ରାଜ୍ୟରେ 45 ପ୍ରାଥମିକ ବିଦ୍ୟଳୟକୁ ହାଇସ୍କୁଲ କରାଯିବ

Wednesday, August 1, 2018

 ରାଜ୍ୟର ସମସ୍ତ ସ୍ଥାନରେ ଗୋଟିଏ ଶିକ୍ଷାୟତନରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବାର ସୁବିଧା ଯୋଗାଇବା ପାଇଁ ରାଜ୍ୟର 45ଟି ସ୍ଥାନରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବ ବୋଲି ଘୋଷଣା କରାଯାଇଛି। ସୋମବାର ଜୁଲାଇ 30 ତାରିଖ ଦିନ ଏ ସଙ୍କ୍ରାନ୍ତୀୟ ଏକ ପ୍ରସ୍ତାବକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅନୁମୋଦନ କରିଛନ୍ତି।

 

ଏହି ପ୍ରସ୍ତାବ ଅନୁସାରେ ରାଜ୍ୟର ଭଦ୍ରକ ଜିଲ୍ଲାରେ ସର୍ବାଧିକ 23ଟି ବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଆଠଟି ବିଦ୍ୟାଳୟ, ବରଗଡ ଜିଲ୍ଲାର ପାଞ୍ଚଟି ବିଦ୍ୟାଳୟ,ବଲାଙ୍ଗୀର, ଦେବଗଡ, ନବରଙ୍ଗପୁର, ନୟାଗଡ, ପୁରୀ, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ମହାନଗର ନିଗମରେ ଥିବା ଗୋଟିଏ ଲେଖାଏଁ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବ।

 

ସେଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ବେଳେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ କାର୍ଯ୍ୟକ୍ଷମ କରାଯିବ।

 

ଏହିସବୁ 45ଟି ସ୍ଥାନରେ ଗୋଟିଏ ଶିକ୍ଷାୟତନ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ, ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ରହିଛି।ପୂର୍ବରୁ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ପିଲାମାନେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରୁଥିଲେ। ମାତ୍ର ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀ ଉଚ୍ଛେଦ ହେବାପରେ ଶିକ୍ଷଗ୍ରହଣରେ ସମସ୍ୟା ଦେଖାଦେଉଛି।

 

ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଇ ପାରୁନାହିଁ। ଫଳରେ ଛାତ୍ରଛାତ୍ରୀମାନେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିବା ପରେ ଅଷ୍ଟମ ଶ୍ରେଣୀ ନଥିବାରୁ ଦୂରରେ ଥିବା ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି।

 

ସେହି ସ୍ଥାନରେ ଥିବା ହାଇସ୍କୁଲରେ ମଧ୍ୟ ନାମଲେଖା ବାଧାପ୍ରାପ୍ତ ହେଉଛି, ଏପରିକି ଉକ୍ତ ସ୍ଥାନର ହାଇସ୍କୁଲ ବନ୍ଦ ହେବାର ଆଶଙ୍କା ମଧ୍ୟ ଦେଖାଦେଉଛି। ତେଣୁ ଛାତ୍ରଛାତ୍ରୀମାନଙ୍କର ସୁବିଧା ଓ ହାଇସ୍କୁଲ ଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଏହି 45ଟି ସ୍ଥାନରେ ଥିବା ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ସରକାର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon