ପ୍ରଦୂଷଣ ପାଇଁ ପଦକ୍ଷେପ:ଗାଡି ସହ ଗଛ ଫ୍ରି

Thursday, July 12, 2018

ପୃଥିବୀରେ ଦିନକୁ ଦିନ ଜନସଂଖ୍ୟା ଓ ସେହି ପରିମାଣରେ ଯାନବାହନ ସଂଖ୍ୟା ବଢିବା କାରଣରୁ ସହିତ ପରିବେଶ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି। ଏହାକୁ କମ କରିବା ପାଇଁ  (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)  ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ, ଭୁବନେଶ୍ଵର “ଗୋଟିଏ ଗାଡି, ଗୋଟିଏ ଗଛ” ନାମକ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

 

ଏହି “ଗୋଟିଏ ଗାଡି, ଗୋଟିଏ ଗଛ” ଅଭିଯାନ ଅନୁସାରେ ଶୋରୁମରୁ ଗ୍ରାହକମାନେ ନୂତନ ଗାଡି କିଣିବା ସମୟରେ ପ୍ରତ୍ୟକ ଗ୍ରାହକଙ୍କୁ ଗୋଟିଏ ଲେଖାଏଁ ଚାରା ଗଛ ପ୍ରଦାନ କରାଯିବ।

 

ଏହି ଅଭିଯାନ ସମ୍ପର୍କରେ ଭୁବନେଶ୍ଵରର ଟ୍ରାନ୍ସପୋର୍ଟ ଅଫିସର ସଞ୍ଜୟ ବେହେରା କହିଛନ୍ତି ଯେ, “ ପ୍ରଦୂଷଣ ସ୍ତରକୁ ବୃଦ୍ଧି କରିବାରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ଅଧିକ ଦାୟୀ ଅଟେ। ତେଣୁ ଗାଡି ମାଲିକମାନେ ଯେପରି ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ପୂର୍ଣ୍ଣ କରିପାରିବେ ସେଥିଲାଗି ଆମେ ଏହି ଅଭିଯାନ ଆରମ୍ଭ କରିଛୁ। ଏହାଦ୍ୱାରା ପ୍ରତ୍ୟେକ ନୂଆଗାଡି କିଣିବା ସମୟରେ ଏକ ନୂତନ ଗଛ ଲଗାଇ ପ୍ରଦୂଷଣ କମାଇବାକୁ ଚେଷ୍ଟା କରିବେ।“

 

ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ଵରରେ ପ୍ରାୟ 60ରୁ ଅଧିକ ଅଟୋମୋବାଇଲ ଶୋରୁମ ଥିବାବେଳେ ମାସକୁ ପ୍ରାୟ 8000 ଗାଡି ପଞ୍ଜୀକୃତ ହେଉଛି ଓ ବର୍ଷକୁ ପାଖାପାଖି 1ଲକ୍ଷ ଗାଡି ପଞ୍ଜୀକୃତ ହେଉଛି।

 

ସେହିପରି ଅନ୍ୟପଟେ ନଗରୀକରଣ କରିବା ପାଇଁ ପ୍ରତିବର୍ଷ 100ରୁ ଅଧିକ ବୃକ୍ଷ କଟାଯାଉଛି। ଯାହାଫଳରେ ତାପମାତ୍ରା ବଢିବାରେ ଲାଗିଛି ଓ ପାଣିପାଗରେ ମଧ୍ୟ ଅନିୟମିତତା ଦେଖାଯାଉଛି। ତେଣୁ ଏହି ଅଭିଯାନ ପରିବେଶ ପ୍ରଦୂଷଣ ରୋକିବାରେ ଏକ ଛୋଟ ପ୍ରୟାସ ହୋଇପାରିବ ବୋଲି ସଞ୍ଜୟ ବେହେରା କହିଛନ୍ତି।

 

ଏଥିଲାଗି ପର୍ଯ୍ୟାପ୍ତ ପରିମାଣର ଚାରାଗଛ ଯୋଗାଇବା ପାଇଁ ବନ ବିଭାଗ ସହ ଆଲୋଚନା କରାଯାଇଛି।ଏହି ଚାରା ଗୁଡିକ ପ୍ରତ୍ୟକ ଡିଲରମାନଙ୍କୁ ଯୋଗାଇ ଦିଆଯିବ। ଗାଡି ମାଲିକମାନେ ଏହି ଚାରାକୁ ନିଜ ଘର ପଛପଟେ କିମ୍ବା କୌଣସି ଖାଲି ସ୍ଥାନରେ ଲଗାଇ ପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon