ଘର, ବ୍ୟବସାୟରେ ସମୃଦ୍ଧି ପାଇଁ ଆପଣାନ୍ତୁ ସମୁଦ୍ର ଲୁଣର ଏହି ସାତ ଉପାୟ

Tuesday, August 7, 2018

ଲୁଣର ବ୍ୟବହାର ଯେପରି ଖାଦ୍ୟକୁ ସ୍ଵାଦିଷ୍ଟ କରିଥାଏ ସେହିପରି ବାସ୍ତୁ ନିୟମ ଅନୁସାରେ ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବାରେ ମଧ୍ୟ ସହାୟକ ହେଇଥାଏ । ଭାରତୀୟ ବାସ୍ତୁ ବିଜ୍ଞାନ ଅନୁସାରେ ସମୁଦ୍ରଲୁଣରେ ଅଦ୍ଭୁତ ଶକ୍ତି ରହିଥାଏ ଯାହାଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ସୁଖସମୃଦ୍ଧି ବଢିଥାଏ ।

 

ଆସନ୍ତୁ ଜାଣିବା ସମୁଦ୍ରଲୁଣର ସାତଟି ବ୍ୟବହାର ଯାହା ଆପଣଙ୍କ ପାଇଁ ମଙ୍ଗଳମୟ ହେଇପାରେ । 

 

.ସମୁଦ୍ରଲୁଣ ପୂଜାପାଠରେ ବ୍ୟବହାର କରନ୍ତୁ। ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିବା ସମୟରେ ଅଳ୍ପ ସମୁଦ୍ରଲୁଣର ପ୍ରୟୋଗ କରନ୍ତୁ। ଏହାଦ୍ଵାରା ଘର ମଧ୍ୟରେ ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।

 

.ସମୁଦ୍ରଲୁଣ ଦ୍ଵାରା ଘର ମଧ୍ୟରୁ ନକରାତ୍ମକ ଶକ୍ତିକୁ ଦୂର କରାଯାଇଥାଏ। ଉତ୍ତମ ଫଳାଫଳ ପାଇଁ ସମୁଦ୍ରଲୁଣକୁ ପାଣିରେ ମିଶାଇ ଘର ଚଟାଣକୁ ସଫା କରନ୍ତୁ। ଏହା ବ୍ୟତୀତ ଘରର ବିଭିନ୍ନ କୋଣରେ କାଚ ପାତ୍ରରେ ସମୁଦ୍ରଲୁଣ ସଂରକ୍ଷିତ କରି ରଖିବା ଦ୍ଵାରା ଘର ମଧ୍ୟରୁ ବାସ୍ତୁ ଦୋଷ ଦୂର ହୋଇଥାଏ।

 

.ଯଦି ଆପଣ କୌଣସି ବିଷାଦ କିମ୍ବା ଚିନ୍ତାରେ ରହୁଛନ୍ତି ତେବେ ନିଜ ହାତ ମୁଠାରେ ଅଳ୍ପ ସମୁଦ୍ରଲୁଣ ମୁଠେଇ  ଧରନ୍ତୁ ଓ ପରେ  ବେଶିନ ଟାପ ଆଗରେ ରଖି ପାଣିରେ ଧୋଇଦିଅନ୍ତୁ, ଧ୍ୟାନ ଦିଅନ୍ତୁ ଯେପରି ଲୁଣ ୱାଶ ବେଶିନରୁ ବାହାରେ ନପଡେ। ଏପରି କରିବା ଦ୍ଵାରା ଆପଣଙ୍କ ମଧ୍ୟରୁ ସମସ୍ତ ନକରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ।

 

. ଯଦି ଆପଣଙ୍କୁ ଲାଗୁଥାଏ ଆପଣଙ୍କ ଘର କିମ୍ବା ଘରର କୌଣସି ସଦସ୍ୟଙ୍କ ଉପରେ କାହାର ଖରାପ ନଜର ଲାଗିଛି ତେବେ ଅଳ୍ପ ସମୁଦ୍ରଲୁଣ ହାତମୁଠାରେ ନେଇ ସେହି ବ୍ୟକ୍ତି ଚାରିପଟେ ତିନିଥର ହାତ ବୁଲାଇ ଆଣନ୍ତୁ। ଏହାଦ୍ୱାରା ଖରାପ ନଜର ଦୂର ହୋଇଥାଏ।

 

.ବାସ୍ତୁ ନିୟମ ଅନୁସାରେ ସ୍ନାନଘର ଓ ଶୌଚାଳୟରେ କାଚପାତ୍ରରେ ସମୁଦ୍ରଲୁଣ ଭରି କରି ରଖନ୍ତୁ। ଲୁଣ ଏବଂ କାଚ ଉଭୟ ରାହୁଙ୍କର ନକରାତ୍ମକ ପ୍ରଭାବକୁ ଦୂର ରଖିଥାଏ, ଯାହାଦ୍ୱାରା ଘର ମଧ୍ୟରେ ସୁଖସମୃଦ୍ଧି ବଢିଥାଏ।

 

. ଲାଲ ରଙ୍ଗର କପଡାରେ ସମୁଦ୍ରଲୁଣ ଭର୍ତ୍ତି କରି ଘରର ମୁଖ୍ୟଦ୍ଵାରରେ ଟଙ୍ଗାନ୍ତୁ, ଏହାଦ୍ୱାରା ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପାଇଁ ସମୁଦ୍ରଲୁଣକୁ ଲାଲ କପଡାରେ ବାନ୍ଧି ମୁଖ୍ୟଦ୍ଵାର ସମ୍ମୁଖରେ ଟାଙ୍ଗି ଦିଅନ୍ତୁ।

 

. ରାତିରେ ଶୋଇବା ଆଗରୁ ପାଣିରେ ଅଳ୍ପ ସମୁଦ୍ରଲୁଣ ମିଶାଇ ଗୋଡ ହାତ ଧୁଅନ୍ତୁ, ଏହାଦ୍ୱାରା ଶରୀରରୁ କ୍ଳାନ୍ତି ଦୂରହୋଇଥାଏ ଓ ଭଲ ନିଦ ହୋଇଥାଏ।

 

(ବି.ଦ୍ର ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon