ଫୋଟୋସପରେ ପାର୍କିଙ୍ଗ ଟିକେଟ ଜାଲିଆତି କରି ଯୁବକ ଗିରଫ

Tuesday, August 28, 2018

ପାର୍କିଙ୍ଗ ଫି ନ ଦେବା ପାଇଁ ପାର୍କିଙ୍ଗ ଟିକେଟରେ ଜାଲିଆତି କରିଥିବାରୁ ଦୁବାଇରେ ଜଣେ ଭାରତୀୟ ଯୁବକକୁ ଗିରଫ କରାଯାଇଛି। ଦୁବାଇ କୋର୍ଟ ସେହି ଯୁବକକୁ ତିନିମାସ ନିଲମ୍ବନ ସହିତ ପ୍ରତ୍ୟାର୍ପଣର (ଦେଶକୁ ଫେରାଇ ନେବାକୁ) ଆଦେଶ ଦେଇଛନ୍ତି।

 

ଖଲିଜ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଣେ 25 ବର୍ଷୀୟ ଭାରତୀୟ ନାଗରିକ ସଡକ ଓ ପରିବହନ ପ୍ରାଧିକରଣ (ଆର.ଟି.ଏ) ଦ୍ଵାରା ଜାରି କରାଯାଇଥିବା ପାର୍କିଙ୍ଗ ଟିକେଟ ସହିତ ଜାଲିଆତି କରିଛନ୍ତି ଓ ଫଟୋସପ ସାହାଯ୍ୟରେ ନକଲି ଟିକେଟ ପ୍ରସ୍ତୁତ କରିଥିଲେ। ଏହି ଭାରତୀୟ ବ୍ୟକ୍ତିଙ୍କୁ ଅଲ ରାଫାରେ ମାର୍ଚ୍ଚ ମାସ 10 ତାରିଖରେ ଗିରଫ କରାଯାଇଥିଲା।

 

ସୋମବାର ଦିନ କୋର୍ଟ ତରଫରୁ ଉକ୍ତ ଯୁବକଙ୍କୁ ଏହି ଦଣ୍ଡ ଦିଆଯାଇଥିବା ବେଳେ, ସେହି ଭାରତୀୟ ଯୁବକଙ୍କର ପରିଚୟ ମିଳିପାରି ନାହିଁ।

 

ଆର.ଟି.ଏ ରେ କାର୍ଯ୍ୟରତ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ମୁ ଡ୍ୟୁଟିରେ ଥାଏ ଓ ଅଲ କରମାରେ ଦେୟଯୁକ୍ତ ପାର୍କିଙ୍ଗ ସ୍ଥାନରେ କାର ଗୁଡିକୁ ଯାଞ୍ଚ କରୁଥାଏ। ସେହି ସ୍ଥାନରେ ଏକ କାର ଥିଲା ଓ ଟିକେଟ ମଧ୍ୟ ଥିଲା। ଟିକେଟଟି ଦେଖିବାକୁ ଅସଲି ଲାଗୁଥିଲା କିନ୍ତୁ ପ୍ରକୃତରେ ଟିକେଟଟି ନକଲି ଥିଲା।

 

ଫଟୋସପ ସାହାଯ୍ୟରେ ନକଲି ଟିକେଟ ବାହାର କରିଥିଲେ ବୋଲି କାରର ମାଲିକ ପୋଲିସ ଆଗରେ ସ୍ଵୀକାର କରିଥିଲେ। ସେ କହିଥିଲେ ଯେ ଏକ ପୁରୁଣା ଅସଲି ଟିକେଟରୁ ସେ ଏହି ନକଲି ଟିକେଟକୁ ପ୍ରସ୍ତୁତ କରିଥିଲେ ଏବଂ ନକଲି ଟିକେଟକୁ କାରରେ ରଖିଥିଲେ।          

 

ଦୁବାଇର ଅପରାଧ ଯାଞ୍ଚ କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁସାରେ, ସେହି ଭାରତୀୟ ଯୁବକଙ୍କ ଠାରୁ ଜବତ କରାଯାଇଥିବା ଦୁଇଟିଯାକ ପାର୍କିଙ୍ଗ ଟିକେଟ ନକଲି ଅଟେ।

 

ଅଧିକ ଦର 

ଦୁବାଇ ପରି ସହରରେ ବଢୁଥିବା କାର ସଂଖ୍ୟାକୁ ଆଖି ଆଗରେ ରଖି ସେଠାରେ କାର ପାର୍କିଂ ଦରକୁ ଅତ୍ୟଧିକ ଭାବେ ବର୍ଦ୍ଧିତ କରାଯାଇଛି । ଆପାର୍ଟମେଣ୍ଟ ବା ଅଫିସରେ ପାର୍କିଂ ପାଇଁ ସେଠାରେ ମାସିକ ପ୍ରାୟ 400-500 ଦିରହାମ (ଭାରତୀୟ ମୁଦ୍ରାରେ Rs. 8,000) ଦେବାକୁ ପଡୁଥିବା ବେଳେ, ତିନି ମାସ ପାଇଁ ଏହାର ଦର ଭାରତୀୟ ମୁଦ୍ରା ହିସାବରେ ପ୍ରାୟ Rs.20 ,000 । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon