ଅର୍ଜୁନ-ମଲାଇକାଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା

Monday, August 27, 2018

ବଲିଉଡରେ କଳକାରମାନେ ସେମାନଙ୍କର ପ୍ରେମ ସମ୍ପର୍କ, ବ୍ରେକ-ଅପ ଓ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଥିମଧ୍ୟରୁ ସଲମାନ ଖାନଙ୍କ ଭାଉଜ ମଲାଇକା ଅରୋରା ଖାନ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ବର୍ତ୍ତମାନ ପୁଣି ଚର୍ଚ୍ଚା ଜୋର ଧରିଛି। ନିକଟରେ ଅନୁଷ୍ଠିତ ହେଇଥିବା  ଲାକମେ ଫ୍ୟାଶନ ୱିକର ଚତୁର୍ଥ ଦିନରେ ଦୁହିଙ୍କୁ ଏକାଠି ପ୍ରଥମ ଧାଡିରେ ବସିଥିବାର ଦେଖିବାକୁ ମିଳିଥିଲା ଓ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଉଠିଥିବା ଚର୍ଚ୍ଚା ଜୋର ଧରିଛି।

 

ବେଶ କିଛି ଦିନ ହେବ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁନଥିଲା, କିନ୍ତୁ ଲାକମେ ଫ୍ୟାଶନ ୱିକର ଇଭେଣ୍ଟରେ ଦୁହେଁ ଏକାଠି ବସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏତେ ଲୋକଙ୍କ ମଧ୍ୟରେ ଦୁହେଁ ଅନେକ ଦିନର ଚିହ୍ନା ବନ୍ଧୁ ପରି ଏକାଠି ବସିଥିଲେ। ଉଭୟେ ସେଠାରେ କୁନାଲ ରାୱଲଙ୍କ ଶୋ' ପାଇଁ ଉପସ୍ଥିତ ଥିଲେ।

ରିପୋର୍ଟ ଅନୁସାରେ ମଲାଇକା, ଅରବାଜ ଖାନଙ୍କୁ ଛାଡପତ୍ର ଦେବାର ମୁଖ୍ୟ କାରଣ ଅର୍ଜୁନ କପୁର ବୋଲି କୁହାଯାଉଥିଲା। ମଲାଇକା ଅରବାଜଙ୍କ ସହିତ 17ବର୍ଷର ବିବାହ ସମ୍ପର୍କକୁ ଶେଷ କରିଦେଇଥିଲେ ଓ ଏହି ଖବର ନିଆଁରେ ଘିଅ ଢାଳିବା ସଦୃଶ କାମ କରିଥିଲା।

 

ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ କିଛିଦିନ ପୂର୍ବେ ଏକ ସାକ୍ଷାତକାରରେ ମଲାଇକା କହିଥିଲେ ଯେ, "ଅର୍ଜୁନ ହେଉଛନ୍ତି ମୋର ସବୁଠୁ ଭଲ ବନ୍ଧୁ, କିନ୍ତୁ ଲୋକମାନେ ଏହାକୁ ଏକ ଭିନ୍ନ ଅର୍ଥ ଦେଉଛନ୍ତି, ଏବଂ ଏହା ସତ ନୁହେଁ।"

 

ତେବେ ମଲାଇକା ଓ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବ ଅରବାଜ ଓ ତାଙ୍କ ପରିବାରକୁ ଦୁଃଖ ପହଞ୍ଚାଇବା ସହିତ, ଅର୍ଜୁନ କପୁରଙ୍କ ପିତା ବୋନୀ କପୁର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ପଟବୟ ରେ ପ୍ରକାଶିତ ଖବର ଅନୁସାରେ, "ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ କପୁର ସଲମାନଙ୍କ ଅସନ୍ତୋଷର ପାତ୍ର ହୋଇପାରନ୍ତି ଓ ଏହା ଅର୍ଜୁନଙ୍କ ଫିଲ୍ମ କ୍ୟାରୀୟର ଉପରେ ପ୍ରଭାବ ପକାଇବ ବୋଲି ବୋନୀ କପୁର ଚିନ୍ତିତ ଅଛନ୍ତି।"

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon