କହିଲେ ପୁରୀରେ ହେଲି ଅଭଦ୍ରାମୀର ଶିକାର,ପରେ ମନାକଲେ ଏହି ଅଭିନେତ୍ରୀ

Friday, July 20, 2018

ଟେଲିଭିଜନ ଅଭିନେତ୍ରୀ ମାହିକା ଶର୍ମା ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ରଥଯାତ୍ରା ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଯିବାବେଳେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିବା ଗତ ଜୁଲାଇ ୧୭ ତାରିଖ (ବୁଧବାର)ଦିନ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ।ଏହି କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ପରେ, ଜଗନ୍ନାଥ ମନ୍ଦିରକୁ ନେଇ ଏପରି ପୋଷ୍ଟ କରିଥିବାରୁ ସେ କ୍ଷମା ମାଗିଛନ୍ତି ଓ ଏହି କଥାକୁ ସୋସିଆଲ ମିଡିଆରେ ଏତେ ଆଲୋଚନା କରନଯାଉ ବୋଲି ନିବେଦନ କରିଛନ୍ତି।

 

ମାହିକା ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ଗତକାଲି ପୋଷ୍ଟ କରି ଲେଖିଛନ୍ତି ଯେ, “ ମୁଁ ମୋର ଭାବନା ଓ ଆବେଗକୁ ସୋସିଆଲ ମିଡିଆରେ ଶେୟାର କରିଥିବାରୁ କ୍ଷମା ମାଗୁଛି। ଏସବୁ ପବ୍ଲିସିଟି ପାଇବା ପାଇଁ କରିନାହିଁ। ଯାହାବି ଘଟଣା ଘଟିଥିଲା ବହୁତ ଛୋଟ କଥା ଥିଲା ଓ ସେହି କଥାକୁ ଆଲୋଚନା କରିବା ବନ୍ଦ କରନ୍ତୁ। ମୁଁ ପିଡୀତା ନୁହେଁ, ଲୋକମାନେ ମତେ ଯେଉଁପରି ଡାକୁଛନ୍ତି ତାହା ବହୁତ ଲଜ୍ଜ୍ୟାଜନକ ଅଟେ। ବର୍ତ୍ତମାନ ସେ ପୋଷ୍ଟକୁ ଡ଼ିଲିଟ କରିଦେଇଛି।“

 

 

ଏହି ଖବରକୁ ସେତିକିରେ ବନ୍ଦ କରି ପୋଲିସଙ୍କୁ ହଇରାଣ ନକରିବା ମଧ୍ୟ କହିଛନ୍ତି। ପୁରୀରେ ସିକ୍ୟୁରୀଟି ବ୍ୟବସ୍ଥା ବହୁତ ଭଲଥିଲା ବୋଲି ମଧ୍ୟ ସେ କହିଛନ୍ତି।ରଥଯାତ୍ରା ପରି ଏକ ବଡଯାତ୍ରାକୁ ନେଇ ସୋସିଆଲ ମିଡିଆରେ ନକରାତ୍ମକ ସଂବାଦ ନଛାପିବାକୁ ମଧ୍ୟ ସେ ମନା କରିଛନ୍ତି।

 

ଏହି ଘଟଣାକୁ ନେଇ ମାହିକା ପୂର୍ବରୁ ସୋସିଆଲ ମିଡିଆରେ ଲେଖିଥିଲେ ଯେ,ଗତ ୧୪ ତାରିଖରେ ରଥଯାତ୍ରା ମହାଆଳତୀରେ ସାମିଲ ହେବାକୁ ପୁରୁଷ ବନ୍ଧୁଙ୍କ ସହ ପୁରୀ ଆସିଥିଲେ । କିଛି ଦୂରରେ ତାଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ସେଠାରୁ ସେ ଚାଲି ଚାଲି ଆସିବା ସମୟରେ ତାଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିଲେ ଓ ଅଶ୍ଲୀଳ ଭାଷା ପ୍ରୟୋଗ କରି ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ।

 

ତେବେ ଏହି ଘଟଣା ପରେ ସେ ଦର୍ଶନ ନକରି ସେଠାରୁ ଫେରିଯାଇଥିଲେ ।ମାହିକା ପୋଷ୍ଟରେ ଆହୁରି ମଧ୍ୟ ଲେଖିଥିଲେ ଯେ ଯୁବକମାନେ ତାଙ୍କର ମଜା ଉଡାଇବା ସହିତ, ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ କହିଥିଲେ ତୁମେ ବାରକୁ ଯିବା କଥା ମନ୍ଦିର ନୁହେଁ ।

 

ଏହି ଘଟଣାରେ ପୁରୀ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ପୋଲିସର କହିବା ଅନୁସାରେ ରଥଯାତ୍ରାରେ ମହାଆଳତି ହୁଏ ନାହିଁ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon