ଦେଖନ୍ତୁ : ଇଣ୍ଟରନେଟରେ ଭାଇରାଲ ହେଲେ ଟାଇଗର ଶ୍ରଫଙ୍କ ନକଲ

Thursday, July 26, 2018

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଯୋଗୁଁ  ବିଶ୍ଵର କୋଣ ଅନୁକୋଣର ଖବର ସଙ୍ଗେ ସଙ୍ଗେ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଏଥିଲାଗି ଇଣ୍ଟରନେଟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। କୌଣସି ଖବର ଖୁବ କମ ସମୟରେ ଲୋକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ସେହିପରି ବର୍ତ୍ତମାନ ଟାଇଗର ଶ୍ରଫଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।

 

ଟାଇଗର ଶ୍ରଫଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆସାମର ଡେଭିଡ ଶାହରିୟା। ଡେଭିଡଙ୍କର କେବଳ ଟାଇଗର ଶ୍ରଫଙ୍କ ପରି ଆଖି କିମ୍ବା ମୁହଁ ନୁହେଁ, ତାଙ୍କ ଶରୀର ମଧ୍ୟ ଟାଇଗର ଶ୍ରଫଙ୍କ ଠାରୁ କିଛି କମ ନୁହେଁ।  ସବୁଠାରୁ ମଜାଦାର କଥା ହେଉଛି ସେ ମଧ୍ୟ ପେଶାରେ ଜଣେ ଅଭିନେତା ଅଟନ୍ତି ।

ଏକ ସାକ୍ଷାତକାରରେ ଡେବିଡ କହିଛନ୍ତି ଯେ, “ଅନେକ ଥର ଲୋକ ମାନେ ତାଙ୍କୁ ଦେଖି ଟାଇଗର ଶ୍ରଫ ଭାବନ୍ତି।“ ପ୍ରଥମରୁ ତାଙ୍କୁ ଏହା ଭଲ ଲାଗୁଥିଲା ଯେ ଲୋକମାନେ ତାଙ୍କ ଚେହେରା ପାଇଁ ଖୁବ ପ୍ରସଂଶା କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଏହା ତାଙ୍କୁ ଭଲ ଲାଗିନଥିଲା, ଲୋକମାନେ ତାଙ୍କୁ ଟାଇଗରଙ୍କ ପ୍ରତିଛବି ଭାବେ ଚିହ୍ନୁଥିଲେ,ମାତ୍ର ସେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ଓ ଲୋକମାନେ ତାଙ୍କୁ ତାଙ୍କ ନାଁରେ ଜାଣନ୍ତୁ ବୋଲି ସେ କହିଛନ୍ତି।

 

ଡେଭିଡ ମଧ୍ୟ ଜଣେ ଭଲ ଅଭିନେତା। ବର୍ତ୍ତମାନ ସେ ଆସାମ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ଆଗକୁ ମଧ୍ୟ ସେ ଆହୁରି ଭଲ ଅଭିନୟ କରି ଲୋକମାନଙ୍କ ଆଗରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାର ଆଶା ରଖିଛନ୍ତି।

 

ସେହିପଋ ଆଗରୁ ମଧ୍ୟ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହୋଇଥିଲା। ସେହି ଯୁବତୀ ଜଣକ ହେଉଛନ୍ତି କାନାଡାର ଜଣେ ଫିଟନେସ ଟ୍ରେନର ଓ ତାଙ୍କ ନାମ ହେଉଛି ନବପ୍ରୀତ ବଙ୍ଗ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon