ଗୁଗୁଲର ନୂଆ ଫିଚର : ପଠେଇବା ପରେ ଆପେ ନଷ୍ଟ ହୋଇଯିବ ମେଲ

Saturday, August 18, 2018

ଗୁଗୁଲ ତରଫରୁ ଏହି ବର୍ଷ ଆରମ୍ଭରୁ ଏହାର ମେଲ ସର୍ଭିସ ଜି-ମେଲରେ ଅନେକ ନୂଆ ନୂଆ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଗୁଗୁଲ ନିଜର ଆଣ୍ଡ୍ରଏଡ ଓ ଆଇ.ଓ.ଏସ ଆପରେ ଏକ ନୂଆ ଫିଚର ଯୋଗ କରିଛି। ଜି-ମେଲ ୱେବ ରେ ପ୍ରଥମରୁ ଜାରି କରାଯାଇଥିବା କନଫିଡେନ୍ସିଆଲ ମୋଡ (confidential mode) ଫିଚର ଜି-ମେଲ ରେ ମଧ୍ୟ ଆରମ୍ଭ କରାଯାଇଛି।

 

ଏହି ଫିଚର ଆରମ୍ଭ କରିବା ପରେ ବ୍ୟବହାରକାରୀ ଯଦି କାହାକୁ ମେଲ କରୁଛନ୍ତି ତେବେ ଏହି ମେଲ କିଛି ନିର୍ଦ୍ଧିଷ୍ଟ ସମୟରେ ପରେ ଆପେ ଆପେ ଡ଼ିଲିଟ ହୋଇଯିବ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର କୌଣସି ଖାସ ମେଲ କାହା ପାଖରେ ଗୋଟିଏ ଦିନ କିମ୍ବା ନିଶ୍ଚିନ୍ତ ସମୟ ପାଇଁ ରହୁ, ତେବେ ଏହି ଫିଚର ମାଧ୍ୟମରେ ଏହା ସମ୍ଭବ ହୋଇପାରିବ।

 

ଏହି ଫିଚରକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ଆପ ଅପଡେଟ କରିବାକୁ ପଡିବ ନାହିଁ। ଗୁଗୁଲ ତରଫରୁ ଏକ ସର୍ଭର ସାଇଟ ଅପଡେଟ ମାଧ୍ୟମରେ ପ୍ରତ୍ୟେକ ଫୋନରେ ଅପଡେଟ କରାଯାଉଛି।

 

କେମିତି ବ୍ୟବହାର କରିବେ

ଏହି ଫିଚରକୁ ବ୍ୟବହାରକାରୀ ମେଲ କମ୍ପୋଜ କରିବା ସମୟରେ ହିଁ ଦେଖିପାରିବେ। ଏଥିପାଇଁ ପ୍ରଥମେ ଜି-ମେଲ ଖୋଲିବେ ଓ ଡାହାଣ ପାଖରେ ଥିବା ଟ୍ୟାବରେ କ୍ଲିକ କରିବା ପରେ ଏହି ଅପସନ ଆସିଯିବ। ଏହି

କନଫିଡେନ୍ସିଆଲ ମୋଡ (confidential mode) ଅପ୍ସନ ଉପରେ କ୍ଲିକ କରି ଆପଣ ମେଲ ଡ଼ିଲିଟ ହେବାର ସମୟ ନିର୍ଦ୍ଧାରଣ କରିପାରିବେ। ଏହି ସମୟ ଗୋଟିଏ ଦିନ, ଗୋଟିଏ ସପ୍ତାହରୁ ଆରମ୍ଭ କରି ପାଞ୍ଚବର୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରିପାରିବେ।

 

ଏହି ଅପ୍ସନକୁ ଆରମ୍ଭ କରିବା ପରେ ଯାହାକୁ ଆପଣ ମେଲ ପଠାଇଛନ୍ତି, ସେ ଉକ୍ତ ମେଲକୁ ଫରୱାର୍ଡ, କପି, ପେଷ୍ଟ କିମ୍ବା ଡାଉନଲୋଡ କରିପାରିବେ ନାହିଁ।

 

ଏହାସହିତ ଏହି ଫିଚରରେ ଭେରୀଫିକେଶନ କୋର୍ଡ ମଧ୍ୟ ଉପଲବ୍ଧ ଅଛି। ଏହାଦ୍ଵାରା ଆପଣ ଯାହାକୁ ମେଲ ପଠାଉଛନ୍ତି ସେ ମେଲ ଖୋଲିବା ପାଇଁ କିଛି ପାସୱାର୍ଡ ମାଗିପାରେ। ଏହା ସମ୍ବନ୍ଧରେ ଅଧିକ ଖବର କମ୍ପାନୀର ସପୋର୍ଟ ପେଜରେ ମଧ୍ୟ ଉପଲବ୍ଧ ଅଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon