ନିଜ ଡାଏଟରେ ସାମିଲ କରନ୍ତୁ ମହିଳାଙ୍କ ପାଇଁ ଅତି ଜରୁରୀ ଏହି ପାଞ୍ଚୋଟି ଖାଦ୍ୟ

Friday, July 27, 2018

ସମସ୍ତ ପରିବାର ସଦସ୍ୟଙ୍କର ଧ୍ୟାନ ରଖୁ ରଖୁ ଘରର ମହିଳାମାନେ ନିଜର ଖାଦ୍ୟପେୟ ଓ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି। ତେଣୁ ନିଜକୁ ସବୁବେଳେ ଫିଟ ରଖିବାକୁ ନିଜ ଭୋଜନାରେ କିଛି ସ୍ଵାସ୍ଥ୍ୟକର ଖାଦ୍ୟ ନିଶ୍ଚୟ ଭାବରେ ଗ୍ରହଣ କରନ୍ତୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ଓ ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବ।

 

୧.ପାଳଙ୍ଗ ଶାଗ : ଅଧିକାଂଶ ମହିଳାଙ୍କୁ ୩୦ରୁ ୩୫ବର୍ଷ ପରେ ଅସ୍ଥି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଚାହୁଁଥିଲେ ପାଳଙ୍ଗ ଶାଗ ଖାଆନ୍ତୁ। ଏହା ଆପଣଙ୍କର ଅସ୍ଥିକୁ ମଜଭୁତ ରଖିଥାଏ। ଏଥିରେ ଥିବା ମାଗ୍ନେସିୟମ ଦ୍ଵାରା ମହିଳା ମାନଙ୍କୁ ପିରିୟଡସ ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିଥାଏ।ଏହା ଆପଣଙ୍କର ରକ୍ତରେ ଶର୍କରାର ପରିମାଣକୁ ମଧ୍ୟ କମ ରଖିଥାଏ ଓ ଶ୍ଵାସରୋଗରୁ ମଧ୍ୟ ଦୂରେଇ ରଖିଥାଏ।

 

୨.ଫ୍ଲାକ ମଞ୍ଜି (ପେଶୁ) : ଏଥିରେ ଅଧିକ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଏହା ଆପଣଙ୍କର ହୃତପିଣ୍ଡକୁ ସୁସ୍ଥ ରଖେ ଓ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ତେଣୁ ପ୍ରତ୍ୟେକ ଦିନ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ।

 

୩.ଟମାଟୋ: ଏହି ପରିବା ସମସ୍ତଙ୍କ ଘରେ ଉପଲବ୍ଧ ରହୁଥିଲେ ମଧ୍ୟ କେତେକ ମହିଳା ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। ଟମାଟୋରେ ଥିବା ଲାଇସୋପେନ ମହିଳାମାନଙ୍କୁ ସ୍ତନ କର୍କଟ ଓ ହୃଦରୋଗରୁ ରକ୍ଷା କରିଥାଏ।ଏହା ମଧ୍ୟ ଆପଣଙ୍କର ଅସ୍ଥି ପାଇଁ ଉପାଦେୟ ହୋଇଥାଏ ଓ ଶରୀରରୁ କୋଲେଷ୍ଟ୍ରରଲର ମାତ୍ରା କମ କରିଥାଏ।

 

୪.ଓଟ୍ସ: ଏହା ଆପଣଙ୍କର ହୃତପିଣ୍ଡକୁ ସୁସ୍ଥ ରଖିଥାଏ ଓ ଆପଣଙ୍କ ଶରୀର ହଜମକରିବା ଶକ୍ତି ବଢାଇଥାଏ। ଏହାଦ୍ଵାରା ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଓଟ୍ସ ଏକ ତନ୍ତୁ ଯୁକ୍ତ ଖାଦ୍ୟ ହୋଇଥିବାରୁ ଏହା ମହିଳାମାନଙ୍କୁ ପିରିୟଡସ ସମୟରେ ହେଉଥିବା ବିରକ୍ତି ଭାବରୁ ଦୂର ରଖିଥାଏ।

 

୫.ଦହି : ଦହି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ହୋଇଥାଏ। ସପ୍ତାହକୁ ଦୁଇ କିମ୍ବା ତିନି କପ ଦହି ଖାଆନ୍ତୁ। ଏଥିରେ ଥିବା ବ୍ୟାକ୍ଟେରିଆ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଦହି ସହିତ ଚିନି ମିଶାଇ ଖାଆନ୍ତୁ ନାହିଁ। ଏଥିରେ ଫଳ ମିଶାଇ ଖାଆନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon