ଭାରତ ସରକାରଙ୍କ ନୂଆ ଯୋଜନା : ଡିଗ୍ରୀ ସହିତ ଡିପ୍ଲୋମା

Thursday, July 26, 2018

ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ରୋଜଗାରକ୍ଷମ ଓ ସ୍ଵବଲମ୍ବୀ କରିବା ପାଇଁ ରେଗୁଲାର ବ୍ୟାଚେଲର ଡିଗ୍ରୀ କୋର୍ସ ସହିତ ବ୍ୟାଙ୍କିଙ୍ଗ, ମ୍ୟାନେଜମେଣ୍ଟ ଓ ହସ୍ପିଟାଲିଟି ପରି ପ୍ରଫେସନାଲ ଡିପ୍ଲୋମା କୋର୍ସ ଯୋଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। 

 

ଯଦିଓ ଏ ସମ୍ପର୍କରେ ବିଶଦ ଭାବେ ଜଣାପଡି ନାହିଁ, ଏହି ସ୍କିମ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ଓ ଏହାଦ୍ଵାରା ଆସନ୍ତା ବର୍ଷରେ 10ଲକ୍ଷ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

 

ଏହି ସ୍କିମ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଏହି ଡିପ୍ଲୋମା କୋର୍ସ ମୋଟ 10 ମାସ ଯାଏଁ ପ୍ରଦାନ କରାଯିବ।

 

ଏହି ଡିପ୍ଲୋମା କୋର୍ସରେ ବ୍ୟାଙ୍କିଙ୍ଗ, ହେଲଥ କେୟାର, ରିଟେଲ, ଫ୍ୟାସନ ଡିଜାଇନିଙ୍ଗ, ଇଣ୍ଟେରିଅର ଡିଜାଇନିଙ୍ଗ ବିଷୟ ରହିବ। ଯେଉଁ ବିଷୟରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ କରୁଛନ୍ତି ,ସେହି ଅନୁସାରେ ନିଜ ବିଷୟ ବାଛି ପାରିବେ।

 

ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ବି.ଏ, ବି.କମ  ଓ ବି.ଏସ.ସି କୋର୍ସ ପାଇଁ ଏକ ଯୋଜନା ଅନୁମୋଦନ କରିଛନ୍ତି। ବହୁ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ।

 

ସେକ୍ଟର ସ୍କିଲ ଡେଭଲପମେଣ୍ଟ ଦ୍ଵାରା ଅନୁମୋଦିତ ଏହି କୋର୍ସରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ କରିବାକୁ ମଧ୍ୟ ସୁଯୋଗ ଦିଆଯିବ।

 

ଦେଶର ସମସ୍ତ ବିଶ୍ଵବିଦ୍ୟାଳୟ ଓ ଘରୋଇ ମହାବିଦ୍ୟାଳୟ ମାନଙ୍କରେ ଏହି କୋର୍ସ ପ୍ରଦାନ କରାଯିବ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ସମ୍ବନ୍ଧୀୟ ସମସ୍ତ ଉପକରଣ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

 

ଏହି କୋର୍ସ ବିଷୟରେ ମାନବ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ଗ୍ରାଜୁଏସନ ସ୍ତରରେ ଡିପ୍ଲୋମା ଓ ଡିଗ୍ରୀ ଉଭୟ ଯୋଗାଇବା ପାଇଁ ଆମେ ଏକ ଯୋଜନା ଅନୁମୋଦନ କରିଛୁ। ଏହି ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟକ ହେବ ଓ ଡିପ୍ଲୋମା ଦ୍ଵାରା ସେମାନେ ଆଗକୁ ନିଯୁକ୍ତି ପାଇପାରିବେ। 

 

ଏହି ସ୍କିଲ ଯୋଜନାରେ ଭାଗୀଦାର ଥିବା ଶିଳ୍ପ ସଂସ୍ଥା ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ଉଭୟ କ୍ୟାମ୍ପସ ଓ କ୍ୟାମ୍ପସ ବାହାରର ଟ୍ରେନିଙ୍ଗ ଯୋଗାଇ ଦିଆଯିବ।“

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon