ସୁନା ଚୋରାଚାଲାଣ ପାଇଁ ଅଭିନବ ଉପାୟ: ସୁନା ପେଷ୍ଟ

Monday, July 23, 2018

ଗୋଟେ ଦେଶରୁ ଅନ୍ୟଦେଶକୁ ସୁନାର ଚୋରା ଚାଲାଣ କରିବା ପାଇଁ ଚୋରାଚାଲାଣକାରୀ ମାନେ ଦିନକୁ ଦିନ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଏୟାରପୋର୍ଟରେ ପୋଲିସ ଚେକିଙ୍ଗରୁ ବଞ୍ଚିବା ପାଇଁ ଏହି ଧାତୁ ବିଭିନ୍ନ ମାଧ୍ୟମରେ ଲୁଚାଇ ଆଣିଥାନ୍ତି। ସେହିପରି ଏକ ଅଭିନବ ଉପାୟ ମାଧ୍ୟମରେ ସୁନାର ଚୋରା ଚାଲାଣ କରାଯାଉଥିବାର ଦେଖିବାକୁ ମିଳିଛି। ସୁନାକୁ ତରଳାଇ ଅନ୍ୟ ଏକ ଧାତୁ ସହ ମିଶାଇ ପେଷ୍ଟ ଆକାରରେ ଅନ୍ୟଦେଶକୁ ଚୋରା ଚାଲାଣ କରାଯାଉଥିବାର ଦେଖିବାକୁ ମିଳିଛି।

 

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗତ ରବିବାର (ଜୁଲାଇ 22)ଦିନ ହାଇଦରାବାଦ ସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସୀନାଲ ଏୟାରପୋର୍ଟରୁ ଏପରି ଏକ ଚୋରାଚାଲାଣକାରୀଙ୍କୁ ଧରିଛନ୍ତି। ଏହି ବ୍ୟକ୍ତିଙ୍କ ହ୍ୟାଣ୍ଡବ୍ୟାଗରେ ଦୁଇଟି ପ୍ୟାକେଟ ଥିବାର ଜଣାପଡିଥିଲା। ପରେ ଯାଞ୍ଚ କରାଯିବାପରେ ଏହି ପ୍ୟାକେଟରୁ 1,850 ଗ୍ରାମର ପେଷ୍ଟ ବାହାରିଥିଲା।

 

ଏହି ପେଷ୍ଟକୁ ପରେ ପରୀକ୍ଷଣ କରାଯିବାପରେ ଏଥିରୁ ମୋଟ 1,120ଗ୍ରାମର ସୁନା ମିଳିଥିଲା। ଯାହାର ବଜାର ମୂଲ୍ୟ ପାଖାପାଖି 34ଲକ୍ଷ 57 ହଜାର ଟଙ୍କା ହେବ।

 

ଏହି ସୁନାକୁ କଲମ୍ବୋରୁ ହାଇଦ୍ରାବାଦକୁ ଚୋରାଚାଲାଣ କରାଯାଉଥିଲା। ଏହି ଯାତ୍ରୀଙ୍କୁ ସୁନାକୁ ଗୋଟିଏ ଦେଶରୁ ଅନ୍ୟଦେଶକୁ ଗୁପ୍ତ ଭାବରେ ପହଞ୍ଚେଇବାର କାର୍ଯ୍ୟ ନ୍ୟସ୍ତ କରଯାଇଥିଲା।

 

ପ୍ରଥମେ ଏହି ସୁନା ଶ୍ରୀଲଙ୍କାର କଲମ୍ବୋରୁ ମଦୁରାଇ ଆସୁଥିବା ଇଣ୍ଟରନ୍ୟାସିନାଲ ଫ୍ଲାଇଟରେ ଜଣେ ଯାତ୍ରୀଙ୍କ ଦ୍ଵାରା ସିଟ ତଳେ ଲୁଚାଇ ରଖିଦିଆଯାଏ, ଏହାପରେ ସେଠାରୁ ଲୋକାଲ ଯାତ୍ରୀ ଭାବରେ ଅନ୍ୟଜଣେ ଚୋରାଚାଲାଣକାରୀ ଯାତ୍ରା କରିଥାନ୍ତି ଓ ସେହି ସିଟରେ ହିଁ ବସି ହାଇଦ୍ରାବାଦକୁ ଯାଇଥାନ୍ତି। ଏୟାରପୋର୍ଟରେ ହେଉଥିବା ଚେକିଙ୍ଗରୁ ବଞ୍ଚିବା ପାଇଁ ଚୋରାଚାଲାଣକାରୀମାନେ ଏପରି ଉପାୟ ଅବଲମ୍ବନ କରିଥାନ୍ତି।

 

ଏହି ଯାତ୍ରୀଜଣକ ନିଜ ବୟାନରେ କହିଛନ୍ତି ଯେ, ଏହି ସୁନାର ଚୋରାଚାଲାଣ କରାଯାଉଥିଲା, ଏବଂ ତାପାଖରେ ଉକ୍ତ ସୁନା ଚାଲାଣର କୌଣସି ନ୍ୟାୟିକ ପ୍ରମାଣପତ୍ର ନାହିଁ ବୋଲି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ କହିଛନ୍ତି।

 

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତ 2017 ମସିହାଠାରୁ ମୋଟ 13ଟି ସୁନା ଚୋରାଚାଲାଣର କେସ ରେଜିଷ୍ଟର କରିଛି। ମୋଟ 24 କିଲୋଗ୍ରାମର ଚୋରାଚାଲାଣ କରାଯାଉଥିବା ସମୟରେ ଧରାପଡିଛି ଯାହାର ମୂଲ୍ୟ ପାଖାପାଖି 7କୋଟି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon