ଧୋନୀ ପାର୍ଟ-୨ରେ ପୁଣି ଥରେ ଦିଶିବେ ସୁଶାନ୍ତ ରାଜପୁତ

Wednesday, July 4, 2018

ବଲିଉଡରେ ବର୍ତ୍ତମାନ ବାୟୋପିକର ଟ୍ରେଣ୍ଡ ଚାଲିଛି। ଏପରିସ୍ଥଳେ ଭାରତର ପୂର୍ବ କ୍ୟାପଟେନ ଧୋନୀ ଓ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଇଂରାଜୀ ଖବର କାଗଜ ମିଡ ଡେ ଅନୁସାରେ 2016 ମସିହାରେ ନିର୍ମାଣ ହୋଇଥିବା ବାୟୋପିକ ଫିଲ୍ମ “ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି” ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି।

 

ଏହି ଚଳଚ୍ଚିତ୍ରରେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କୁ ଧୋନୀଙ୍କ ଚରିତ୍ରରେ ଅଭିନୟ କରିବେ । ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି”ରେ ସୁଶାନ୍ତଙ୍କ ଚମତ୍କାର ଅଭିନୟକୁ ଦେଖି ପ୍ରଯୋଜକ ରୋନି ସ୍କୃ ବାଲା “ଏମ.ଏସ 2.0” ପାଇଁ ସୁଶାନ୍ତଙ୍କୁ ଅଫର କରିଛନ୍ତି ।

 

ଏହି ସିକ୍ୱେଲରେ ଟିମ ଇଣ୍ଡିଆ ୱାର୍ଲ୍ଡ ଚାମ୍ପିୟନ ହେବା ପରର କାହାଣୀ ସହିତ ଧୋନୀଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋକପାତ କରାଯିବ। ଏହା ବ୍ୟତୀତ ଗତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ ବିଜେତା ହେବା ପଛରେ ଧୋନୀଙ୍କ ଭୂମିକାକୁ ମଧ୍ୟ ବର୍ଣ୍ଣନା କରାଯିବ। କେବଳ ଏତିକି ନୁହେଁ ୨୦୧୫ରେ ୱାର୍ଲ୍ଡକପ ସେମିଫିନାଲ ପର୍ଯ୍ୟନ୍ତ ଭାରତର ଯାତ୍ରା ମଧ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। 

 

ଏଥିରେ ମଧ୍ୟ ପୁଣିଥରେ ସୁଶାନ୍ତ ସିଂ ରାଜପୁତଙ୍କୁ ଦର୍ଶକମାନେ କ୍ରିକେଟ ଖେଳୁଥିବାର ଦେଖିବାକୁ ପାଇବେ। ବର୍ତ୍ତମାନ ସୁଶାନ୍ତ ନିଜର ଫିଲ୍ମ “କେଦାରନାଥ”ର ଶୁଟିଙ୍ଗ ଶେଷ କରିଛନ୍ତି ଓ  “ସୋନ ଚିରେୟା” ଫିଲ୍ନ ପାଇଁ ବ୍ୟସ୍ତ ଅଛନ୍ତି। ତଥାପି ସେ “ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି”ର ସିକ୍ଵେଲ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି।  

 

ଆର.ଏସ.ଭି.ପି ଫିଲ୍ମ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ସୁଟିଙ୍ଗ ଆସନ୍ତା ବର୍ଷ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।ଏହାର ପ୍ରଯୋଜନା ରୋନି ସ୍କୃବାଲା କରିବେ କିନ୍ତୁ କିଏ ଏହାର ନିର୍ଦ୍ଦେଶନା ଦେବେ ସେନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୁଶାନ୍ତଙ୍କ ବ୍ୟତୀତ ଏହି ସିକ୍ଵେଲରେ କିଏ କିଏ ଅଭିନୟ କରିବେ ସେକଥା ମଧ୍ୟ ଘୋଷଣା କରାଯାଇନାହିଁ।

 

ଦୁଇବର୍ଷ ପୂର୍ବେ 2016 ମସିହାରେ ରିଲିଜ ହୋଇଥିବା “ଏମ.ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି”କୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ଓ ଭଲ ବ୍ୟବସାୟ କରିଥିଲା ।  

 

ଏଥିରେ ଧୋନୀଙ୍କର ରାଞ୍ଚି ଠାରୁ ଭାରତର ଅଧିନାୟକ ହେବା ପର୍ଯ୍ୟନ୍ତ ସଂଘର୍ଷକୁ ଚିତ୍ରିତ କରଯାଇଥିଲା। ଏଥିରେ ସୁଶାନ୍ତଙ୍କ ସହିତ ଦିଶା ପତାନୀ,କିଆରା ଆଡଭାନୀ,ଅନୁପମ ଖେର ଓ ଭୂମିକା ପ୍ରମୁଖ ଅଭିନୟ କରିଥିଲେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon