ଇଣ୍ଡିଆନ ଅଏଲ ପାରାଦୀପରେ ଡିପ୍ଲୋମାଧାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ

Wednesday, August 1, 2018

ଭାରତର ସବୁଠାରୁ ବଡ ବାଣିଜ୍ୟିକ ସଂସ୍ଥା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ତରଫରୁ ପାରାଦୀପ ରିଫାଇନାରୀରେ ଜୁନିୟର ଇଞ୍ଜିନିୟର ଆସିଷ୍ଟାଣ୍ଟ –iv ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିପ୍ଲୋମା ପାସ କରିଥିବା ଆଗ୍ରହୀ ଓ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ।

 

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀ ଅଗଷ୍ଟ 1 ତାରିଖ ଠାରୁ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ରହିଛି।

 

ପଦବୀ

ପାରାଦୀପ ରିଫାଇନାରୀରେ ଜୁନିୟର ଇଞ୍ଜିନିୟର ଆସିଷ୍ଟାଣ୍ଟ-ivରେ ମୋଟ 40ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରେ ମାସିକ ଟ.11,900 ରୁ ଟ.32,000 ମଧ୍ୟରେ ଦରମା ପ୍ରଦାନ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵିକୃତୀ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରୁ କେମିକାଲ, ରିଫାଇନାରୀ କିମ୍ବା ପେଟ୍ରୋକେମିକାଲରେ ତିନି ବର୍ଷ ଡିପ୍ଲୋମା କରିଥିବା ଆବଶ୍ୟକ। ସାଧାରଣବର୍ଗର ଏବଂ ଓ.ବି.ସି ପ୍ରାର୍ଥୀ ସର୍ବନିମ୍ନ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀ 45% ମାର୍କ ରଖି ପାସ କରିଥିବା ଆବଶ୍ୟକ।ଏହା ସହିତ 1ବର୍ଷର ଅଭିଜ୍ଞତା ଥିବା ଜରୁରୀ।

 

ବୟସସୀମା

ପ୍ରାର୍ଥୀଙ୍କ ବୟସ 31.07.2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 26 ବର୍ଷ ହେବା ଆବଶ୍ୟକ।ତେବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଥିବା ବେଳେ ଓ.ବି.ସିଙ୍କ ପାଇଁ 3ବର୍ଷ ଓ ଶାରିରୀକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

 

ଆବେଦନ ଫି

ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓ.ବି.ସି ପ୍ରାର୍ଥୀଙ୍କୁ ଟ.150ର ଷ୍ଟେଟ ବ୍ୟାଙ୍କରୁ ଚାଲାଣ କାଟିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଫି ନାହିଁ।

 

କିପରି ଆବେଦନ କରିବେ

ଅନଲାଇନ ଫର୍ମ ପୂରଣ କରିବା ପାଇଁ ପ୍ରଥମେ ପ୍ରାର୍ଥୀଙ୍କୁ www.iocl.com ରେ ଲଗଇନ କରିବାକୁ ପଡିବ। ଏହାପରେ ଏହି ଅନଲାଇନ ଫର୍ମର ଏକ ପ୍ରିଣ୍ଟ ବାହାରକରିବେ। ଏହି ପ୍ରିଣ୍ଟ ସହିତ ଶିକ୍ଷାଗତ ପ୍ରମାଣପତ୍ର, ପାସପୋର୍ଟ ସାଇଜ ଫଟୋ ଓ ବ୍ୟାଙ୍କ ଚାଲାଣର ରସିଦ ସଂଯୋଗ କରିବେ। ଏହାକୁ ସାଧାରଣ ପୋଷ୍ଟ ମାଧ୍ୟମରେ ( The Advertiser,General Post Office (GPO), Post Box. No. 145, Bhubaneswar – 751 001) ଠିକଣାରେ ପଠାଇବାକୁ ପଡିବ। ଏହା ଉକ୍ତ ଠିକଣାରେ ଅଗଷ୍ଟ 30 ତାରିଖ ପୂର୍ବରୁ ପହଞ୍ଚିବା ଆବଶ୍ୟକ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଅଏଲର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon