଧୀୟ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ , ଜାତିଗତ ପ୍ରମାଣପତ୍ର, ନାମ ପଞ୍ଜୀକରଣ ପ୍ରମାଣପାତ୍ର, କ୍ରୀଡା ପ୍ରମାଣପତ୍ର, ଏନ.ସି.ସି ସାର୍ଟିଫିକେଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ଡିଶଚାର୍ଜ ପ୍ରମାଣପତ୍ରର ନକଲ ସଂଯୋଗ କରିବା ଆବଶ୍ୟକ। ଏହା ସହିତ 3ଟି ପାସପୋର୍ଟ ସାଇଜ ରଙ୍ଗୀନ ଫଟୋରେ ନିଜର ନାମ ଦସ୍ତଖତ କରିଦେବେ।

 

ଏ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ସରକାରଙ୍କର ଗୃହ ବିଭାଗର ଅଫିସିଆଲ ୱେବସାଇଟ www.odisha.gov.in, www.odishapolice.gov.in କିମ୍ବା www.opssb.nic.in ଲଗଇନ କରି ଚେକ କରିପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon