ଭାରତର ଟପ 10 ସ୍ୱଚ୍ଛ ରେଳ ଷ୍ଟେସନରେ ଭୁବନେଶ୍ଵର

Tuesday, August 14, 2018

 ସମଗ୍ର ଦେଶରେ ରେଳଷ୍ଟେସନକୁ ସ୍ଵଚ୍ଛ ଓ ପରିଷ୍କାର ରଖିବାରେ ଭୁବନେଶ୍ଵର ରେଳ ଷ୍ଟେସନ ଶ୍ରେଷ୍ଠ 10ଟି ଷ୍ଟେସନ ମଧ୍ୟରେ ସ୍ଥାନ ପାଇଛି। କ୍ଵାଲିଟି କାଉନସିଲ ଅଫ ଇଣ୍ଡିଆ ତରଫରୁ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ସୋମବାର ଦିନ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟେଲ ଘୋଷଣା କରିଛନ୍ତି।

 

ଗତ 2017 ମସିହାରେ ଏହି ଧାରାରେ ଭୁବନେଶ୍ଵର 13 ନମ୍ବର ସ୍ଥାନରେ ରହିଥିଲା। ଚଳିତ ଥର ଏଥିରେ ଉନ୍ନତି ଘଟି ଏହା ନଅ ନମ୍ବର ସ୍ଥାନରେ ରହିଛି। ସେହିପରି ପୁରୀ ଷ୍ଟେସନ ଗତ ବର୍ଷ ଏହି ସର୍ବେକ୍ଷଣରେ 37ନମ୍ବର ସ୍ଥାନରେ ରହିଥିବାବେଳେ,ଚଳିତ ଥରର ସର୍ବେକ୍ଷଣରେ 22ନମ୍ବର ସ୍ଥାନରେ ରହିଛି। କଟକ ଷ୍ଟେସନ ଗତବର୍ଷ 100 ନମ୍ବର ସ୍ଥାନରେ ରହିଥିବାବେଳେ, ଚଳିତବର୍ଷ 30 ନମ୍ବର ସ୍ଥାନରେ ରହିଛି।

 

ସବୁଠାରୁ ବଡ କଥା ହେଉଛି ରେଳବିଭାଗର A1 ବିଭାଗରେ ଓଡିଶାର କେବଳ ଭୁବନେଶ୍ଵର ଓ ପୁରୀ ସ୍ଥାନ ପାଇଛନ୍ତି। ତେବେ A1 ବିଭାଗରେ ଥିବା ଶ୍ରେଷ୍ଠ 10ଟି ଷ୍ଟେସନ ହେଉଛି ଯୋଧପୁର, ତିରୁପତି, ବିଜୟୱାଡା, ଆନନ୍ଦ ବିହାର ଟର୍ମିନାଲ, ସିକନ୍ଦରାବାଦ ଜଙ୍କସନ, ବାନ୍ଦ୍ରା, ହାଇଦ୍ରାବାଦ, ଭୁବନେଶ୍ଵର ଓ ବିଶାଖପାଟଣା।

 

କାଉନସିଲ ଅଫ ଇଣ୍ଡିଆ ତରଫରୁ ଏହି ସର୍ଭେ 2016 ମସିହାରୁ ଆରମ୍ଭ ହୋଇଛି। ଏହି ସର୍ବେକ୍ଷଣରେ ପାର୍କିଙ୍ଗ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା, ମୁଖ୍ୟ ପ୍ରବେଶଦ୍ଵାର ଓ ମୁଖ୍ୟ ପ୍ଲାଟଫର୍ମ, ବିଶ୍ରାମଗାରର ପରିଚ୍ଛନ୍ନତା ଓ ଯାତ୍ରୀ ମାନଙ୍କ ମତାମତକୁ ଗୁରୁତ୍ଵ ଦିଆଯାଇଥାଏ ବୋଲି ରେଳବିଭାଗ ତରଫରୁ କୁହାଯାଇଛି।

 

ଓଡିଶାର ଅନ୍ୟ ରେଳ ଷ୍ଟେସନ ଗୁଡିକ ମଧ୍ୟରେ ପଳସା 20ତମ ସ୍ଥାନରେ, ବ୍ରହ୍ମପୁର 35ତମ ସ୍ଥାନରେ, ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ 39ତମ ସ୍ଥାନରେ, ରାୟଗଡା 64 ତମ ସ୍ଥାନରେ, ଖୋର୍ଦ୍ଧା ଷ୍ଟେସନ 127ତମ ସ୍ଥାନରେ, ଭଦ୍ରକ 160ତମ ସ୍ଥାନରେ ଓ ସମ୍ବଲପୁର 239ତମ ସ୍ଥାନରେ ରହିବା ସହିତ A1 ବିଭାଗରେ ଅଛନ୍ତି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon