ବାଦଶାହଙ୍କ ନୂଆ ରାପ ଗୀତ ଭିଡିଓ:ଗୋଟିଏ ଦିନରେ ଦେଖିଲେ ୭୩ଲକ୍ଷ ଦର୍ଶକ

Thursday, July 19, 2018

ରାପିଙ୍ଗର ସୁପରଷ୍ଟାର ବାଦଶାହଙ୍କ ନୂଆ ଗୀତ “ବାମ୍ବ” ୟୁଟ୍ୟୁବରୁ ରିଲିଜ ହେବାପରେ ଟ୍ରେଣ୍ଡ କରିବାରେ ଲାଗିଛି।ରିଲିଜ ହେବାର ଗୋଟିଏ ଦିନ ମଧ୍ୟରେ ଏହି ଗୀତକୁ ପ୍ରାୟ ୭୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

 

ବାହଶାହ ଏହି ଗୀତକୁ ପ୍ରସିଦ୍ଧ ପଂଜାବୀ ସିଙ୍ଗର ସୁଖ ଏଙ୍କ ସହିତ ଗାଇଛନ୍ତି । ସିଙ୍ଗର ସୁଖ ଏ ଏହି ଗୀତରେ ଗୋଟେ ଝିଅର ସୁନ୍ଦରତାକୁ ପଞ୍ଜାବୀ ଭାଷାରେ ବର୍ଣ୍ଣନା କରିଛନ୍ତି। ଏହି ମ୍ୟୁଜିକ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

ଗୀତର ଲିରିକ୍ସ ବହୁତ ମଜାଦାର ଓ ଚିତ୍ତାକର୍ଷକ ହୋଇଛି। ଏହି ସହିତ ଗୀତ ମଝିରେ ବାଦଶାହଙ୍କ ରାପ ଗୀତକୁ ଆହୁରି ସୁନ୍ଦର କରିଛି । ସିଙ୍ଗର ସୁଖ ଏ ଙ୍କ ଏହି ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ଇଶା ରିକି ନଜର ଆସିଛନ୍ତି । ଗୀତରେ ସିଙ୍ଗର ସୁଖ ଏ ଏହି ଅଭିନେତ୍ରୀଙ୍କୁ କାଟ୍ରିନା କୈଫ ଓ କିମ କାର୍ଦଶିୟନଙ୍କ ସହିତ ତୁଳନା କରିଛନ୍ତି।

 

ଏହା ପୂର୍ବରୁ ଫିଲ୍ମ ନବାବଜାଦେର ଗୀତ ‘ତେତେ ନାଲ ଚତଣା’ରେ ବାଦଶାହଙ୍କ ଭଏସ ଶୁଣିବାକୁ ମିଲିଥିଲା । ଏହି ଗୀତଟିକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ।

 

ୟୁଟ୍ୟୁବରେ ଟି-ସିରିଜର ଅଫିସିଆଲ ଆକାଉଣ୍ଟରେ ଅପଲୋଡ କରାଯାଇଥିବା ଏହି ଗୀତର ଲିରିକକ୍ସ ଜାନୀ ଓ ବାଦଶାହ ଲେଖିଛନ୍ତି ଏବଂ ଗୀତର ନିର୍ଦ୍ଦେଶନା ଦେଇଛନ୍ତି ରବି ସିଂ।

 

ଯେମିତିକି ସମସ୍ତେ ଜାଣନ୍ତି ବାଦଶାହଙ୍କ ରାପିଙ୍ଗକୁ ସବୁ ବର୍ଗର ବ୍ୟକ୍ତିମାନେ ପସନ୍ଦ କରିଥାନ୍ତି ,କାରଣ ବାଦଶାହ ନିଜ ରାପିଙ୍ଗରେ ସମସ୍ତେ ବୁଝିପାରୁଥିବା ଭଳି ଶବ୍ଦ ବ୍ୟବହାର କରିଥାନ୍ତି, ଯାହାକୁ ସହଜରେ ବୁଝି ହୋଇଯାଏ। ବାଦଶାହ ଗାଇଥିବା ସମସ୍ତ ରାପ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଥାନ୍ତି।

 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon