ସାପ୍ତାହିକ ରାଶିଫଳ:ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହେଇପାରନ୍ତି ଅସୁସ୍ଥ

ମେଷ: କର୍ମକ୍ଷେତ୍ରରେ ବଡଧରଣର ସଫଳତା ପାଇବେ। ପଦୋନ୍ନତି ହୋଇପାରେ। କୌଣସି ପ୍ରକାରର ଭୁଲ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ବ୍ୟସ୍ତ ରହିବା ହେତୁ ପରିବାର ମଧ୍ୟରେ ଅଶାନ୍ତି ଦେଖାଯିବ। ସାହସ ଓ ଶକ୍ତି ବୃଦ୍ଧି ପାଇବ। ସମସ୍ତ ସମସ୍ୟାକୁ ସାହସର ସହ ସାମ୍ନା କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

 

ବୃଷ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କିଛି ସରପ୍ରାଇଜ ପାଇ ପାରନ୍ତି। ଲକ୍ଷ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି।

 

ମିଥୁନ: ଅସୁସ୍ଥ ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତେଲଜାତୀୟ ଖାଦ୍ୟ କମ ଖାଆନ୍ତୁ। କର୍ମକ୍ଷେତ୍ରରେ ନିଜାର କାମ ପାଇଁ ପ୍ରଶଂସିତ ହେବେ। କୌଣସି କାରଣରୁ ଦୁଃଖୀ ହୋଇପାରନ୍ତି ଓ ଛୋଟ ଛୋଟ କଥାରେ ରାଗିଯାଇପାରନ୍ତି। ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

 

କର୍କଟ: କର୍ମକ୍ଷେତ୍ରରେ ଅଧିକ ବ୍ୟସ୍ତ ରହିବେ। ପଦୋନ୍ନତିର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳତା ପାଇବେ। ସ୍ୱାସ୍ଥ୍ୟପ୍ରତି  ଧ୍ୟାନ ଦିଅନ୍ତୁ ଓ ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି।

 

ସିଂହ: ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସିନିୟରଙ୍କ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସୁଫଳ ପାଇବେ।

 

କନ୍ୟା: ନିଜର ଦକ୍ଷତା ଓ ଜ୍ଞାନବଳରେ କର୍ମକ୍ଷେତ୍ରରେ ସଫଳତା ପାଇବେ। ପରିବାର ମଧ୍ୟରେ ସାମାନ୍ୟ କଳହ ଦେଖାଦେଇପାରେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ସୁସମ୍ବାଦ ପ୍ରାପ୍ତି ହେବ। ବ୍ୟୟ ବୃଦ୍ଧି ପାଇବ।

 

ତୁଳା: କୌଣସି ନିଷ୍ପତ୍ତି ନେବା ଆଗରୁ ନମ୍ରତାର ସହ ଭାବନ୍ତୁ। ପରିବାର ଓ କର୍ମକ୍ଷେତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ପାଇବେ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

 

ବିଛା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ଦୁରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଅପରିଚିତ ବ୍ୟକ୍ତିଙ୍କ ସହ ଅଧିକ ମିଶନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

 

ଧନୁ: ଆପଣଙ୍କର ମାନସିକ ଦୁଃଶ୍ଚିନ୍ତା ବଢିବ ଓ ଅଧିକ ବିରକ୍ତ ରହିବେ। ଯାହାଦ୍ୱାରା ଆପଣଙ୍କର ସମ୍ପର୍କରେ ପ୍ରଭାବ ପଡିବ। ଏଥିଲାଗି ଅନ୍ୟ ମାନଙ୍କ ସହିତ ନମ୍ର ବ୍ୟବହାର କରନ୍ତୁ। ଅର୍ଥ ଉପାର୍ଜନରେ ଉନ୍ନତି ଘଟିବ। ସନ୍ତାନଙ୍କର ସଫଳତାରେ ଗର୍ବ କରିବେ।

 

ମକର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ କାରଣ ସାମାନ୍ୟତମ ଅବହେଳା ବଡ ଧରଣର କ୍ଷତି କରିପାରେ। ବିଦେଶ ଯାତ୍ରା କରିପାରନ୍ତି। ବୈବାହିକ ଜୀବନ ଭଲରେ କଟିବ। ନୂତନ ଜମିବାଡି କିଣିପାରନ୍ତି।

 

କୁମ୍ଭ: ସପ୍ତାହରେ ଆପଣଙ୍କ ଯାତ୍ରା ସଫଳ ରହିବ। ଅଫିସରେ ସିନିୟର ଆପଣଙ୍କ ଠାରୁ ଅଧିକ ଆଶା କରିପାରନ୍ତି। ଖର୍ଚ୍ଚ ବଢିବ। ବିବାଦୀୟ ମକୋଦ୍ଦାମରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ପରିଶ୍ରମ କରନ୍ତୁ।

 

ମୀନ: ବନ୍ଧୁମାନେ ସହଯୋଗର ହାତ ବଢାଇବେ। ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ମାତାଙ୍କର ସ୍ଵାସ୍ଥ୍ୟରେ ଅବନତି ଘଟିପାରେ। ସନ୍ତାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon