ଆଇଟିଆଇ ପାସଙ୍କ ପାଇଁ ରେଳ ବିଭାଗରେ ଆପ୍ରେଣ୍ଟିସ ସୁଯୋଗ

Thursday, July 5, 2018

ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ତରଫରୁ ଛତିଶଗଡ଼ ର ବିଳାସପୁରରେ ଆଇଟିଆଇ ପାସ ପ୍ରାର୍ଥୀମାନଙ୍କ ପାଇଁ ରେଳ ବିଭାଗରେ ଆପ୍ରେଣ୍ଟିସ ଭାବେ ନିଯୁକ୍ତି ପାଇଁ ମୋଟ 432 ପଦରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ 31 ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ଆବେଦନର ତାରିଖ

ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ 1 ତାରିଖରୁ ଆସନ୍ତା ଜୁଲାଇ 31 ତାରିଖ ମଧ୍ୟରେ  ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ।

 

ମୋଟ ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତି ଅନୁସାରେ ଫ୍ରେଡ ଆପ୍ରେଣ୍ଟିସ ପଦରେ କୋପା(COPA), ଷ୍ଟେନୋଗ୍ରାଫର, ଫିଟର, ଇଲେକ୍ଟ୍ରିସିଆନ, ଶିଟ ମେଟାଲ ୱାର୍କର, କାରପେଣ୍ଟର, ସର୍ଭେୟର, ଡ୍ରଘ ମ୍ୟାନ, ମେକାନିଷ୍ଟ,ଟର୍ନର, ୱେୟାର ମ୍ୟାନ, ଆରଏସି ମେକନିକ, ମୋଟର ଭେଇକିଲ ମେକାନିକ, ଡିଜେଲ ମେକାନିକ, ୱେଲ୍ଦର, ପ୍ଲମ୍ବର, ମାସନ ଓ ପେଣ୍ଟର କର୍ମଚାରୀ ପାଇଁ ମୋଟ 432ଟି ପଦ ପ୍ରକାଶ ପାଇଛି।

 

ବୟସ ସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜୁଲାଇ 1 ତାରିଖ ସୁଦ୍ଧା ସର୍ବନିମ୍ନ 15ବର୍ଷ ଓ ସର୍ବାଧିକ 24 ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରିରୀକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ ବୟସସୀମା କୋହଳ କରାଯାଇଛି।

 

ଶିକ୍ଷାଗତ ଯୋଗ୍ୟତା

ଆବେଦନ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀ ପ୍ରାପ୍ତ ବୋର୍ଡରୁ ମାଟ୍ରିକ ଓ କୌଣସି ସ୍ଵୀକୃତୀ ପ୍ରାପ୍ତ ଅନୁଷ୍ଠାନରୁ ଆଇ.ଟି.ଆଇ ପାସ କରିଥିବା ଆବଶ୍ୟକ।

 

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବିଭାଗର ଅଫିସିଆଲ ୱେବସାଇଟ  www.secr.indianrailways.gov.in ରେ ଲଗଇନ କରିବେ। ଏହାପରେ ହୋମପେଜରେ ଥିବା Engagement of Act Apprentices in SECRରେ କ୍ଲିକ କରିବେ। ଏହାପରେ ନିର୍ଦ୍ଦେଶାନୁସାରେ ଆବେଦନ କରିପାରିବେ। ଏହି ଆବେଦନ କରିବା ପାଇଁ କୌଣସି ଫି ଲାଗିବ ନାହିଁ।

 

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ମାଟ୍ରିକ ଓ ଆଇଟିଆଇରେ ରଖିଥିବା ମାର୍କ ଓ ମେଡିକାଲ ପରୀକ୍ଷାର ଫଳାଫଳ ଅନୁସାରେ ଚୟନ କରାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବିଭାଗର ଅଫିସିଆଲ ୱେବସାଇଟ  www.secr.indianrailways.gov.in ରେ ଲଗଇନ କରି ଯାଞ୍ଚ କରିପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon