ରଥଯାତ୍ରା 2018ର ପାଞ୍ଚଟି ନୂଆ କଥା

Saturday, July 14, 2018

ଆଜି ପବିତ୍ର ଘୋଷଯାତ୍ରା। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର ।ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ରଥଯାତ୍ରାରେ 5ଟି ନୂଆ କଥା ଦେଖିବାକୁ ମିଳିଛି।

 

୧.ପୂର୍ବତଟ ରେଳବିଭାଗ ତରଫରୁ ଲାଇଭ ରଥଯାତ୍ରା

 

ଚଳିତ ବର୍ଷ ଖାସ କରି ଟ୍ରେନରେ ରଥଯାତ୍ରା ଦେଖିବାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରଥଯାତ୍ରାର ଲାଇଭ ଅପଡେଟ ଦେବାକୁ ପୂର୍ବତଟ ରେଳବିଭାଗ ତରଫରୁ ଇକୋର ଯାତ୍ରା (ECOR yatra) ଆପ ଲଞ୍ଚ କରାଯାଇଛି। ଯାତ୍ରୀମାନେ ଏହି ଆପ ସାହାଯ୍ୟରେ ଜୁଲାଇ୧୩ ରୁ ଜୁଲାଇ୨୪ ପର୍ଯ୍ୟନ୍ତ ଚାଲୁଥିବା ୧୮୬ଟି ସ୍ପେଶିଆଲ ଟ୍ରେନ ବିଷୟରେ ସମସ୍ତ ତଥ୍ୟ ମଧ୍ୟ ପାଇପାରିବେ। ଏହି ଆପ ସାହାଯ୍ୟରେ ଯାତ୍ରୀମାନେ ଟ୍ରେନରେ ସିଟ ମଧ୍ୟ ବୁକ କରିପାରିବେ।

 

୨.ରଥରେ ଓ ଗୁଣ୍ଡିଚା ମନ୍ଦିରରେ ହୁଣ୍ଡି

ଶ୍ରୀଗୁଣ୍ଡିଚା ମନ୍ଦିରରେ ଦାନଦକ୍ଷିଣା ଆଦାୟ ହୋଇ ପାରିବନି ବୋଲି,ରଥରେ ହୁଣ୍ଡିବାକ୍ସ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦେଶ ଜାରି କରଯାଇଥିଲା। ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ୪ଟି ଲେଖାଏଁ ହୁଣ୍ଡି ହିସାବରେ ମୋଟ ୧୨ଟି ହୁଣ୍ଡି ଓ ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ ୫ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯିବ।

 

 

୩.ଟ୍ଵିଟର ଓ ମାଇକ୍ରୋସଫ୍ଟ Bing ରେ ରଥଯାତ୍ରା

ଟ୍ଵିଟରର ଭାରତ ଟ୍ରେଣ୍ଡରେ ବର୍ତ୍ତମାନ ରଥଯାତ୍ରା ଏକ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓ ମାଇକ୍ରୋସଫ୍ଟର ସର୍ଚ୍ଚ ଇଞ୍ଜିନ ବିଙ୍ଗ(BING)ର ହୋମପେଜରେ ରଥଯାତ୍ରା ର ଫଟୋ ରହିଛି।

 

୪.ସାଇବେରିଆର ବରଫରେ ଜଗନ୍ନାଥ

 

ରୁଷିଆର ଜଗନ୍ନାଥ ଭକ୍ତମାନଙ୍କ ଦ୍ଵାରା ସାଇବେରିଆର ବରଫ ପର୍ବତରେ ୨୩ଡିଗ୍ରୀ ତାପମାତ୍ରାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତୀ ବରଫରେ ତିଆରି କରାଯାଇଛି। ଏହି ପ୍ରତିମୂର୍ତ୍ତୀକୁ ପୂଜା କରିବା ପାଇଁ ଅନେକ ଜଗନ୍ନାଥ ଭକ୍ତମାନେ ସେଠାରେ ଏକାଠି ହୋଇଥିଲେ।

 

୫. ଦୁଇ ଓଡିଆ ରାଜ୍ୟସଭାକୁ ମନୋନୀତ

ପବିତ୍ର ରଥଯାତ୍ରା ଅବସରରେ ଦୁଇଜଣ ଓଡିଆ ଯଥା ଓଡିଶୀ ନୃତ୍ୟଶିଳ୍ପୀ ସୋନଲ ମାନସିଂହ ଓ ପ୍ରସ୍ତର ମୂର୍ତ୍ତୀଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ମନୋନୀତ କରିଛନ୍ତି।

 

ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାରେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon