ବୃହସ୍ପତି ମାର୍ଗୀ:ଚାକିରୀ ଓ ବ୍ୟବସାୟରେ ନୂଆ ସୁଯୋଗ

Tuesday, July 10, 2018

ବୃହସ୍ପତି ଗ୍ରହଙ୍କୁ ଧର୍ମସ୍ଥଳ, ରାଜନୀତି, ନ୍ୟାୟ ଓ ଦାନପୁଣ୍ୟ ଆଦିର ବାହକ ବୋଲି କୁହାଯାଏ। ବୃହସ୍ପତିଙ୍କ ବେଗ ପରିବର୍ତ୍ତନ ବା ବକ୍ରୀ ହେବା ହେତୁ ଏହି ସବୁ ମାମଲାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଜୁଲାଇ ୧୦ (ମଙ୍ଗଳବାର)ରୁ ବୃହସ୍ପତି ବେଗ ପରିବର୍ତ୍ତନ  କରି ସଳଖ ବା ମାର୍ଗୀ ହେବେ  ଓ ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ସମସ୍ତ ୧୨ଗୋଟି ରାଶି ଉପରେ ପଡିବ। ଜାଣନ୍ତୁ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ କଣ ରହିବ।

 

ମେଷ: ଚାକିରୀ ଓ ବ୍ୟବସାୟ ବାଣିଜ୍ୟରେ ଲାଭ କ୍ଷତି ଉଭୟ ଲାଗି ରହିବ। କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବା ହେତୁ ପରିବାରକୁ ସମୟ ଦେଇପାରିବେ ନାହିଁ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ଜମିବାଡି ସଙ୍କ୍ରାନ୍ତରେ ବହୁ ଦିନରୁ ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

 

ବୃଷ: ନୂତନ କଥା ଶିଖିବାକୁ ପାଇବେ। ଚାକିରୀ ଖୋଜୁଥିବା ଲୋକମାନଙ୍କୁ ନୂତନ ସୁଯୋଗ ମିଳିବ। ସହକର୍ମୀ ମାନେ ସହଯୋଗର ହାତ ବଢାଇବେ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ।

 

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ଓ ଉଚ୍ଚ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ବ୍ୟବସାୟ କରୁଥିବା ଲୋକମାନେ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତିରେ ଉନ୍ନଟି ଘଟିବ।

 

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆୟରେ ବୃଦ୍ଧି ଘଟିବ। ନୂତନ ଜମିବାଡି କିଣିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ସାମାନ୍ୟତମ ସମସ୍ୟା ଦେଖାଯାଇପାରେ। କ୍ୟାରିୟରକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ।

 

ସିଂହ: ସକାରାତ୍ମକ ମନୋଭାବ ବୃଦ୍ଧି ପାଇବ। ପରିବାର ଓ ବନ୍ଧୁମାନେ ସହଯୋଗର ହାତ ବଢାଇବେ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି।

 

କନ୍ୟା: ବହୁ ଦିନରୁ ଆଶାକରିଥିବା ଦିଗରୁ ଅର୍ଥ ଆଗମନ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥ କରଜ ନେବା ବେଳେ କିମ୍ବା କରଜ ଦେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପେଟ ସମସ୍ୟା ଦେଖାଦେଇ ପରେ।

 

ତୁଳା: ସକାରାତ୍ମକ ମନୋଭାବ ରଖି ନୁତନ କାର୍ଯ୍ୟ ଆରମ୍ଭ କରିବେ। ଆପଣଙ୍କର କାମ କିମ୍ବା କଥାବାର୍ତ୍ତା ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ। ଦାମ୍ପତ୍ୟ ଜୀବନ  ସୁଖମୟ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

 

ବିଛା: ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ବହୁତ ଭଲ ରହିବ। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି।

 

ଧନୁ: ବାଣିଜ୍ୟ କାରବାରରେ ଅଧିକ ଲାଭ ପାଇବେ। ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ନୂତନ କଥା ଶିଖିବାକୁ

ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କକୁ ନେଇ କିଛି ବଡ ନିଷ୍ପତ୍ତି ନେବେ।

 

ମକର:  ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ ଓ ନୂତନ ଚାକିରୀ ଖୋଜୁଥିବା ବ୍ୟକ୍ତି ମାନଙ୍କୁ ଚାକିରୀ ମିଳିବ। ବାଣିଜ୍ୟ କାରବାରକୁ ନେଇ ଦୁରସ୍ଥାନକୁ ଯାତ୍ରା କରିବେ। ନିଜ କର୍ମ ଉପରେ ନିଜେ ଗର୍ବ ଅନୁଭବ କରିବେ।

 

କୁମ୍ଭ: କର୍ମକ୍ଷେତ୍ରରେ କାମରେ କିଛି ପରିବର୍ତ୍ତନ ହେବ। ସିନିୟର ଅଧିକାରୀଙ୍କର ସହଯୋଗ ପାଇବେ। ବହୁ ଦିନରୁ ଲାଗିରହିଥିବା ମାଲିମକୋଦ୍ଦମା କାର୍ଯ୍ୟର ସମାଧାନ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

 

ମୀନ: ଚାକିରୀରେ ସ୍ଥାନାନ୍ତରଣ ଯୋଗ ରହିଛି। ଅଧିକ ଖର୍ଚ୍ଚ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିବ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ। ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଭୋଗ କରିବେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon