₹12 ଲକ୍ଷର ଗହଣା ନ ଫେରାଇ ବିବାଦରେ ହିନା ଖାନ

Saturday, July 21, 2018

ବିଗବସ ୧୧ର ପ୍ରଥମ ରନର୍ସ ଅପ ତଥା ଟେଲି ଅଭିନେତ୍ରୀ ହିନା ଖାନ୍‌ କିଛି ଦିନ ହେବ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବିକିନି ଫଟୋ ପାଇଁ ହେଉ ବା ତାଙ୍କର ନୂଆ ମ୍ୟୁଜିକାଲ ଭିଡ଼ିଓ ପାଇଁ ହେଉ , ନିଜର ସାଧାରଣ ଭୁଲ ପାଇଁ ସେ ସବୁ ବେଳେ ଟ୍ରୋଲ ହୋଇ ଆସିଛନ୍ତି ।ଏବେ ନିକଟରେ ୧୨ଲକ୍ଷ ଟଙ୍କାର ଗହଣା ନେଇ ଫେରାଇନଥିବାରୁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

 

ହିନା ଖାନଙ୍କୁ ନିକଟରେ ଏକ ଜୁଏଲାରି ବ୍ରାଣ୍ଡର ପ୍ରମୋଶନ କରିବା ପାଇଁ ଏକ ଇଭେଣ୍ଟକୁ ଡକାଯାଇଥିଲା।ଯେଉଁଠାରେ ହିନାଙ୍କୁ ସେହି ଜୁଏଲାରି ବ୍ରାଣ୍ଡର ଏକ ହାର ପିନ୍ଧିକରି ବିଜ୍ଞାପନ କରିବାକୁ ଦିଆଯାଇଥିଲା। ଏହି ହାରର ମୂଲ୍ୟ ପାଖାପାଖି ୧୨ ଲକ୍ଷ ଅଟେ। ଉକ୍ତ ଜୁଏଲାରି ବ୍ରାଣ୍ଡ କରିଥିବା ଅଭିଯୋଗ ଅନୁଯାୟୀ, ହିନା ଏହି ହାରକୁ ଫେରସ୍ତ ନ କରି ନିଜ ସହ ଘରକୁ ନେଇଯାଇଥିଲେ।

 

ଏନେଇ ଏକ ନ୍ୟାସିନାଲ ନ୍ୟୁଜ ଚ୍ୟାନେଲରେ ଖବର ପ୍ରସାରଣ ହୋଇଥିଲା। ଏଭଳି ସଙ୍ଗୀନ ଆରୋପ ତାଙ୍କ ଉପରେ ଲାଗିବା ପରେ ସେ ମୁହଁ ଖୋଲିଛନ୍ତି । ନିଜ ଉପରେ ଲାଗିଥିବା ଅରୋପକୁ ମିଛ ବୋଲି କହିବା ସହ ଯେତେ ଚେଷ୍ଟା କଲେ ବି ମୋତେ ହରାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

 

ଏନେଇ ଟ୍ଵିଟରରେ ସେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, “ଏକ ନିଉଜ୍‌ ଚ୍ୟାନେଲରେ ମୁଁ ଗହଣା ଫେରାଇ    ନଥିବାରୁ ମୋତେ ଲିଗାଲ ନୋଟିସ ଆସିଛି ବୋଲି କୁହାଯାଇଥିଲା । କିନ୍ତୁ ପଠା ଯାଇଥିବା ନୋଟିସଟି ମୋ ଘରକୁ ନ ଆସି ସବୁ ମିଡ଼ିଆ ହାଉସ୍‌କୁ କିପରି ଚାଲିଗଲା ମୁଁ ଭାବୁଛି । ମୋତେ ବଦ୍‌ନାମ କରିବା ପାଇଁ ଆପଣଙ୍କର ଏ ପ୍ରୟାସ ଫେଲ୍‌ ମାରିଲା ।ଆଉ କିଛି ନୂଆ ଚେଷ୍ଟା କରନ୍ତୁ।“

 

କିନ୍ତୁ ଏହି ନ୍ୟୁଜ ଚ୍ୟାନେଲରେ ଦେଖାଯାଇଥିବା ନୋଟିସରେ ହିନାଙ୍କ ମୁମ୍ବାଇସ୍ଥିତ ଠିକଣା ଲେଖାଯାଇଥିବାର ଦେଖିବାକୁ ମିଳିଥିଲା। ମାତ୍ର ହିନାଙ୍କର ଏପରି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

 

ନିକଟରେ ହିନାଙ୍କର ଏକ ମ୍ୟୁଜିକ ଆଲବମ “ଭସୁଡି” ଲଞ୍ଚ କରଯାଇଥିଲା। ଏହି ଭିଡିଓଟିକୁ ମାତ୍ର ତିନିଦିନରେ ୧୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon