ଦୁଇବର୍ଷରେ ଓଡିଶା ପଲିଥିନମୁକ୍ତ ହେବ: ନବୀନ

Tuesday, July 10, 2018

ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟକୁ ପଲିଥିନ ମୁକ୍ତ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ନାମକ ଏକ  ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପଲିଥିନ୍ ବ୍ୟାନ କରିବାକୁ ଘୋଷଣା କରିଛନ୍ତି ଏବଂ ଏହି ନିଷ୍ପତ୍ତିକୁ ଆସନ୍ତା ଅକ୍ଟୋବର ମାସ 2 ତାରିଖ (ଗାନ୍ଧୀ ଜୟନ୍ତୀ) ଠାରୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରେ ଏବେ ଓଡିଶାରେ ପଲିଥିନ୍ ବ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘୋଷଣା କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ପୁରୀ, ଭୁବନେଶ୍ଵର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ପରି ମୁନ୍ୟସିପାଲଟି ଅଞ୍ଚଳରେ ପଲିଥିନ ବ୍ୟାନ ହେବ । ପ୍ରଥମେ ସହରାଞ୍ଚଳରେ ଏହି ନିୟମକୁ ଲାଗୁ କରାଯାଇ ପଲିଥିନ ବ୍ୟାନ ହେବ ଓ ଆଗାମୀ ଦୁଇ ବର୍ଷ ମଧ୍ୟରେ ସାରା ରାଜ୍ୟରେ ପଲିଥିନର ବ୍ୟବହାରକୁ ବନ୍ଦ କରାଯିବ।

 

ମୁନିସପାଲଟି ଅଞ୍ଚଳରେ ଏହି ନିୟମର କଡାକଡି ଲାଗୁ ହେଉଛି କି ନାହିଁ ଯାଞ୍ଚ କରିବାକୁ ଗୃହ ବ୍ୟବସ୍ଥା ଓ ସହର ଉନ୍ନୟନ ବିଭାଗକୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ ଏହାର ତଦାରଖ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ଵ ଦିଆଯାଇଛି।

 

ପଲିଥିନ ବ୍ୟବହାର କମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, “ ପଲିଥିନ ଆମ ପରିବେଶ ପାଇଁ ଏକ ବହୁତ ବଡ ବିପଦ ସହିତ ଆମ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପିଢୀଙ୍କ ପାଇଁ ବିରାଟ ସମସ୍ୟା ଅଟେ।“

 

ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ,” ପ୍ରତିବର୍ଷ ବର୍ଷାଦିନରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ଓ ନିଜ ପରିବାର ସଦସ୍ୟ ପରି ଏହାର ଯତ୍ନ ନିଅନ୍ତୁ। ଯାହା ଫଳରେ ପରିବେଶ ସନ୍ତୁଳନ ଠିକ୍ ରହିବ ଓ ମଣିଷର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ।“

 

ଏହା ସହିତ ରାଷ୍ଟ୍ରୀୟ ଆବଶ୍ୟକତା ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon