ସ୍ମାର୍ଟ ହେଉଛି ପ୍ରଶାସନ : ଡ୍ରୋନ କ୍ୟାମେରା ସାହାଯ୍ୟରେ ହେଉଛି ବସ୍ତି ଚିହ୍ନଟ

Wednesday, July 25, 2018

ଅତ୍ୟାଧୁନିକ ଜ୍ଞାନକୌଶଳ ଆଜି ଅନେକ କଷ୍ଟ ମନେ ହେଉଥିବା କାମକୁ  ସହଜ କରି ଦେଇଛି । ସମ୍ପ୍ରତି 

ମାନବ ସମାଜର ଆବଶ୍ୟକତା ଅନୁସାରେ ଯନ୍ତ୍ରପାତି ତିଆରି ହେଉଛି । ଏହା ବ୍ୟତୀତ  ଉପସ୍ଥିତ ବୁଦ୍ଧି ତଥା ଉପାୟ ପ୍ରୟୋଗ କରି ଗୋଟିଏ କାମ ପାଇଁ ତିଆରି ହେଇଥିବା ଯନ୍ତ୍ରପାତି ଅନ୍ୟ ଏକ କାମରେ ମଧ୍ୟ ଆସିପାରୁଛି । ଏବେ ଏହିଭଳି ଏକ ଉଦାହରଣ ଓଡିଶା ସରକାରଙ୍କ କାର୍ଯ୍ୟ ପ୍ରଣାଳୀରେ ଦେଖିବାକୁ ମିଳିଛି । 

 

ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ତରଫରୁ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇବା ଯୋଜନାରେ ବସ୍ତି ଅଞ୍ଚଳ ସର୍ଭେ କରିବା ପାଇଁ ଡ୍ରୋନ କ୍ୟାମେରାର ସାହାଯ୍ୟ ନିଆଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷ  ସୁଦ୍ଧା ଓଡିଶାର ବସ୍ତି ଅଞ୍ଚଳ ଓ ସହରର ଉପାନ୍ତରେ ରହୁଥିବା ଲୋକମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଛନ୍ତି।

 

ରାଜ୍ୟ ହାଉସିଙ୍ଗ ଡିପାର୍ଟମେଣ୍ଟର କମିଶନର ଜି.ମାଥି ଭାଥାନନ ଖବର ପରିବେଷଣ ସଂସ୍ଥା ଥମସନ ରଏଟର୍ସ ଫାଉଣ୍ଡେସନକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, “ଆମକୁ ଯେଉଁ କାମ କରିବାକୁ ବର୍ଷକରୁ ଅଧିକ ସମୟ ଲାଗୁଥିଲା,ସେହି କାମକୁ ଆମେ କିଛି ମାସ ମଧ୍ୟରେ କରିପାରିଛୁ।“

 

ଏହି ଚିହ୍ନଟ ପ୍ରକ୍ରିୟା ପରେ ଜମି କିମ୍ବା ଘର ନଥିବା ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବା ସହିତ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ଘର ମଧ୍ୟ ପ୍ରଦାନ କରାଯିବ। ତେବେ କେବଳ ଭୁବନେଶ୍ୱର ନୁହେଁ, ଏହି ଡ୍ରୋନ କ୍ୟାମେରା ସାହାଯ୍ୟରେ କିଛିଦିନ ପୂର୍ବେ ଓଡିଶାର ବାରିପଦା, ମାଲକାନଗିରି ଓ ସୁବର୍ଣ୍ଣପୁରରେ ପୌରପରିଷଦ ପକ୍ଷରୁ ଝୁମ୍ପୁଡି ବସ୍ତି ଅଞ୍ଚଳର ସର୍ଭେ କରଯାଇଥିଲା।

 

ସମଗ୍ର ଭାରତରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ 650ଲକ୍ଷ ଅଟେ।ପ୍ରତ୍ୟେକ ଘରକୁ ଘର ବୁଲି ପୁରାତନ ଉପାୟରେ କରାଯାଉଥିବା ସର୍ଭେ ପ୍ରକ୍ରିୟାରେ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ଓ ଅଧିକ ସମୟ ମଧ୍ୟ ଲାଗିଥାଏ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଫଳରେ, ଡ୍ରୋନ କ୍ୟାମେରା ଓ ସାଟେଲାଇଟ ସାହାଯ୍ୟରେ ବର୍ତ୍ତମାନ ଏହା ଖୁବ କମ ସମୟ ମଧ୍ୟରେ ହୋଇଯାଉଛି।

 

ଭାରତର ଅଧିକାଂଶ ଜମି ପଟ୍ଟା ପୁରୁଣା କାଳିଆ ବ୍ରିଟିଶ ପଦ୍ଧତିରେ ପ୍ରସ୍ତୁତ ହେଇଥିବାରୁ ଏହାର ସୀମା ନିର୍ଦ୍ଧାରଣ ଏକ ଜଟିଳ ସମସ୍ୟା । ତେବେ ଡ୍ରୋନ ସାହାଯ୍ୟରେ ଜମି ଚିହ୍ନଟ କରିବା ଭାରତରେ ନୂଆ ନୁହେଁ । 

 

ମହାରାଷ୍ଟ୍ରର ମୁମ୍ବାଇରେ ରହୁଥିବା ମୋଟ  60ପ୍ରତିଶତ ବସ୍ତିର ଝୁମ୍ପୁଡି ଘରକୁ ମଧ୍ୟ ଡ୍ରୋନ ସାହାଯ୍ୟରେ ଚିହ୍ନଟ କରାଯାଇଛି। ସେହିପରି ନିକଟରେ ବାଙ୍ଗାଲୋରରେ ମଧ୍ୟ ଏକ ସାତ ବର୍ଷ ଅବଧି ଧରି ଚାଲିଥିବା ଜମି ଚିହ୍ନଟ

ପ୍ରକ୍ରିୟାରେ ଏହି ଉଡନ୍ତା ମେସିନ ତଥା ସାଟେଲାଇଟର ସାହାଯ୍ୟ ନିଆ ଯାଇଥିଲା । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon