ମୋଦୀ ଆସିବା ପରେ କମିଛି ବିଦେଶରେ କଳାଧନ ଡିପୋଜିଟ

Tuesday, July 24, 2018

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶିର ପରିମାଣ ବୃଦ୍ଧି ପାଇବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ଖବରକୁ ଭୁଲ ପ୍ରମାଣିତ କରି ଅର୍ଥମନ୍ତ୍ରଣାଳୟ ତରଫରୁ ତଥ୍ୟ ପ୍ରକାଶ କରାଯାଇଛି।

 

ଆଜି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ପିୟୁଷ ଗୋୟେଲ କହିଛନ୍ତି ଯେ, ୨୦୧୭ ମସିହାରେ ସ୍ଵିସ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶିର ପରିମାଣ ୩୪.୫ ପ୍ରତିଶତ କମିଛି ଏବଂ ୨୦୧୪ ମସିହାରୁ ମୋଦୀ ସରକାର ଆସିବା ପରଠାରୁ ଏହାର ପରିମାଣ ୮୦ ପ୍ରତିଶତ କମିଛି।

 

କିଛି ଦିନ ତଳେ ଖବର ପ୍ରଦାନକାରୀ ସଂସ୍ଥା ପିଟିଆଇ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ସ୍ୱିସ ବ୍ୟାଙ୍କରେ ଭାରତୀୟ ଧନ ୫୦% ବଢିଥିବା କଥା କୁହାଯାଇଥିଲା। 
 

ସମ୍ପ୍ରତି ଅର୍ଥ ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳୁଥିବା ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ ଯେ ଏହି ରିପୋର୍ଟ ସମ୍ପର୍କରେ ସେ ସ୍ୱିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଓ ଭାରତୀୟ ଧନ କିପରି ବଢ଼ିଲା ସେ ବିଷୟରେ ପଚାରିଥିଲେ।

ଏ ସମ୍ପର୍କରେ ସ୍ୱିଜରଲାଣ୍ଡ ସରକାର ଏକ ଲିଖିତ ଉତ୍ତରରେ କହିଥିଲେ ଯେ ଭାରତୀୟ ଗଣମାଧ୍ୟମ ସ୍ୱିସ ବ୍ୟାଙ୍କରେ ଭାରତୀୟ ଡିପୋଜିଟ ବଢିଥିବାର ଯେଉଁ ରିପୋର୍ଟ ପ୍ରସ୍ତୁତ ତାହା ଭୁଲ ଅଟେ। 

କାରଣ ସ୍ୱିସ ବ୍ୟାଙ୍କ ଯେତେବେଳେ କୌଣସି ଦେଶ ସମ୍ପର୍କିତ ନିଜର ବ୍ୟବସାୟିକ ରିପୋର୍ଟ ପ୍ରକାଶିତ କରିଥାଏ, ସେତେବେଳେ ଏହା ବ୍ୟକ୍ତିଗତ ଆକାଉଣ୍ଟ ଡିପୋଜିଟ ଛଡା ଏହାର ଶାଖାମାନଙ୍କରେ ହେଉଥିବା ନେଣ ଦେଣ ମଧ୍ୟ ପ୍ରକାଶିତ କରିଥାଏ। ଅର୍ଥାତ ଏହାର ଭାରତୀୟ ବ୍ୟବସାୟ ରିପୋର୍ଟରେ ବ୍ୟକ୍ତିଗତ ଆକାଉଣ୍ଟ ଅର୍ଥ ଓ ଏହାର ଭାରତୀୟ ଶାଖାମାନଙ୍କୁ ହସ୍ତାନ୍ତରିତ ହେଇଥିବା ଅର୍ଥ ମଧ୍ୟ ସାମିଲ ଥାଏ। 

"ଭାରତୀୟ ଗଣମାଧ୍ୟମ ମାନେ ସମୁଦାୟ ସଂଖ୍ୟାକୁ ହିସାବକୁ ନେଉଥିବାରୁ ବିଦେଶରେ ଭାରତୀୟଙ୍କ ଗଚ୍ଛିତ ଧନ ବଢିଥିବାର ଧାରଣା ସୃଷ୍ଟି ହେଇଥିଲା, ଯାହାକି ଭୁଲ ଅଟେ। ଯଦି କେବଳ ବ୍ୟକ୍ତିଗତ ଭାରତୀୟ ଆକାଉଣ୍ଟରେ ଡିପୋଜିଟ ହେଇଥିବା ପରିମାଣକୁ ନିଆଯାଏ, ତେବେ ଏହା କମିଛି ବୋଲି ସ୍ୱିଜରଲାଣ୍ଡର ସରକାରୀ ଅଧିକାରୀମାନେ ଲିଖିତ ଆକାରରେ ମନ୍ତ୍ରୀ ଶ୍ରୀ ଗୋୟଲକୁ ଜଣାଇଥିଲେ ବୋଲି ସେ ରାଜ୍ୟସଭାକୁ ଜଣାଇଥିିିିଲେ ବୋଲି ଦ ଇକୋନୋମିିିକ ଟାଇମସ ଏକ ରିପୋର୍ଟରେ 
କହିଛି।

 

ଏହି ତଥ୍ୟ ଅନୁସାରେ ୨୦୧୩ ମସିହାରେ ସ୍ଵିସବ୍ୟାଙ୍କରେ ଜମାରାଶି ₹୧୭,୯୦୭ କୋଟି ଥିବାବେଳେ, ୨୦୧୪ ମସିହାରେ ₹୧୫,୮୪୧କୋଟି, ୨୦୧୫ ମସିହାରେ ₹୯,୬୪୨ କୋଟି ରହିଥିଲା। ଏହାର ପରିମାଣ ଧୀରେ ଧୀରେ କମିଛି ଓ ୨୦୧୬ ମସିହାରେ ₹୫,୫୧୦ କୋଟି ଏବଂ ୨୦୧୭ରେ ଏହା ₹୩,୬୦୯ କୋଟିକୁ କମିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon