ଜିଓ ବ୍ରୋଡବ୍ୟାଣ୍ଡ କନେକ୍ସନ ଓ ସେଟ ଅପ ବକ୍ସ ବିଷୟରେ ୧୦ଟି ଜାଣିବା କଥା

Thursday, August 23, 2018

ଦେଶରେ ରିଲାଏନ୍ସ ଜିଓ ତରଫରୁ ଏହାର ବ୍ରୋଡବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ପାଇଁ ରେଜିଷ୍ଟ୍ରେଶନ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି। ଭାରତର ମୋଟ ୧୧୦୦ଟି ସହରରେ ଏହି ସେବା ଆସନ୍ତା କିଛି ମାସ ମଧ୍ୟରେ ଯୋଗାଇ ଦିଆଯିବ। ଏଥିରେ ଘର ତଥା ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ଫାଇବର ତାର ଜରିଆରେ ହାଇସ୍ପିଡ ଇଣ୍ଟରନେଟ କନେକ୍ସନ ମିଳିବ । ତେବେ ଏହି ଜିଓ ଗିଗା ଫାଇବର ବ୍ରୋଡବ୍ୟାଣ୍ଡ କନେକ୍ସନ ବିଷୟରେ ଦଶଟି ମୁଖ୍ୟ କଥା ଜାଣିରଖନ୍ତୁ।

 

.ଜିଓ ଗିଗା ଫାଇବାର ପାଇଁ ରେଜିଷ୍ଟ୍ରେଶନ କରିବା ପରେ ଆପଣ ଏହାର ଗ୍ରାହକ ହେବେ ନାହିଁ। ଏହା କେବଳ ଆଗ୍ରହର ଅଭିବ୍ୟକ୍ତି ଅଟେ। କିନ୍ତୁ ରେଜିଷ୍ଟ୍ରେଶନ କରିବା ନିହାତି ଆବଶ୍ୟକ, କାରଣ ଜିଓ ତରଫରୁ ଘୋଷଣା କରାଯାଇଛି ଯେ ଯେଉଁ ଅଞ୍ଚଳରୁ ଅଧିକ ରେଜିଷ୍ଟ୍ରେଶନ ହେବ, ସେହି ସ୍ଥାନରେ ପ୍ରଥମେ ସେବା ଯୋଗାଇ ଦିଆଯିବ।

 

.ଜିଓ ଗିଗା ଫାଇବାର ପାଇଁ ଦୁଇଟି ଉପାୟରେ ରେଜିଷ୍ଟ୍ରେଶନ କରିପାରିବେ। ଗୋଟିଏ ହେଉଛି my jio app ଓ ଅନ୍ୟଟି ହେଉଛି jio.com। ଏହା ସଂପୂର୍ଣ୍ଣ ମାଗଣା ଅଟେ।

 

॰ଜିଓ ଗିଗା ଫାଇବାର ତରଫରୁ ଦୁଇଟି ସେବା ଯୋଗାଇ ଦିଆଯିବ ଯଥା ଜିଓ ଗିଗା ଫାଇବାର ରାଉଟର ଓ ଜିଓ ଗିଗା ଟିଭି ସେଟଅପ ବକ୍ସ। ଗିଗା ଫାଇବାର ରାଉଟର ସାହାଯ୍ୟରେ ଏକାଧିକ ଉପକରଣରେ1gbps ସ୍ପୀଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ ଓ ସେଟଅପ ବକ୍ସ ମାଧ୍ୟମରେ

ଟେଲିଭିଜନ ସେବା ଯୋଗାଇ ଦିଆଯିବ।

 

. ଜିଓ ଗିଗା ଟିଭି ସହିତ ଏକ ସ୍ମାର୍ଟ ରିମୋର୍ଟ ପାଇପାରିବେ ଯାହାକି ଆପଣଙ୍କ ଭଏସ କମାଣ୍ଡରେ ଟିଭି ଚ୍ୟାନେଲକୁ ବଦଳେଇପାରିବ। ଏହାଦ୍ଵାରା ଆପଣ ଭିଡିଓ କଲ ମଧ୍ୟ କରିପାରିବେ।

 

.ଗିଗା ଫାଇବାରର ବେଟା ଟ୍ରାୟାଲ ବଛା ଯାଇଥିବା ସହରରେ ଆରମ୍ଭ ହୋଇଗଲାଣି।

 

.ଏହାର ପ୍ଳାନ ଟ.୫୦୦ରୁ ଆରମ୍ଭ ହେବ।

 

.ଜିଓ ବ୍ରୋଡବ୍ୟାଣ୍ଡ ପ୍ଳାନ ଗୁଡିକ ତିନୋଟି ବିଭାଗରେ ଯୋଗାଇ ଦିଆଯିବ ଯଥା- ସ୍ପୀଡ ବେସ ଜିଓ ଗିଗା ଫାଇବାର ପ୍ଳାନ, ଭଲ୍ୟୁମ ବେସ ଜିଓ ଗିଗା ଫାଇବର ପ୍ଳାନ ଓ ସ୍ପେଶିଆଲ ଜିଓ ଗିଗା ଫାଇବାର ପ୍ଳାନ।

 

. ସ୍ପୀଡ ବେସ ଜିଓ ଗିଗା ଫାଇବାର ପ୍ଳାନ ଟ.୫୦୦ ରୁ ଆରମ୍ଭ ହୋଇ ଟ.୫୫୦୦ ମଧ୍ୟରେ ଯୋଗାଇ ଦିଆଯିବ।

 

.ସେହିପରି ଆପଣ ବାଛିଥିବା ପ୍ଲାନ ଅନୁଯାୟୀ ଜିଓ ଗିଗା ଫାଇବାର ପ୍ଳାନ ପ୍ରତିଦିନ ୫ଜିବି ରୁ ୬୦ଜିବିରେ ଆରମ୍ଭ  ହେବ ।

 

୧୦.ଜିଓ ଗିଗା ଫାଇବାର ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟକୁ ସବୁଠାରୁ ଶସ୍ତା ଦରରେ ଚାହୁଁଥିବା ଗ୍ରାହକ ମାନଙ୍କ ପାଇଁ ସ୍ପେଶିଆଲ ଜିଓ ଗିଗା ଫାଇବାର ଉଦ୍ଦିଷ୍ଟ। ଏହା ଟ.୫୦୦, ଟ.୮୦୦ ଓ ଟ.୧୦୦୦ରେ ଉପଲବ୍ଧ ହେବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon