ବର୍ଷାଋତୁରେ ବାରମ୍ବାର ଅସୁସ୍ଥ ହେଉଛନ୍ତି? ପଢନ୍ତୁ ଜରୁରୀ ଟିପ୍ସ

Monday, July 16, 2018

ବର୍ଷାଦିନକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି କାରଣ ଏହା ଆମକୁ ଗ୍ରୀଷ୍ମଋତୁର ଗରମ ପ୍ରବାହରୁ ମୁକ୍ତି ଦେଇଥାଏ। କିନ୍ତୁଏହା ସହିତ ବର୍ଷାଋତୁରେ ରୋଗ ସଂକ୍ରମଣ ହେବାର ଆଶଙ୍କା ବହୁତ ରହିଥାଏ। ସାମାନ୍ୟ ସାବଧାନତା ଅବଲମ୍ବନ ନକଲେ ଆପଣଙ୍କୁ ଶର୍ଦ୍ଦି, ଜ୍ଵର ଇତ୍ୟାଦି ରୋଗ ହୋଇଥାଏ।

 

ତେଣୁ ବର୍ଷାଋତୁରେ ସୁସ୍ଥ ରହିବ ପାଇଁ ଜାଣି ରଖନ୍ତୁ କିଛି ଟିପ୍ସ, କାରଣ ବର୍ଷାଋତୁକୁ ମନଭରି ଉପଭୋଗ କରିବା ପାଇଁ ଆପଣଙ୍କୁ ଫିଟ ରହିବାକୁ ପଡିବ।

 

୧.ଅଧିକ ପୋଷାକ ସାଙ୍ଗରେ ରଖନ୍ତୁ: ବର୍ଷାଦିନେ ଆପଣା ବାରମ୍ବାର ଓଦା ହୋଇଯାଇଥାନ୍ତି ଏବଂ ଏହି ଓଦା ପୋଷାକକୁ ପିନ୍ଧିବା ଦ୍ଵାରା ଥଣ୍ଡା ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ କିଛି ପୋଷାକ ଅଧିକ ନେଇଥାନ୍ତୁ। ବର୍ଷାରେ ଯଦି ଓଦା ହେଇ ଯାଉଛନ୍ତି ତେବେ ସେହି ପୋଷାକକୁ ବଦଳାଇ ଦିଅନ୍ତୁ।

 

୨.ହାତକୁ ଭଲ ଭାବରେ ଧୁଅନ୍ତୁ: ବର୍ଷାଦିନରେ ହାତକୁ ନିୟମିତ ଭାବରେ ଧୋଇବା ଆବଶ୍ୟକ।କାରଣ ଏହି ଦିନରେ ରୋଗ ସଂକ୍ରମଣର ଆଶଙ୍କା ଅଧିକ। ସବୁଦିନ ବହୁତ ଲୋକଙ୍କ ସହିତ ମିଳାମିଶା ହୋଇଥାଏ ଓ ବହୁତ ପ୍ରକାର ଜିନିଷକୁ ଆପଣ ଛୁଇଁଥାନ୍ତି, ଯେଉଁଥିରୁ ଆପଣଙ୍କୁ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ। ତେଣୁ ନିୟମିତ ଭାବରେ ଗରମପାଣି ଓ ହ୍ୟାଣ୍ଡୱାସ ରେ ହାତ ଧୁଅନ୍ତୁ।

 

୩.ଚେହେରାକୁ ବାରମ୍ବାର ଛୁଅନ୍ତୁ ନାହିଁ: ସାଧାରଣତଃ ଅଧିକାଂଶ ବ୍ୟାକ୍ଟେରିଆ ଓ ଭାଇରସ ଆମ ଶରୀରର ନାକ ଓ ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରିଥାନ୍ତି ତେଣୁ ଏହି ବର୍ଷାଦିନରେ ଆପଣଙ୍କର ମୁହଁକୁ ବାରମ୍ବାର ଛୁଅନ୍ତୁ ନାହିଁ।

 

୪.ରାସ୍ତାକଡ ଦୋକାନରୁ ଖାଦ୍ୟ ଖାଆନ୍ତୁ ନାହିଁ: ଏହି ଦିନରେ ରାସ୍ତାକଡ ଦୋକାନ ମାନଙ୍କରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ତେଣୁ ବର୍ଷାଦିନରେ ଯଥା ସମ୍ଭବ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ।

 

୫.ଜରୁରୀ ସାମଗ୍ରୀ ସାଙ୍ଗରେ ରଖନ୍ତୁ: ଯଦି ଆପଣ ବର୍ଷାଦିନରେ ବାହାରକୁ ଯାଉଛନ୍ତି ତେବେ ବରଷାରୁ ରକ୍ଷା ପାଇବା ପାଇଁ କିଛି ଆବଶ୍ୟକୀୟ ତଥା ଜରୁରୀ ଜିନିଷ ସାଙ୍ଗରେ ରଖିବାକୁ ଭୁଲନ୍ତୁ ନାହିଁ। ଯେପରି ଛତା, ରେନକୋଟ  ବ୍ୟାଗରେ ରଖିଥାନ୍ତୁ।

 

୬.ମଶାମାଛିକୁ ଦୂରରେ ରଖନ୍ତୁ: ବର୍ଷାଦିନରେ ପାଣି ଜମି ରହିବା କାରଣରୁ ମଶାମାଛିମାନେ ବଂଶବୃଦ୍ଧି କରିଥାନ୍ତି ଓ ମଶା କାମୁଡିବା ଦ୍ଵାରା ରୋଗ ହୋଇଥାଏ। ତେଣୁ ଘର କିମ୍ବା ଘର ବାହାରେ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon