ସାପ୍ତାହିକ ରାଶିଫଳ: ପଢନ୍ତୁ କେଉଁ ରାଶିର ରହିଛି ପଦୋନ୍ନତି ଯୋଗ

ମେଷ: ନୂତନ ଦିଗରୁ ଅର୍ଥ ଉପାର୍ଜନ କରିବେ। ପାରିବାରିକ ଜୀବନ ମଧ୍ୟରେ ଅଶାନ୍ତି ଦେଖାଦେଇ ପାରେ। ଅବିଭାବକଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

 

ବୃଷ: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ନିଜର ସମସ୍ତ କର୍ତ୍ତବ୍ୟ ଠିକ ସମୟରେ ସଂପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ନିଜ ପରିଶ୍ରମର ସୁଫଳ ପାଇବେ। ଉଚ୍ଚପଦାଧିକାରୀଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ମିଳିବ।

 

ମିଥୁନ: ଏହି ସପ୍ତାହରେ ଆପଣ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି, ଯାହାଦ୍ୱାରା ଆପଣ ସୁଫଳ ମଧ୍ୟ ପାଇବେ। ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

କର୍କଟ: କୌଣସି କଥା ପାଇଁ ମାନସିକ ଚିନ୍ତାଗ୍ରସ୍ତ ହେବେ, କିନ୍ତୁ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି। ମାଲିମକୋଦ୍ଦମା କେସରେ ବିଜୟୀ ହେବେ।

 

ସିଂହ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବିଦେଶ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅଧିକ ମନ ବଳାଇବେ, ଓ ସମାଜରେ ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ସଂପୂର୍ଣ୍ଣ ମନ ଦେବାକୁ ପଡିବ।

 

କନ୍ୟା: ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। କର୍ମକ୍ଷେତ୍ରରେ ସୁଫଳ ପାଇବେ। ଭାଇଭଉଣୀଙ୍କ ଠାରୁ ସହଯୋଗ ପାଇବେ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ।

 

ତୁଳା: କିଛି ନୂଆ କାମ କରିବାକୁ ଚେଷ୍ଟା କରିବେ ଓ ସଫଳ ମଧ୍ୟ ହେବେ। ନିଜର ଜ୍ଞାନ ଓ କୌଶଳ ମାଧ୍ୟମରେ ସମସ୍ତ ସମସ୍ୟାକୁ ସମାଧାନ କରିପାରିବେ। ଆୟ ଓ ବ୍ୟୟ ମଧ୍ୟମ ଧରଣର ରହିବ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ।

 

ବିଛା: ଅଧିକାଂଶ ସମୟ ପରିବାର ସଦସ୍ୟଙ୍କ ସହ କଟିବ। ଧାର୍ମିକ ମନୋଭାବ ଜାଗ୍ରତ ହେବ। କର୍ମକ୍ଷେତ୍ରରେ ନିଜ କର୍ତ୍ତବ୍ୟ ସଠିକ ଭାବରେ କରିବେ। ପିତାଙ୍କ ସହିତ ଭୁଲ ବୁଝାମଣା ହୋଇପାରେ, ତେଣୁ ଯୁକ୍ତିତର୍କ ନକରି ଧୈର୍ଯ୍ୟ ଧରନ୍ତୁ।

 

ଧନୁ: କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହାୟତା ପାଇବେ।          ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ।

 

ମକର: ପରିବାର ମଧ୍ୟରେ ହସଖୁସି ବଜାୟ ରହିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

 

କୁମ୍ଭ: ବେଦଶ ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି। ସକାରାତ୍ମକ ମନୋଭାବ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି କଷ୍ଟକର ରହିବ।

 

ମୀନ: ଅର୍ଥାଗମର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭକ୍ଷତି ଲାଗିରହିବ, କିନ୍ତୁ କ୍ଷତିକୁ ଏଡାଇବା ପାଇଁ ଚେଷ୍ଟା କରନ୍ତୁ। ପରିବାର ମଧ୍ୟରେ କିଛି ସମସ୍ୟା ଦେଖାଯାଇପାରେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

         

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon