ଦିଲ୍ଲୀ ଏମ୍ସରୁ ଏବେ ଫେରିବେନି ଜଗା-କାଳିଆ

Friday, July 20, 2018

ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲାର ଜଗା-କାଳିଆ ଏବେ ଓଡିଶା ଫେରିବେ ନାହିଁ। କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଏମ୍ସରୁ ନ ଛାଡିବା ପାଇଁ  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

 

ଜଗା-କାଳିଆଙ୍କ  ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ତାହା ଅନୁଧ୍ୟାନ  କରିବା ପାଇଁ ଆଜି ପାଞ୍ଚଜଣିଆ ଡ଼ାକ୍ତରୀ ଦଳ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନୂଆଦିଲ୍ଲୀ ଯାଇଥିଲେ। ଏହି ପାଞ୍ଚଜଣିଆ ଡାକ୍ତରୀ ଦଳରେ ଏସସିବିର ପ୍ରଫେସର ସଞ୍ଜିବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ଜଗମୋହନ ମିଶ୍ର, ସହକାରୀ ପ୍ରଫେସର ପୃଥ୍ୱୀରାଜ ସିଂହ ଓ ଡାକ୍ତର ରଞ୍ଜିରଞ୍ଜନ ମହାନ୍ତି  ପ୍ରମୁଖ ଦିଲ୍ଲୀ ଯାଇଥିଲେ। 

 

ଏମ୍ସ ବିଶେଷଜ୍ଞଙ୍କ  ସହିତ ଏହି ଡାକ୍ତରୀ ଦଳ ଆଲୋଚନା କରିଥିଲେ। ସେମାନଙ୍କଠାରୁ ଜଗା-କାଳିଆଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିଥିଲେ। ଏମ୍ସର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜଗାର ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିଛି କିନ୍ତୁ କାଳିଆ ବର୍ତ୍ତମାନ ମଧ୍ୟ ଅସୁସ୍ଥ ଅଛି। ବେଳେ ବେଳେ କାଳିଆକୁ ଜ୍ଵର ମଧ୍ୟ ହେଉଛି।

 

କିଛିଦିନ ପୂର୍ବରୁ ଏମ୍ସର ସର୍ଜନ ମାନଙ୍କ ଦ୍ଵାରା ଜଗା-କାଳିଆଙ୍କ ମୁଣ୍ଡରୁ ଷ୍ଟିଚ ଖୋଲା ଯାଇଥିଲା ଓ ଆଶା କରାଯାଉଥିଲା ଯେ ଜଗା-କାଳିଆଙ୍କୁ ବହୁତ ଜଲଦି ଏମ୍ସରୁ ଡ଼ିସଚାର୍ଜ କରାଯିବ। କିନ୍ତୁ କାଳିଆର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାପରେ   ଜଗା-କାଳିଆଙ୍କୁ  ଡ଼ିସଚାର୍ଯ୍ୟ ନ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

 

ଦୁଇଜଣଙ୍କର ମୁଣ୍ଡ ଲାଗି ରହିଥିବା ଏହି ଯାଁଆଳା ସନ୍ତାନ ୨୦୧୫ ମସିହା ଏପ୍ରିଲ ମାସ ୯ ତାରିଖରେ କନ୍ଧମାଳ ଜିଲ୍ଲାର ମିଲିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକ ଘରୋଇ ଟିଭି ଚ୍ୟାନେଲ ମାଧ୍ୟମରେ ଖବର ପ୍ରାସାରଣ ପରେ ଜଗା-କାଳିଆ ଚର୍ଚ୍ଚାକୁ ଆସିଥିଲେ ଓ ଓଡିଶା ସରକାରଙ୍କର ସହାୟତାରେ ଉଭୟଙ୍କୁ ଦିଲ୍ଲୀ ଏମ୍ସ କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଗତ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଓ ଅକ୍ଟୋବର ମାସ ୨୫ ତାରିଖରେ ଉଭୟଙ୍କର ସର୍ଜରୀ କରଯାଇଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon