ସଲମାନଙ୍କ ‘ଭାରତ’ରେ ଏଣ୍ଟ୍ରି କଲେ କାଟ୍ରିନା

Tuesday, July 31, 2018

ସୁପରଷ୍ଟାର ସଲମାନଙ୍କ ଫିଲ୍ମ “ଭାରତ” ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମ ଛାଡିବା ପରେ, ସଲମାନଙ୍କ ହିରୋଇନ ଭାବରେ କିଏ ଅଭିନୟ କରିବ ଏହାକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଥିଲା। ପ୍ରିୟଙ୍କାଙ୍କ ପରେ ‘ଭାରତ’ରେ ଦୀପିକା ଅଭିନୟ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ଏହା ସ୍ଥିର ହୋଇଯାଇଛି ଯେ ଫିଲ୍ମରେ ପ୍ରିୟଙ୍କାଙ୍କ ଜାଗାରେ କାଟ୍ରିନା କୈଫ ଅଭିନୟ କରିବେ।

 

ସଲମାନ ଏନେଇ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ଓ କାଟ୍ରିନାଙ୍କୁ ‘ଭାରତ’ର ସେଟକୁ ସ୍ଵାଗତ କରିଛନ୍ତି। ସେ ଲେଖିଛନ୍ତି ଯେ, “ଜଣେ ସୁନ୍ଦର ଓ ସୁଶୀଳା ଝିଅ, ଯାହାର ନାମ ହେଉଛି କାଟ୍ରିନା, ସ୍ଵାଗତ ଆପଣଙ୍କୁ ‘ଭାରତ’ର ଜୀବନକୁ।“

ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର କାଟ୍ରିନାକୁ ନେଇ ଅନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ସେ କାଟ୍ରିନାଙ୍କ ସହିତ ‘ମେରି ବ୍ରଦର କି ଦୁଲହନ’ ଓ ‘ଟାଇଗର ଜିନ୍ଦା ହେ’ ଫିଲ୍ମ ରେ କାମ କରିଛନ୍ତି। କାଟ୍ରିନାଙ୍କୁ ଫିଲ୍ମର ସ୍କ୍ରିପ୍ଟ ଶୁଣେଇବା ପରେ ନିଜ ଚରିତ୍ରକୁ କାଟ୍ରିନା ଖୁବ ପସନ୍ଦ କରିଛନ୍ତି ବୋଲି ନିର୍ଦ୍ଦେଶକ ଅଲ୍ଲୀ କହିଛନ୍ତି।

 

ପ୍ରିୟଙ୍କା ଠିକ ସମୟରେ ଫିଲ୍ମ ଛାଡିବା ନିଷ୍ପତ୍ତି ଜଣାଇଥିବାରୁ ଫିଲ୍ମ ଶୁଟିଙ୍ଗରେ କିଛି କ୍ଷତି ହୋଇନାହିଁ ବୋଲି ସେ ପ୍ରିୟଙ୍କାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କାଟ୍ରିନା ଏହି ଫିଲ୍ମ ପାଇଁ ଆସନ୍ତା ଅଗଷ୍ଟ ମାସରୁ ଶୁଟିଙ୍ଗ ଆରମ୍ଭ କରିବେ।

 

କିଛିଦିନ ପୂର୍ବରୁ ପ୍ରିୟଙ୍କା, ନିକ ଜୋନାସଙ୍କ ସହିତ ନିର୍ବନ୍ଧ କରିବା ପରେ ହଠାତ ଫିଲ୍ମ ଛାଡିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ନୂଆ ହିରୋଇନ ଖୋଜିବା ଆରମ୍ଭ ହୋଇଥିଲା। ଫିଲ୍ମର ପ୍ରଯୋଜକ ଅତୁଲ ଓ ଅଲବୀରାଙ୍କର କାଟ୍ରିନାଙ୍କ ସହିତ ଭଲ ସମ୍ପର୍କ ରହିଛି ଓ ତାଙ୍କ ପ୍ରସ୍ତାବରେ କାଟ୍ରିନା ରାଜି ହୋଇଯାଇଥିଲେ।

 

‘ଭାରତ’ ଫିଲ୍ମ ମାଧ୍ୟମରେ ଦର୍ଶକମାନେ ପୁଣିଥରେ ସଲମାନ- କ୍ୟାଟ୍ରିନାଙ୍କ ହିଟ ଯୋଡି ଦେଖିପାରିବେ । ଏହାପୂର୍ବରୁ ଦୁହେଁ ଏକାଠି ‘ଟାଇଗର ଜିନ୍ଦା ହେ’ରେ ନଜର ଆସିଥିଲେ ।ଭାରତରେ ସଲମାନ ଓ କାଟ୍ରିନାଙ୍କ ବ୍ୟତୀତ ଦିଶା ପଟାନୀ, ତବ୍ବୁ, ସୁନୀଲ ଗ୍ରୋବରଙ୍କର ମୁଖ୍ୟ ଭୂମିକା ରହିଛି । ଏହା ଏକ ପିରିଅଡ ଡ୍ରାମା ଫିଲ୍ମ ଅଟେ ଓ ଦକ୍ଷିଣ କୋରିୟାନ ଫିଲ୍ମ “ଓଡେ ଟୁ ମାୟ ଫାଦର”ର ହିନ୍ଦୀ ରିମେକ ଅଟେ। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon