ଭ୍ରମଣ ସମୟରେ ଚେହେରା ମଳିନ ପଡୁଛି କି ? ଜାଣି ରଖନ୍ତୁ ଏହି ଛଅ ଟିପ୍ସ

Friday, August 24, 2018

ଯେତେବେଳେ ଆପଣ ଦୁରସ୍ଥାନକୁ ବୁଲିବାକୁ ଯାଇଥାନ୍ତି ସେତେବେଳେ ଆପଣଙ୍କ ତ୍ଵଚାର ଯତ୍ନ ନେବା ବହୁତ କଷ୍ଟ ହୋଇଥାଏ। ବୁଲାବୁଲି କରିବା ଦ୍ଵାରା ମଧ୍ୟ ଆପଣଙ୍କ ଚେହେରାର ଚମକ ମଧ୍ୟ ହ୍ରାସ ପାଇଥାଏ। ପ୍ରାୟ ଲୋକ ଭ୍ରମଣରେ ହାଲିଆ ହୋଇ ମୁହଁକୁ ବାରମ୍ବାର ଧୋଇଥାନ୍ତି। କିନ୍ତୁ ଏହା ଆପଣଙ୍କ ଚେହେରା ପାଇଁ କ୍ଷତିକାରକ ହୋଇଥାଏ। ତେବେ ବୁଲିବାକୁ ଯିବା ସମୟରେ କିପରି ଆପଣଙ୍କର ଚେହେରାର ଯତ୍ନ ନେବେ ସେଥିଲାଗି ଜାଣିରଖନ୍ତୁ କିଛି ଟିପ୍ସ।

 

୧. ମୁହଁକୁ ଭାଲଭାବରେ ଧୁଅନ୍ତୁ: ଭ୍ରମଣ ସମୟରେ ପ୍ରଦୂଷଣ ଦ୍ଵାରା ଆପଣଙ୍କ ଚେହେରା କ୍ଷତିଗ୍ରସ୍ତ ହୋଇଥାଏ। ଏଥିଲାଗି ଚେହେରାକୁ ଭଲ ଭାବରେ ଧୁଅନ୍ତୁ। ଆପଣଙ୍କ ତ୍ଵଚା ପାଇଁ ଉପଯୁକ୍ତ ଫେସୱାସ ସାହାଯ୍ୟରେ ଦିନକୁ ଚାରିରୁ  ପାଞ୍ଚଥର ମୁହଁ ଧୁଅନ୍ତୁ। ଏହାଦ୍ଵାରା ଆପଣଙ୍କ ଚେହେରାରୁ ଅତିରିକ୍ତ ତେଲ ମଧ୍ୟ ଦୂର ହୋଇଥାଏ।

 

୨.ଫାଉଣ୍ଡେଶନ ବ୍ୟବହାର କରନ୍ତୁ ନାହିଁ : ଭ୍ରମଣ କରିବା ସମୟରେ ମୁହଁରେ ଫାଉଣ୍ଡେଶନର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ଵାରା ଆପଣଙ୍କ ଚେହେରା ଶୁଖିଲା ଦେଖାଯାଇଥାଏ। ତେଣୁ ଫାଉଣ୍ଡେଶନ ପରିବର୍ତ୍ତେ ଆପଣ କ୍ରିମ ବ୍ୟବହାର କରିପାରିବେ କିମ୍ବା ଟ୍ରିମ୍ବର ଲଗାଇ ପାରିବେ। ଏହା ଆପଣଙ୍କ ଚେହେରାକୁ ପୋଷଣ ଯୋଗାଇଥାଏ।

 

୩.ଭଲ ଭାବେ ଶୁଅନ୍ତୁ  : ଭ୍ରମଣ କରିବା ସମୟରେ ଅଧିକାଂଶ ଲୋକ ରାତି ରାତି ଅନିଦ୍ରା ରହି ଲାପଟପରେ ସିନେମା ଦେଖି ଉପଭୋଗ କରିଥାନ୍ତି। କିନ୍ତୁ ନିଦ ପୁରା ନହେବା ଦ୍ଵାରା ଏହା ଆପଣଙ୍କ ଚେହେରା ଉପରେ ପ୍ରଭାବ ପକାଇଥାଏ।ତେଣୁ ରାତିରେ ଉପଯୁକ୍ତ ପରିମାଣର ଶୁଅନ୍ତୁ।

 

୪.ପୁଷ୍ଟିକର ଖାଦ୍ୟ ଖାଆନ୍ତୁ : ବାହାରକୁ ବୁଲିବାକୁ ଯାଇଥିବା ସମୟରେ ପୁଷ୍ଟିକରଖାଦ୍ୟ ଖାଇବାକୁ ମିଳିନଥାଏ। ତେଣୁ ନିଜ ସହିତ ବ୍ଲୁ ବେରି, କାଜୁ, ଖିସମିସ ଓ ବାଦାମ ରଖନ୍ତୁ। ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହିତ ଆପଣଙ୍କ ତ୍ଵଚା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ।

 

୫.ହାତକୁ ଭଲ ଭାବରେ ଧୁଅନ୍ତୁ : ବୁଲିବା ସମୟରେ ଆପଣଙ୍କ ହାତ ଅନେକ ଅଳିଆ ଆବର୍ଜନା ସଂସ୍ପର୍ଶରେ ଆସିଥାଏ ଓ ସେହି ହାତରେ ଚେହେରାକୁ ଛୁଇଁବା ଦ୍ଵାରା ବ୍ରଣ ହେବାର ଆଶଙ୍କା ରହିଥାଏ। ତେଣୁ ହାତକୁ ଭଲ ଭାବରେ ଧୋଇବାକୁ ଭୁଲନ୍ତୁ ନାହିଁ।

 

୬. ଲିପ ବାମ ଓ ଆଖି ତଳ ପାଇଁ କ୍ରିମ ବ୍ୟବହାର କରନ୍ତୁ: ଲିପଷ୍ଟିକ ଲଗାଇବା ଦ୍ଵାରା ଆପଣଙ୍କ ଓଠ  ଶୁଷ୍କ ଦେଖାଯାଇଥାଏ ତେଣୁ ଲିପ ବାମ କିମ୍ବା ଲିପ ଗ୍ଳସର ବ୍ୟବହାର କରନ୍ତୁ। ସେହିପରି ଆଖିତଳ କଳାଦାଗ ନପଡିବା ପାଇଁ କ୍ରିମ ବ୍ୟବହାର କରନ୍ତୁ।

  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon