ଭୋଡାଫୋନ ଆପରେ ମିଳୁଛି ଦୁବାଇ ଯିବାକୁ ସୁଯୋଗ

Thursday, August 23, 2018

ପର୍ଯ୍ୟଟନ ସ୍ଥଳୀ ବୁଲିବାରେ ରୁଚି ରଖିଥିବା ଗ୍ରାହକ ମାନଙ୍କ ପାଇଁ ଦେଶରେ ଦ୍ଵିତୀୟ ସବୁଠାରୁ ବଡ ଟେଲିକମ କମ୍ପାନୀ ଭୋଡାଫୋନ ଇଣ୍ଡିଆ ଏକ ନୂତନ ପ୍ରତିଯୋଗୀତାର ଘୋଷଣା କରିଛି। ମାଇ ଭୋଡାଫୋନ ଆପରେ ଏକ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗୀତାର ନାମ ହେଉଛି ‘ଭୋଡାଫୋନ ଟ୍ରାଭେଲ ପାସପୋର୍ଟ କଣ୍ଟେଷ୍ଟ’। ଏହି ପ୍ରତିଯୋଗୀତା ଶେଷ ହେବା ପରେ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ସଂପୂର୍ଣ୍ଣ ମାଗଣାରେ ଦୁବାଇ ଯାତ୍ରା କରିବା ପାଇଁ ସୁଯୋଗ ମିଳିବ।

 

ଭୋଡାଫୋନ ତରଫରୁ ଏହି ପ୍ରତିଯୋଗୀତା ଅଗଷ୍ଟ ୨୨ରୁ ଆରମ୍ଭ ହୋଇଛି ଓ ଏହି ପ୍ରତିଯୋଗୀତା ଗୋଟିଏ ମାସ ପର୍ଯ୍ୟନ୍ତ (ସେପ୍ଟେମ୍ବର 22) ଚାଲୁ ରହିବ। ଏହି ପ୍ରତିଯୋଗୀତାରେ ଭୋଡାଫୋନ ଗ୍ରାହକ ମାନଙ୍କୁ ମାଇ ଭୋଡାଫୋନ ଆପ ରେ ପ୍ରତିଦିନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଜିବାକୁ ପଡିବ।

 

ଏହି ପ୍ରତିଯୋଗୀତା ଶେଷରେ ଜଣେ ହିଁ ବିଜେତା ହେବ, କିନ୍ତୁ ଖେଳିଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଭୋଡାଫୋନ ତରଫରୁ ଆକର୍ଷଣୀୟ ପୁରସ୍କାର ଓ ଭାଉଚର ରହିଛି। ଏହି ପ୍ରତିଯୋଗୀତାରେ ଉଭୟ ପ୍ରିପେଡ ଓ ପୋଷ୍ଟପେଡ ଗ୍ରାହକ ଭାଗ ନେଇପାରିବେ।

 

ଏହି ପ୍ରତିଯୋଗୀତା ପାଇଁ ଭୋଡାଫୋନ ଇଜ ମାଇ ଟ୍ରିପ (EASE MY TRIP) ସହିତ ଭାଗୀଦାରୀ କରିଛି। ପ୍ରତିଦିନ ମାଇ ଭୋଡାଫୋନ ଆପରେ ଲୁଚି ରହିଥିବା ପର୍ଯ୍ୟଟନ ସ୍ଥଳୀକୁ ଖୋଜିବା ପାଇଁ, ଭାଗ୍ୟଶାଳୀ ବିଜେତାଙ୍କୁ ଟ.୪୦୦ ଡିଶକାଉଣ୍ଟ ଥିବା ଭାଉଚର ମିଳିବ। ଏହାସହିତ ଭାଗ୍ୟଶାଳୀ ବିଜେତା ଭାରତର ଯେକୌଣସି ସ୍ଥାନରେ ତିନି ଦିନ ଓ ଦୁଇ ରାତି ହୋଟେଲ ରହିବାର ସୁଯୋଗ ପାଇବେ।

 

କିପରି ଖେଳିବେ

ପର୍ଯ୍ୟଟନ ସ୍ଥଳୀ ବିଷୟରେ ଅଧିକ ଜ୍ଞାନ ଥିବା ବ୍ୟକ୍ତିଙ୍କ ପାଇଁ ଏହି ପ୍ରତିଯୋଗୀତା ସହଜ ରହିବ। ମାଇ ଭୋଡାଫୋନ ଆପ ମାଧ୍ୟମରେ ଆପଣ ଏହି ପ୍ରତିଯୋଗୀତାରେ ଭାଗ ନେଇପାରିବେ। ଏହି ପ୍ରତିଯୋଗୀତାର ବିଷୟବସ୍ତୁ ମଧ୍ୟ ଭ୍ରମଣକୈନ୍ଦ୍ରିକ ଅଟେ ଓ ଏଥିପାଇଁ ସମଗ୍ର ଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ବିଷୟରେ ସମ୍ୟକ ଜ୍ଞାନ ଥିବା ଆବଶ୍ୟକ।

 

ମାଇ ଭୋଡାଫୋନ ଆପର ପେଜ ରେ ସାରା ଦୁନିଆର ପର୍ଯ୍ୟଟନସ୍ଥଳୀ ଗୁଡିକ ଲୁକାୟିତ ଅବସ୍ଥାରେ ଥିବ। ଆପଣଙ୍କୁ ଏହା ଖୋଜିବାକୁ ପଡିବ।

 

ଗତ ମାର୍ଚ୍ଚ ମାସରେ ଭୋଡାଫୋନ ତରଫରୁ ‘ପୁଗାଥୋନ’ ନାମକ ଏକ ଗେମ ଲଞ୍ଚ କରାଯାଇଥିଲା। ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ‘pug’ (ଏକପ୍ରକାର ଛୋଟ ନାକ ଥିବା କୁକୁର) ଖୋଜିବାକୁ ପଡୁଥିଲା।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon