ଆଇଟିଆଇ ପାସଙ୍କ ପାଇଁ ପାରାଦୀପ ପୋର୍ଟରେ ଚାକିରି

Monday, August 13, 2018

ପାରାଦୀପ ପୋର୍ଟ ଟ୍ରଷ୍ଟ ତରଫରୁ ପମ୍ପ ଅପରେଟର, ପ୍ଲମ୍ବର ଓ କାର ପେଣ୍ଟର ପଦବୀରେ ନିଯୁକ୍ତି ପାଇଁ ଇଚ୍ଛୁକ ଓ ଅଭିଜ୍ଞ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଆଇ.ଟି.ଆଇ ପାସ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ପମ୍ପ ଅପରେଟର, ପ୍ଲମ୍ବର ଓ କାର ପେଣ୍ଟର ରେ ମୋଟ 5ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଆବେଦନ ତାରିଖ

ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିବା ପାଇଁ ଆସନ୍ତା ସେପ୍ଟେମ୍ବର 27 ତାରିଖ ମଧ୍ୟରେ ଆଦେବନପତ୍ର ଓ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହିତ ପାରାଦୀପ ପୋର୍ଟ ଟ୍ରଷ୍ଟଙ୍କର ମୁଖ୍ୟ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ପଇଠ କରିବାକୁ ପଡିବ।

 

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଟ.16,300 ଦରମା ପ୍ରଦାନ କରାଯିବ।  

 

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1, 2018 ସୁଦ୍ଧା 32ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ 5ବର୍ଷ ବୟସସୀମା କୋହଳ କରାଯାଇଛି।

 

ଶିକ୍ଷାଗତ ଯୋଗ୍ୟତା

ପମ୍ପ ଅପରେଟର ଗ୍ରେଡ-2 ରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଡିଜେଲ ଇଞ୍ଜିନ ଓ ଇଲେକ୍ଟ୍ରିସିଆନରେ ଆଇଟିଆଇ କରିଥିବା ସହିତ ଚାରିବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ପମ୍ପ ଅପରେଟର ଗ୍ରେଡ-3 ପଦରେ ଆବେଦନ କରିବା ପାଇଁ ଡିଜେଲ ଇଞ୍ଜିନ ଓ ଇଲେକ୍ଟ୍ରିସିଆନରେ ଆଇଟିଆଇ କରିଥିବା ସହିତ ଦୁଇବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ସେହିପରି ପ୍ଲମ୍ବର ପଦ ପାଇଁ ପ୍ରାର୍ଥୀ ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ଓ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ଏବଂ କାରପେଣ୍ଟର ପଦ ପାଇଁ କାରପେଣ୍ଟାରୀ ଟ୍ରେଡରେ ଆଇଟିଆଇ ସହିତ ସାତ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

 

କିପରି ଆବେଦନ କରିବେ

ଆବେଦନ ପତ୍ର ସହିତ ଦୁଇଟି ପାସପୋର୍ଟ ସାଇଜ ଫଟୋ, ଶିକ୍ଷାଗତ ପ୍ରମାଣପତ୍ର ଜେରକ୍ସ, ଜାତିଗତ ପ୍ରମାଣପତ୍ର ଜେରକ୍ସ କୁ ସେପ୍ଟେମ୍ବର 27 ତାରିଖ ମଧ୍ୟରେ (The Chief Engineer, Paradip Port Trust, Dist- Jagatsinghpur, Pin-754142 ) ଠିକଣାରେ ପଇଠ କରିବାକୁ ପଡିବ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon