
ଓଡିଶା ସରକାରଙ୍କର ଉଚ୍ଚଶିକ୍ଷାବିଭାଗ ତରଫରୁ ଚୁକ୍ତିଭିତ୍ତିକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପି.ଏମ.ୟୁ (PMU), ଓ.ଏଚ.ଇ.ପି.ଇ.ଇ (odisha higher secondary education programme)ର ୱାର୍ଲ୍ଡ ବ୍ୟାଙ୍କ ଆସିଷ୍ଟେଡ ପ୍ରୋଜେକ୍ଟରେ ନିଯୁକ୍ତି ଦିଆଯିବ।
ଦରମା
ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,000 ଦରମା ଦିଆଯିବ।
ବୟସସୀମା
ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବାଧିକ ବୟସ ସୀମା 30 ବର୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଆଗ୍ରହୀ ପ୍ରାର୍ଥୀ ମାଟ୍ରିକରେ 60% ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ। ସେହିପରି ଯୁକ୍ତ ଦୁଇରେ 60% ମାର୍କ ଓ ଗ୍ରାଜୁଏସନରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ।
ଆବେଦନ ତାରିଖ
ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଅଗଷ୍ଟ ମାସ 8 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ। ଆବେଦନ ପତ୍ରଟି ସଂପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ଆବେଦନ ପତ୍ରକୁ ବିଚାରକୁ ନିଆଯିବ ନାହିଁ। କର୍ତ୍ତୃପକ୍ଷ ଯଦି ଚାହିଁବେ କୌଣସି କାରଣ ନଦର୍ଶାଇ ଯେ କୌଣସି ଆବେଦନପତ୍ର ଖାରଜ କରିପାରିବେ।
ଚୟନ ପଦ୍ଧତି
ଆବେଦନକାରୀ ମାନଙ୍କ ମଧ୍ୟରୁ ବଛାଯାଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।
କିପରି ଆବେଦନ କରିବେ
ଏଥିରେ ଆବେଦନ କରିବା ପାଇଁ ଓଡିଶା ଉଚ୍ଚଶିକ୍ଷା ବିଭାଗର ଅଫିସିଆଲ ୱେବସାଇଟ www.dheodisha.gov.in ରେ ଲଗଇନ କରି ଆବେଦନପତ୍ର ଡାଉନଲୋଡ କରିପାରିବେ।
ଅନ୍ୟାନ୍ୟ ସର୍ତ୍ତ ଓ ନିୟମାବଳୀ ବିଷୟରେ ଅଧିକ ଜାଣିବା ପାଇଁ www.dheodisha.gov.inରେ ଲଗଇନ କରି ଯାଞ୍ଚ କରନ୍ତୁ।