ବାରମ୍ବାର ଏସିଡିଟିର ଶିକାର ହେଉଛନ୍ତି ? ପଢନ୍ତୁ କିଛି ଘରୋଇ ଉପଚାର

Sunday, July 22, 2018

ଏସିଡିଟିର ସମସ୍ୟା ବର୍ତ୍ତମାନ ସାଧାରଣ ହୋଇଗଲାଣି। ପ୍ରାୟ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳୁଛି।ପେଟରେ ଯେତେବେଳେ ସାମାନ୍ୟ ଠାରୁ ଅଧିକ ଅମ୍ଳ ନିର୍ଗତ ହୋଇଥାଏ ତାହାକୁ ଏସିଡିଟି କୁହାଯାଏ। ଏହାଦ୍ୱାରା ଛାତିରେ ଜଳାପୋଡା ଅନୁଭବ ହୋଇଥାଏ। ତେବେ ଏହି ଏସିଡିଟିକୁ ଦୂର କରିବା ପାଇଁ କେତେକ ଘରୋଇ ଉପଚାର ବିଷୟରେ ଜାଣି ରଖନ୍ତୁ।
 

ଟମାଟୋ: ଟମାଟୋ ରେ ଅଧିକ ମାତ୍ରାରେ କ୍ୟାଲସିୟମ, ଫସଫରସ ଓ ଭିଟାମିନ-ସି ରହିଥାଏ।ଯାହା ଆପଣଙ୍କ ଶରୀରରୁ ଜୀବାଣୁ ବାହାର କରିବାରେ ସାହାଯ୍ୟ କରେ।ଏହାର ସ୍ୱାଦ ଖଟା ହୋଇଥିବାରୁ ଏହାଦ୍ୱାରା ଶରୀରରେ କ୍ଷାରର ମାତ୍ର ବଢିଥାଏ।ତେଣୁ ଟମାଟୋ ନିୟମିତ ଭାବରେ ସେବନ କରିବା ଦ୍ୱାରା ଏସିଡିଟି ଦୂର ହୋଇଥାଏ।

ସପୁରୀ: ଏନଜାଇମରେ ଭରପୁର ଥିବା ସପୁରୀ ରସ ପିଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ।ଯଦି ଆପଣଙ୍କ ପେଟ ଭାରି ଭାରି ଲାଗୁଥାଏ ତେବେ ସପୁରୀର ତାଜା ରସ ପିଇବା ଦ୍ୱାରା ଉପଶମ ମିଳିଥାଏ।

ଅମୃତଭଣ୍ଡା: ଏହା ଅତ୍ୟନ୍ତ ଗୁଣକାରୀ ଫଳ ଅଟେ।ଏହା ପେଟ ସମ୍ବନ୍ଧୀୟ ରୋଗ ଯଥା-ଗ୍ୟାସ ଓ ଏସିଡିଟିକୁ ଦୂର କରେ। ଏହାର ରସ ପିଇବା ଦ୍ୱାରା ଆମାଶୟ ପରି ରୋଗ ମଧ୍ୟ ଦୂର ହୋଇଥାଏ।

ଲେମ୍ବୁ ଓ ଗୋଲ ମରିଚ: ଏକ ଗିଲାସ ଉଷୁମ ପାଣିରେ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ଓ ଅଧା ଲେମ୍ବୁରସ ଚିପୁଡି ନିୟମିତ ଭାବରେ ସକାଳୁ ପିଅନ୍ତୁ।ଏହାଦ୍ୱାରା ପେଟ ସଫା ରହିଥାଏ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ।

ମେଥି: ମେଥିରେ ପେଟ ସମସ୍ୟା ଦୂର କରିବାର ଗୁଣ ରହିଛି।ପ୍ରତିଦିନ ସକାଳୁ ଖାଲି ପେଟରେ ଅଳ୍ପ ମେଥିଦାନା ଚୋବାନ୍ତୁ।ଏହାଦ୍ୱାରା ପେଟର ଅନ୍ୟରୋଗ ମଧ୍ୟ ଦୂର ହୋଇଥାଏ।

ପିଜୁଳି: ପିଜୁଳିରେ ଥିବା ଭିଟାମିନ,ଫାଇବାର ଓ ମିନେରଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଓ ଏସିଡିଟି ଦୂର କରିଥାଏ।

ଜାମୁକୋଳି: ଜାମୁକୋଳିରେ ଗ୍ଲୁକୋଜ ଓ ଫ୍ରୁକ୍ଟୋଜ ରହିଥାଏ ଏବଂ ଏହାର ମଞ୍ଜିରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ। ଜାମୁକୋଳି ହେଉଥିବା ସମୟରେ ଏହାକୁ ଔଷଧ ଭାବରେ ସେବନ କରନ୍ତୁ।ଏହାଦ୍ୱାରା ପାଚନଶକ୍ତି ବଢିଥାଏ ଓ ଏସିଡିଟିରୁ ଆରାମ ମିଳିଥାଏ।

କ୍ଷୀର: ଯଦି ଆପଣଙ୍କୁ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ହେଉଥାଏ ତେବେ ଥଣ୍ଡା କ୍ଷୀର ପିଅନ୍ତୁ।ଏଥିରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ ଓ ଏସିଡିଟିକୁ କମ କରିବାରେ ସାହାଯ୍ୟ କରେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon