ଏଣିକି ଫୋନରେ କଥା ନ ଶୁଭିଲେ ନେଟୱର୍କକୁ ହେବ ଜୋରିମାନା

Monday, August 27, 2018

ମୋବାଇଲରେ କଥା ହେଉଥିବା ସମୟରେ ଦେଖାଯାଉଥିବା କଲ ଡ୍ରପର ପରିଭାଷାକୁ ଟେଲିକମ ରେଗୁଲୋଟାରୀ ଅଥରୀଟି (ଟ୍ରାଇ) ତରଫରୁ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ନୂତନ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି। କଥା ହେବା ସମୟରେ ଦେଖାଯାଉଥିବା ଯେକୌଣସି ପ୍ରକାର ସମସ୍ୟାକୁ କଲଡ୍ରପ ବୋଲି ବିବେଚନା କରାଯିବ।

 

ପୂର୍ବରୁ କଥା ହେଉଥିବା ସମୟରେ କଲ କଟିଗଲେ ଏହାକୁ କଲଡ୍ରପ ଭାବେ ହିସାବ କରାଯାଉଥିଲା। ତେବେ ନୂଆ ନିୟମ ଅନୁସାରେ ଯଦି ଆପଣ କଥା ହେଉଥିବା ସମୟରେ କଥା ଭଲ ଭାବରେ ଶୁଭେନାହିଁ, କଥା ରହି ରହି ଶୁଭେ ଓ କଥା ହେଉଥିବା ସମୟରେ ନେଟୱର୍କ ଦୁର୍ବଳ ହୋଇଯାଏ, ତେବେ ମଧ୍ୟ ଏହାକୁ କଲଡ୍ରପ କୁହାଯିବ।

 

ଏହି ବ୍ୟାଘାତକୁ  ଦୂର କରିବା ପାଇଁ ଟେଲିକମ ରେଗୁଲୋଟାରୀ ଅଥରୀଟି (ଟ୍ରାଇ) କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଅକ୍ଟୋବର ପହିଲାରୁ ଏହି ନୂତନ ନିୟମ ଲାଗୁ କରାଯିବ। ଏହି ନିୟମ ଅନୁଯାୟୀ ଗୋଟିଏ ମାସରେ 2% ଅଧିକ କଲଡ୍ରପ ପାଇଁ କମ୍ପାନୀକୁ ପାଞ୍ଚଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ।

 

ପୂର୍ବରୁ ଅନେକଥର ନେଟୱାର୍କ ସମସ୍ୟା ବୋଲି କହି କମ୍ପାନୀ ଗୁଡିକ ଅଭିଯୋଗରୁ ଖସି ଯାଉଥିଲେ, କିନ୍ତୁ ଆଗକୁ ଏପରି ହୋଇପାରିବ ନାହିଁ। 2010 ମସିହା ପରେ ପ୍ରଥମ ଥର ପାଇଁ କଲଡ୍ରପର ପରିଭାଷାକୁ ପରିବର୍ତ୍ତନ କରାଯାଇଛି।

 

ଏହା ସହିତ ଟ୍ରାଇ ତରଫରୁ କଲ ଡ୍ରପ ଉପରେ ନଜର ରଖାଯିବା ପାଇଁ ଅଲଗା ସିଷ୍ଟମ ପ୍ରସ୍ତୁତ କରାଯାଉଛି। ବ୍ୟବହାରକାରୀଙ୍କୁ ଯେଉଁ ସମୟରେ ଅସୁବିଧା ହେଉଛି ସେହି ସମୟରେ ତୁରନ୍ତ ଅଭିଯୋଗ କରିପାରିବେ।

 

ଇଣ୍ଟରନେଟ ପାଇଁ ମଧ୍ୟ ଏହି ନିୟମ

ସମସ୍ତ ମୋବାଇଲ ଟାୱାରରେ ସଂଯୋଗ ହୋଇଥିବା ନେଟୱାର୍କକୁ ପ୍ରତିଦିନର ସେବାକୁ ଯାଞ୍ଚ କରାଯିବ। ଗୋଟିଏ ମାସ ମଧ୍ୟରେ 2%ରୁ ଅଧିକ କଲଡ୍ରପ ହେଉଥିଲେ କମ୍ପାନୀକୁ 5ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ।

 

ଡାଟା ଡ୍ରପ ଉପରେ ମଧ୍ୟ ଟ୍ରାଇ ତରଫରୁ ଅଙ୍କୁଶ ଲଗାଯିବାର ଯୋଜନା ଅଛି। ଏହା ଅନୁସାରେ ଗୋଟିଏ ମାସର ପ୍ଳାନରେ ଡାଉନଲୋଡ କରିବା ପାଇଁ ଗ୍ରାହକଙ୍କୁ ଅତିକମରେ 90% ସ୍ପିଡ ସେବା ମିଳିବା ଆବଶ୍ୟକ। ଏହାସହିତ ଗୋଟିଏ ମାସ ମଧ୍ୟରେ ଡାଟା ଡ୍ରପ  ସର୍ବାଧିକ 3% ହୋଇପାରିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon