ଜିଓର ନୂଆ ଅଫର: ଟ୫୦୧ରେ ଫୋନ୍, ଟିଭିରେ ଭିଡିଓ କଲ

Thursday, July 5, 2018

 

ରିଲାଏନ୍ସ ଜିଓ ତରଫରୁ ଏହାର 41ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ଜିଓକୁ ନେଇ ବହୁତ ବଡ ବଡ ଘୋଷଣା କରିଛନ୍ତି।  ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଭାରତକୁ ବିଶ୍ଵର ଶ୍ରେଷ୍ଠ –5 ଦେଶ ମଧ୍ୟରେ ପହଞ୍ଚାଇବା ଲକ୍ଷ ରଖି ରିଲାଏନ୍ସ କମ୍ପାନୀ ଫାଇବାର କନେକ୍ଟିଭିଟି ପାଇଁ 2.5 ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ଏହାବ୍ୟତୀତ ଭାରତ ସମସ୍ତ ଜନସାଧାରଣଙ୍କୁ ଡିଜିଟାଲ ଇଣ୍ଡିଆ ସହିତ ଯୋଡିବା ପାଇଁ ନୂଆ ଜିଓ ସ୍ମାର୍ଟଫୋନ ଓ ଜିଓ ଗିଗା ଟିଭିର ମଧ୍ୟ ଘୋଷଣା କରିଛନ୍ତି।

 

ବ୍ରଡବ୍ୟାଣ୍ଡ କନେକ୍ସନ

ରିଲାଏନ୍ସ ଜିଓ ଏହାର ବହୁ ପ୍ରତିକ୍ଷୀତ ବ୍ରୋଡବ୍ୟାଣ୍ଡ ସେବାର ଘୋଷଣା କରିଛି। ମୁକେଶ ଅମ୍ବାନୀଙ୍କ ପୁତ୍ରୀ ଈଷା ଆମ୍ବାନୀ ଏହି  ବ୍ରୋଡବ୍ୟାଣ୍ଡ ସେବାକୁ ଲଞ୍ଚ କରିଛନ୍ତି। ଏ ସମ୍ପର୍କରେ ମୁକେଶ ଅମ୍ବାନୀ କହିଛନ୍ତି ଯେ, “ ଆମେ 1100 ସହରର ଘର, ସ୍କୁଲ ଓ ଛୋଟ ବଡ କମ୍ପାନୀ ପର୍ଯ୍ୟନ୍ତ ଫାଇବର କନେକ୍ଟିଭିଟି  ପହଞ୍ଚାଇବୁ।“ଅଗଷ୍ଟ ମାସ 15 ତାରିଖରୁ ଜିଓ ଗିଗା ଫାଇବାର ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏଥିରେ ଘର ତଥା ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଫାଇବର ତାର ଜରିଆରେ ହାଇସ୍ପିଡ ଇଣ୍ଟ୍ଟ୍ରନେଟ କନେକ୍ସନ ମିଳିବ ।

 

ଜିଓ  ଟିଭି

ଜିଓ ଗିଗା ଫାଇବାର ସହିତ ଗ୍ରାହକ ମାନଙ୍କୁ ଜିଓ ଗିଗା ରାଉଟର ଓ ଜିଓ ଗିଗା ଟିଭି ସେଟଅପ ବକ୍ସ ମିଳିବ। ଏହାଦ୍ୱାରା ଗ୍ରାହକମାନେ 600 ଟିଭି ଚ୍ୟାନେଲ ଓ ଶସ୍ତାରେ ବ୍ରୋଡବ୍ୟାଣ୍ଡ ସେବା ପାଇପାରିବେ। ଏହି ଗିଗା ଟିଭିରେ ଭଏସ କଲିଙ୍ଗ ସହିତ ଅନେକ ନୂଆ ନୂଆ ଫିଚର ରହିଛି। ଏଥିପାଇଁ ମଧ୍ୟ 15 ଅଗଷ୍ଟରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ଓ ବୁକିଙ୍ଗର 1ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ଗିଗା ଟିଭି ଲାଗିଯିବ।

 

ଭଏସ କମାଣ୍ଡ ଟିଭ

ଜିଓ ଗିଗା ଟିଭି ଦ୍ଵାରା ଆପଣ ଏକ ସ୍ମାର୍ଟ ଟିଭି ପାଇପାରିବେ ଯାହାକି ଆପଣଙ୍କ ଭଏସ କମାଣ୍ଡରେ ଟିଭି ଚ୍ୟାନେଲକୁ ବଦଳେଇପାରିବ। ଏହା ସହିତ ଆପଣଙ୍କ ଘରର ସୁରକ୍ଷା ପାଇଁ ଜିଓ କ୍ୟାମେରା ଓ ସୁରକ୍ଷା ଉପକରଣ ମଧ୍ୟ ଦିଆଯିବ।

 

ସ୍ମାର୍ଟ ସେଟଅପ ବକ୍ସ

ଏହି ସ୍ମାର୍ଟ ସେଟଅପ ବକ୍ସରେ କଳିଙ୍ଗ ଫିଚର ମଧ୍ୟ ଦିଆଯାଇଛି। ଯେଉଁଥିରେ ଜଣେ ଜିଓ ଟିଭି ୟୁଜର ଅନ୍ୟ ଜିଓ ଟିଭି ୟୁଜରକୁ କଲ କରିପାରିବେ। ଏହି ଜିଓ ଟିଭିରେ ସ୍ବାସ୍ଥ୍ୟ ସେବା ଆପ ଜରିଆରେ ଆପଣ ଜରୁରୀ

ସମୟରେ ଡାକ୍ତର ସହିତ ମଧ୍ୟ ଯୋଗାଯୋଗ କରିପାରିବେ।

 

ଜିଓ ଫୋନ-୨

ରିଲାଏନ୍ସ ଜିଓ ତରଫରୁ ଏହାର ଜିଓଫୋନ-୨ର ଘୋଷଣା କରାଯାଇଛି। ଏହା ଏକ ସ୍ମାର୍ଟଫୋନ ଯେଉଥିରେ ଗ୍ରାହକ ମାନଙ୍କୁ ୟୁଟ୍ୟୁବ, ହ୍ଵାଟସ ଅପ ଓ ଫେସବୁକ ସୁବିଧା ପାଇପାରିବେ। ଏହି ଫୋନ ଆସନ୍ତା ଅଗଷ୍ଟ 15ତାରିଖରୁ ମାତ୍ର ଟ.2,999ରେ ଉପଲବ୍ଧ ହେବ। ଏହା ସହିତ ଜିଓ ମନସୁନ ଅଫରରେ ଜୁଲାଇ21 ତାରିଖ ଠାରୁ ଜିଓ ଫିଚର ଫୋନ ଗ୍ରାହକ ମାତ୍ର ଟ.501 ଦେଇ ନିଜ ପୁରୁଣା ଜିଓ ଫୋନକୁ ବଦଳାଇ ନୂଆ ଜିଓଫୋନ-2 ନେଇପାରିବେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon